Advertisement
Photo Details/zeeodisha/odisha2413075
photoDetails0hindi

Mercury Transit 2024: ୨୪ ଘଣ୍ଟାରେ ବଦଳିବ ୬ ରାଶିର ଭାଗ୍ୟ, ପକେଟକୁ ଆସିବ ଟଙ୍କା

Mercury Transit 2024: ବୁଧଙ୍କ ଚଳନ ପ୍ରଭାବରୁ ୬ଟି ରାଶିର ବ୍ୟକ୍ତିବିଶେଷ ଅତ୍ୟନ୍ତ ଶୁଭଫଳ ପାଇବାକୁ ଯାଉଛନ୍ତି ।

1/6

ବୃଷ ରାଶି

ଆପଣଙ୍କ ପାଇଁ ବୁଧଙ୍କ ଚଳନ ଶୁଭଫଳ ଆଣିଦେବ । ଜମି ସମ୍ବନ୍ଧୀୟ କାର୍ଯ୍ୟରେ ବିଶେଷ ଲାଭ ପାଇବେ । ସରକାରୀ ବ୍ୟବସ୍ଥା ଦ୍ୱାରା ଆପଣ ଉପକୃତ ହେବେ । ଆୟ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । କ୍ୟାରିୟରରେ ଅଗ୍ରଗତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପିତାମାତାଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ ।

2/6

ମିଥୁନ ରାଶି

ମିଥୁନ ରାଶିର ଆରାଧ୍ୟ ହେଉଛନ୍ତି ବୁଧ ଗ୍ରହ । ବୁଧଙ୍କ ଚଳନରୁ ଆପଣ ଉପକୃତ ହେବେ । ସମାଜରେ ଆପଣଙ୍କର ଖ୍ୟାତି ବଢିବାକୁ ଲାଗିବ । ବିଭିନ୍ନ କ୍ଷେତ୍ରରେ ଆପଣ ଅଗ୍ରଗତି କରିବେ । କଠିନ ପରିଶ୍ରମର ଫଳ ଆପଣଙ୍କୁ ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ସୁଦୃଢ ହେବ ।

3/6

କର୍କଟ ରାଶି

ରାଶି ପରିବର୍ତ୍ତନର ଶୁଭ ପ୍ରଭାବ ଆପଣଙ୍କ ଉପରେ ପଡିବ । ବ୍ୟବସାୟରେ ଅତ୍ୟନ୍ତ ଲାଭ ହେବ । ଶିକ୍ଷକତା ଏବଂ ସାମ୍ୱାଦିକତା ସହିତ ଜଡିତ ଥିବା ବ୍ୟକ୍ତିବିଶେଷ ଖ୍ୟାତି ଅର୍ଜନ କରିବେ । ଭଲ କାମ ପାଇଁ ପୁରଷ୍କାର ପାଇ ପାରନ୍ତି । ଦୂରଯାତ୍ରା ମଙ୍ଗଳମୟ ହେବ ।

4/6

ସିଂହ ରାଶି

ଆପଣଙ୍କ ରାଶିରେ ବୁଧଙ୍କ ଚଳନ ହେବାକୁ ଯାଉଛି । ପରିଶ୍ରମର ଫଳ ଆପଣଙ୍କୁ ପୁରସ୍କାର ଆକାରରେ ମିଳିବ । ଉଭୟ ଚାକିରି ଏବଂ ବ୍ୟବସାୟ କ୍ଷେତ୍ର ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ । କ୍ୟାରିୟରରେ ଅଗ୍ରଗତି ହେବ ।

5/6

ବିଛା ରାଶି

ବୁଧଙ୍କ ଚଳନ କାରଣରୁ ଆପଣ କ୍ୟାରିୟରରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ । ଆପଣ ନିଜ କାର୍ଯ୍ୟରେ ଖୁସି ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । ଦୂରଯାତ୍ରାରୁ ଶୁଭଫଳ ପାଇବେ ।

6/6

ମକର ରାଶି

ବୁଧଙ୍କ ଚଳନ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ । ଏହି ସମୟରେ ସଠିକ ନିଷ୍ପତି ନେବାରେ ଆପଣ ସକ୍ଷମ ହେବେ । ବ୍ୟବସାୟରେ ଆପଣ ଅଧିକ ଲାଭ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତୀ ଏବଂ ଦରମା ବୃଦ୍ଧିର ସମ୍ଭାବନା ରହିଛି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।