କାଶ୍ମୀରରେ ଭୀଷଣ ଥଣ୍ଡା ପଡିବା ସହିତ ଶ୍ରୀନଗରରେ ଗତ ପାଞ୍ଚ ଦଶନ୍ଧିର ରେକର୍ଡ ଭାଙ୍ଗିଛି ଥଣ୍ଡା । ଡିସେମ୍ବର ମାସରେ ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି । କାଶ୍ମୀର ଉପତ୍ୟକାରେ 40 ଦିନର ପ୍ରବଳ ଶୀତକୁ 'ଚିଲାଇ କାଲାନ୍' କୁହାଯାଏ ।
ଚିଲାଇ କାଲାନ ଆରମ୍ଭ ହେବା ପରେ ଉପତ୍ୟକାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ । ତେବେ ଶୋପିଆନ୍ର ତାପମାତ୍ରା ମାଇନସ୍ 10.4 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା । କାଶ୍ମୀରରେ ଅନନ୍ତନାଗ ସବୁଠାରୁ ଥଣ୍ଡା ଥିଲା । ସେଠାରେ ତାପମାତ୍ରା ମାଇନସ୍ 10.5 ଡିଗ୍ରୀ ସେଲସିୟସକୁ ଖସି ଆସିଥିବାବେଳେ ପୁଲୱାମାରେ ମାଇନସ୍ 10.3 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । କୁଲଗାମରେ ମାଇନସ୍ 6.8 ଡିଗ୍ରୀ ସେଲସିୟସର ତୁଳନାତ୍ମକ ମୃଦୁ ତାପମାତ୍ରା ରେକର୍ଡ ହୋଇଛି ।
ପହଲଗାମରେ ସର୍ବନିମ୍ନ ତାପମାତ୍ରା ମାଇନସ୍ 8.6 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି । ଦକ୍ଷିଣ କାଶ୍ମୀରର କୋକର୍ନାଗରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ମାଇନସ୍ 5.8 ଡିଗ୍ରୀ ସେଲସିୟସ୍ ରହିଛି । ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମର୍ଗର ସର୍ବନିମ୍ନ ତାପମାତ୍ରା ମାଇନସ୍ 6.2 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, କାଶ୍ମୀର ଉପତ୍ୟକାରେ ସବୁଠାରୁ ଅଧିକ ଶୀତର ପ୍ରକୋପ ଦେଖିବାକୁ ମିଳୁଛି।
ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଚଳିତ ଶତାବ୍ଦୀର ଆରମ୍ଭରୁ ରେକର୍ଡ ଅନୁଯାୟୀ 24 ବର୍ଷର ସର୍ବନିମ୍ନ ତାପମାତ୍ରା ଡିସେମ୍ବର 28, 2018 ରେ ରେକର୍ଡ କରାଯାଇଥିଲା । ସେତେବେଳେ ମର୍କୁରରେ ତାପମାତ୍ରା ରହିଥିଲା -7.7 ଡିଗ୍ରୀ ସେଲସିୟସ । ସେ କହିଛନ୍ତି ଯେ, ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ଡିସେମ୍ବର 13, 1934 ରେ ଥିଲା ଯେତେବେଳେ ମର୍କୁର -12.8 ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା । 1974 ମସିହାରେ ତାପମାତ୍ରା 8.6 ଡିଗ୍ରୀ ହ୍ରାସ ପାଇଥିଲା। କାଜିଗୁଣ୍ଡରେ ସର୍ବନିମ୍ନ ତାପମାତ୍ରା ମାଇନସ୍ 8.2 ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିଲା । କିନ୍ତୁ ଗତକାଲି ରାତିରେ ଏହା ମାଇନସ୍ 7.6 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ତାପମାତ୍ରା ହ୍ରାସ ହେବା ସହିତ ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର କିଛି ଅଂଶ ଏବଂ ଅନେକ ଜଳପ୍ରପାତ ଫ୍ରିଜ୍ ହେବା ଆରମ୍ଭ କରିଛି । ତେବେ ଏହି ଦୃଶ୍ୟ ପର୍ଯ୍ୟଟକଙ୍କ ପାଇଁ ଅତ୍ୟନ୍ତ ମନରୋମ ଥିଲା । ପ୍ରାୟ 1 ଇଞ୍ଚର ମୋଟା ବରଫର ସ୍ତର ଡାଲ ହ୍ରଦର ପ୍ରାୟ 40% ସ୍ଥାନରେ ଜମା ହୋଇଛି । କେବଳ ଡାଲ ହ୍ରଦ ନୁହେଁ, କାଶ୍ମୀର ଏବଂ ଲଦାଖର ପ୍ରାୟ ସମସ୍ତ ଜଳଭଣ୍ଡାର ଫ୍ରିଜ୍ ହୋଇଯାଇଛି।
ଡାଲ ହ୍ରଦକୁ ଆସିଥିବା ଜଣେ ପର୍ଯ୍ୟଟକ ଅର୍ଶୀ କୁମାରୀ କହିଛନ୍ତି ଯେ, 'ମୁଁ ପ୍ରଥମ ଥର ହ୍ରଦରେ ଫ୍ରିଜ୍ ପାଣି ଦେଖୁଛି। ମୁଁ ବରଫ ଦେଖିଛି, କିନ୍ତୁ ଏମିତି ବରଫ କେବେ ଦେଖିନଥିଲି । ଯଦିଓ, ଏଠାରେ ବହୁତ ଥଣ୍ଡା, କିନ୍ତୁ ତଥାପି ଏହି ହ୍ରଦରେ ବୁଲିବାକୁ ଭଲ ଲାଗୁଛି ।
କାଶ୍ମୀର ଉପତ୍ୟକାର ଲୋକମାନେ ଆହୁରି ଅଧିକ ଥଣ୍ଡା ପାଇଁ ପ୍ରସ୍ତୁତ ହେଉଛନ୍ତି, କାରଣ ଆଗକୁ ପରିସ୍ଥିତି ଅଧିକ ଜଟିଳ ହୋଇପାରେ । ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସକାଳେ ୱାଟର ଟ୍ୟାପ୍ ମଧ୍ୟ ବରଫ ଜମା ହୋଇ ବନ୍ଦ ହୋଇଯାଉଛି । କାଶ୍ମୀରରେ ବିଦ୍ୟୁତ୍ ଯୋଗାଣରେ ବହୁତ କଟକଣା ଲାଗିଛି । ଅନେକ ସମୟରେ ବିଦ୍ୟୁତ କାଟ କାରଣରୁ ଜୀବନ ଆହୁରି କଷ୍ଟକର ହୋଇପଡିଛି।
ବୋଟମ୍ୟାନ ମହମ୍ମଦ ଅଜିଜଙ୍କ କହିବାନୁଯାୟୀ, ପର୍ଯ୍ୟଟକମାନେ ବରଫକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛୁ । ଡାଲ ହ୍ରଦରେ ଡଙ୍ଗାକୁ ହ୍ରଦ କୂଳକୁ ନେବା ମଧ୍ୟ ବହୁତ କଷ୍ଟକର ହୋଇପଡୁଛି । ଅନେକ ସମୟରେ ଡଙ୍ଗା ନଷ୍ଟ ମଧ୍ୟ ହୋଇଯାଏ।
ट्रेन्डिंग फोटोज़