Advertisement
Photo Details/zeeodisha/odisha2269319
photoDetails0hindi

Lucky Zodiac Sign: ୩୦ ମଇରେ ଗଜଲକ୍ଷ୍ମୀ ରାଜଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Luckiest Zodiac Sign, 30 May 2024 : ମଇ ୩୦ ଗୁରୁବାର ଦିନ ବୃଷ ରାଶିରେ ବୃହସ୍ପତି ଏବଂ ଶୁକ୍ରଙ୍କ ମିଳନ ହେଉଛି । ଯେଉଁଥିପାଇଁ ଗଜଲକ୍ଷ୍ମୀ ରାଜଯୋଗ ଗଠନ ହେବ । କୁମ୍ଭ ରାଶିରେ ଚନ୍ଦ୍ରଙ୍କ ଅବସ୍ଥାନ ହେବ । ଯେଉଁଠାରେ ଶନିଦେବ ପୂର୍ବରୁ ଉପସ୍ଥିତ ଅଛନ୍ତି । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ସପ୍ତମୀ ତିଥି ସହ ଗଜଲକ୍ଷ୍ମୀ ରାଜଯୋଗ ପଡୁଛି । ଏହି କାରଣରୁ ଦିନଟିର ଗୁରୁତ୍ୱ ବଢିଛି ।

1/5

ମିଥୁନ ରାଶି -  ୩୦ ମଇ ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବାକୁ ଯାଉଛି । ଆପଣଙ୍କ ମନରେ ଆତ୍ମବିଶ୍ୱାସ ଏବଂ ନିଷ୍ଠା ରହିବ । ଲକ୍ଷ୍ୟ ପୂରଣ ହେବା ପାଇଁ କାର୍ଯ୍ୟ କରିବେ । ବ୍ୟବସାୟରେ ପୂର୍ବରୁ ଥିବା ସମସ୍ୟା ଦୂରେଇ ଯିବ । ବ୍ୟବସାୟରେ ଲାଭ ମିଳିବ । ରଣ ପରିଶୋଧ କରିବାରେ ସକ୍ଷମ ହେବେ । କ୍ୟାରିୟର ଦ୍ରୁତ ଗତିରେ ଅଗ୍ରଗତି କରିବେ । ବିଭିନ୍ନ କ୍ଷେତ୍ରରୁ ଧନ ଉପାର୍ଜନ ହେବ । ପାରିବାରିକ ଜୀବନରେ ଭାଇ ଓ ଭଉଣୀମାନଙ୍କଠାରୁ ସମର୍ଥନ ମିଳିବ । ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବେ । ବିଶେଷ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ ।

2/5

ସିଂହ ରାଶି -  ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ମଧୁର କଥାରେ ଅନ୍ୟର ମନ ଜିଣିବାରେ ସକ୍ଷମ ହେବେ । ମାନ ସମ୍ମାନରେ ବୃଦ୍ଧି ଘଟିବ । ବ୍ୟବସାୟୀମାନେ ଅଗ୍ରଗତି କରିବେ । ପ୍ରତିଯୋଗୀମାନଙ୍କୁ ପଛରେ ପକାଇବେ । ନିଯୁକ୍ତ ବ୍ୟକ୍ତିମାନେ ନିଜ କାର୍ଯ୍ୟରେ ଖୁସି ରହିବେ । ପରିବାର ଏବଂ ସାଙ୍ଗମାନଙ୍କ ଠାରୁ ଭଲ ଖବର ଶୁଣିପାରନ୍ତି । ଏକାଧିକ ଉତ୍ସରୁ ଟଙ୍କା ମିଳିପାରେ । ବୈବାହିତ ଜୀବନରେ ଜୀବନସାଥୀଙ୍କ ସହ ଭଲ ବୁଝାମଣା ରହିବ ।

3/5

ତୁଳା ରାଶି -  ଆପଣଙ୍କ ପାଇଁ ଦିନଟି ଫଳପ୍ରଦ ହେବାକୁ ଯାଉଛି । ନିଜ କାର୍ଯ୍ୟ ମାଧ୍ୟମରେ ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ । ଜୀବନରେ ଥିବା ଅସୁବିଧା ଦୂର ହୋଇଯିବ । ସମସ୍ତ କାର୍ଯ୍ୟକୁ ବୁଦ୍ଧିମାନର ସହ ସମାପ୍ତ କରିବାରେ ସଫଳ ହେବେ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ଥିବା ବିବାଦ ଦୂରେଇ ଯିବ । ପରିବାରର ଉନ୍ନତି ପାଇଁ କିଛି ନୂତନ ପଦକ୍ଷେପ ଗ୍ରହଣ କରିବେ । ଧନ ମିଳିବାର ସୌଭାଗ୍ୟ ରହିଛି ।

4/5

ବିଛା ରାଶି -  ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । ନିଜ ପରିବାରର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବେ । ଧାର୍ମିକ କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ଅନେକ ମାଧ୍ୟମରେ ଟଙ୍କା ରୋଜଗାର କରିବାରେ ସଫଳ ହେବେ । ଏଥିସହ ଭଲ ସଞ୍ଚୟ କରିବାରେ ସକ୍ଷମ ହେବେ । ବ୍ୟବସାୟୀମାନଙ୍କୁ ସଫଳତା ମିଳିବ । ପ୍ରେମ ଜୀବନରେ ସମ୍ପର୍କରେ ମଧୁରତା ଭରିଯିବ । ନିଯୁକ୍ତ ବ୍ୟକ୍ତିମାନେ ଯାହା ବି କରିବେ ସେଥିରେ ଶୁଭ ଫଳାଫଳ ପାଇବେ । ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି । ବିନିଯୋଗରୁ ଆପଣ ଭଲ ଲାଭ ପାଇବେ । ପାରିବାରିକ ଜୀବନ ଭଲରେ କଟିବ ।

5/5

ମୀନ ରାଶି -  ଦିନଟି ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ । ବିନିଯୋଗରୁ ଭଲ ଲାଭ ପାଇବେ । ବିଦେଶ ଯାତ୍ରାର ସୁଯୋଗ ମଧ୍ୟ ମିଳିପାରେ । କ୍ୟାରିୟର କ୍ଷେତ୍ରରେ ସଫଳତା ପାଇବାରେ ସକ୍ଷମ ହେବେ । ସୁନାମ ଅର୍ଜନ କରିବେ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟ କରି ମାନସିକ ଶାନ୍ତି ମଧ୍ୟ ପାଇବେ । ବୃତ୍ତିଗତ ଜୀବନରେ ଭଲ ଲାଭ ପାଇବେ । ପୂର୍ବରୁ ଥିବା ଇଚ୍ଛା ମଧ୍ୟ ପୂରଣ ହେବ । ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ରହିବ । ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପଯୋଗୀ ପ୍ରମାଣିତ ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)