Horoscope Today 17 December 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଡିସେମ୍ବର ୧୭ ହେଉଛି ମଙ୍ଗଳବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ମକର: ଆଜି ଛୋଟ-ଛୋଟ କଥାକୁ ନେଇ ପରିବାରରେ ବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ । କୋର୍ଟ କଚେରି ମାମଲାରେ ବିଜୟୀ ହେବେ। ସ୍ବାସ୍ଥ୍ୟ ଭଲ ରହିବ।
କୁମ୍ଭ: ନୂତନ ନିଯୁକ୍ତି ପାଇବାର ସମ୍ଭାବନା ରହିଛି । ବ୍ୟବସାୟରେ ଉନ୍ନତି କରିବେ । ବନ୍ଧୁଙ୍କ ସହିତ ଦେବ ଦର୍ଶନ କରିବା ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ସୁସ୍ୱାଦୁ ଭୋଜନ ମିଳିବ । ମନ ଖୁସି ରହିବା ସହ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ।
ମୀନ: କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ସମ୍ମାନିତ ହେବେ। ପାରିବାରିକ ସମସ୍ୟାକୁ କୌଶଳ କ୍ରମେ ସମାଧାନ କରିବେ। ନିର୍ମାଣଧୀନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଦେହ ମନ ସୁସ୍ଥ ରହିବ ।
ट्रेन्डिंग फोटोज़