Advertisement
Photo Details/zeeodisha/odisha2398585
photoDetails0hindi

Lucky Zodiac Sign: ୨୫ ଅଗଷ୍ଟରେ ସୂର୍ଯ୍ୟଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 25 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମିଥୁନ, ସିଂହ, ତୁଳା ସମେତ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ରବିବାର ଦିନ ଶୁଭଫଳ ମିଳିବ । ଆସନ୍ତୁ ଜାଣିବା ଜ୍ୟୋତିର୍ବିଦଙ୍କ ନିକଟରୁ କେଉଁ ରାଶିର ବ୍ୟକ୍ତି ଏହି ଶୁଭଫଳ ପାଇବେ ।

1/5

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି । ଦିନଟିରେ ଆପଣ ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି । ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବଢିବ । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ଦୀର୍ଘଦିନ ପରେ ଆପଣ ଜଣେ ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି । ପରିବାର ସଦସ୍ୟମାନଙ୍କ କଥା ଆପଣ ବୁଝିବା ସହ ସେମାନଙ୍କ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିବେ । ପିତାମାତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ପ୍ରେମ ଜୀବନରେ ସୁଖ ମିଳିବ ।

2/5

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ମନୋରମ ହେବାକୁ ଯାଉଛି । ଭଗବାନ ସୂର୍ଯ୍ୟଙ୍କ କୃପା ଆପଣଙ୍କ ଉପରେ ରହିବ । ମନ ଭିତରେ ସାହସ ବଢିବ । ଆପଣଙ୍କ ଆୟର ଉତ୍ସ ବଢିବା ସହ ଆର୍ଥିକ ସ୍ଥିତି ସୁଦୃଢ ହେବ । ଆପଣଙ୍କ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହୋଇପାରନ୍ତି । ବ୍ୟବସାୟୀମାନେ ଦିନଟିରେ ଭଲ ଲାଭ ପାଇବେ । ଜମି ଏବଂ ଯାନ କିଣିବାର ଇଚ୍ଛା ପୂରଣ ହୋଇଯିବ । ପ୍ରତ୍ୟକ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ନୂଆ ଉପାୟ ମିଳିବ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ଆପଣଙ୍କ ପ୍ରତି ରହିବ ।

3/5

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ହେବ । ସକାଳ ସମୟରେ ଆପଣଙ୍କୁ ଭଲ ଖବର ଶୁଣିବାକୁ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ନୂଆ ସ୍ଥାନ ପରିଦର୍ଶନ କରିବାକୁ ସୁଯୋଗ ମିଳିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣ ଆର୍ଥିକ ଲାଭ ପାଇବେ । ଘରର ସଦସ୍ୟ ଆପଣଙ୍କ ପରାମର୍ଶ ନେବା ପରେ ଜରୁରୀ କାର୍ଯ୍ୟ ଆରମ୍ଭ କରିବେ ।

4/5

ବିଛା ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । ପରିବାର ସଦସ୍ୟଙ୍କଠାରୁ ଭଲ ଖବର ପାଇପାରନ୍ତି । ହଠାତ୍ ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି । ଦାନ, ଧର୍ମ ପ୍ରତି ଆପଣଙ୍କର ଆଗ୍ରହ ବଢିବ । ବ୍ୟବସାୟରେ ଆପଣଙ୍କୁ ଆଶାଠାରୁ ଅଧିକ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ଆରାମ ମିଳିବ । ବିଳାସପୂର୍ଣ୍ଣତା ପାଇଁ କିଛି ଟଙ୍କା ଖର୍ଚ୍ଚ କରିବେ । ପରିବାରରେ କୌଣସି ସମସ୍ୟା ଚାଲିଥିଲେ ତାହା ସମାଧାନ ହୋଇଯିବ ।

5/5

କୁମ୍ଭ ରାଶି

ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ସ୍ନେହପୂର୍ଣ୍ଣ ଆଚରଣ ଦ୍ୱାରା ଲୋକଙ୍କ ହୃଦୟ ଜିତିବାରେ ଆପଣ ସକ୍ଷମ ହେବେ । ନିଜ ମଧ୍ୟରେ ନିଷ୍ପତ୍ତି ନେବା କ୍ଷମତା ବୃଦ୍ଧି ପାଇବ । ବିଦେଶୀ ଉତ୍ସରୁ ଭଲ ଆର୍ଥିକ ଲାଭ ମିଳିବା ସହ ବିଦେଶ ଯିବାର ସମ୍ଭାବନା ରହିଛି । ଭାଇ ଓ ଭଉଣୀଙ୍କ ସାହାଯ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବେ । ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । ଆଖି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ସେଥିରୁ ଆରୋଗ୍ୟ ଲାଭ କରିବେ । ପିତାମାତାଙ୍କ ସମର୍ଥନ ଏବଂ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)