Advertisement
Photo Details/zeeodisha/odisha2399722
photoDetails0hindi

Mercury transit in leo: ୯ ଦିନ ପରେ ୩ ରାଶିକୁ ମିଳିବ ଜୀବନର ସବୁ ସୁଖ

Budh Gochar 2024: ଗ୍ରହ ରାଜକୁମାର ବୁଧ ଗ୍ରହ ସେପ୍ଟେମ୍ବର ୪ରେ, ଚନ୍ଦ୍ରଙ୍କ ରାଶି କର୍କଟରୁ ବାହାରି ସୂର୍ଯ୍ୟଙ୍କ ରାଶି ସିଂହରେ ଚଳନ କରିବେ । ବୁଧଙ୍କ ଏହି ରାଶି ପରିବର୍ତ୍ତନ ସମସ୍ତ ରାଶିର ବ୍ୟକ୍ତିଙ୍କ ଉପରେ ବିଶେଷ ପ୍ରଭାବ ପକାଇବ । ତେବେ ଏହି ଚଳନ ବିଶେଷ କରି ୩ଟି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ।

1/4

କନ୍ୟା ରାଶି

ସିଂହରେ ବୁଧଙ୍କ ଚଳନ ଆପଣଙ୍କ ବ୍ୟକ୍ତିତ୍ୱରେ ଅତୁଳନୀୟ ଉନ୍ନତି ଆଣିବ । ଛାତ୍ରମାନଙ୍କ କ୍ୟାରିଅରରେ ଅଗ୍ରଗତି ହେବାର ସମ୍ଭାବନା ଦେଖାଯାଉଛି । ଚାକିରୀ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ଆପଣଙ୍କୁ ଏକ ନୂତନ ଦାୟିତ୍ୱ ମିଳିପାରେ । ଘରର ବଢିଲା ଝିଅଙ୍କ ପାଇଁ ସୁନା ଗହଣା କିଣିପାରନ୍ତି । ବ୍ୟବସାୟରେ ଅଗ୍ରଗତି ହେବା ସହ ଆର୍ଥିକ ସ୍ଥିତି ସୁଦୃଢ ହେବ । ବିନିଯୋଗରୁ ଆପଣ ଲାଭ ପାଇବେ । ପ୍ରେମ ଜୀବନରେ ମଧୁରତା ରହିବ ।

2/4

ସିଂହ ରାଶି

ବୁଧଙ୍କ ଚଳନ କାରଣରୁ ଆପଣ ମାନସିକ ସ୍ତରରେ ଦୃଢ ଅନୁଭବ କରିବେ । ଯୋଗ ଏବଂ ଧ୍ୟାନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ପ୍ରମାଣିତ ହେବ । ଛାତ୍ରମାନଙ୍କ କ୍ୟାରିଅରରେ ସକରାତ୍ମକ ପରିବର୍ତ୍ତନ ହୋଇପାରେ । ଆପମଙ୍କ ପ୍ରିୟର ଲୋକ ଆପଣଙ୍କୁ ସୁନା ଅଳଙ୍କାର ପ୍ରଦାନ କରିବେ । କର୍ମକ୍ଷେତ୍ରରେ ଆଶାଠୁ ଅଧିକ ସଫଳତା ପାଇବେ । କାର୍ଯ୍ୟରେ ସହକର୍ମୀଙ୍କଠାରୁ ସହାୟତା ପାଇବେ । ଖର୍ଚ୍ଚ ନିୟନ୍ତ୍ରଣ କରିବା ଦ୍ୱାରା ଆର୍ଥିକ ସ୍ଥିତି ସ୍ଥିର ରହିବ । ନୂତନ ଆୟର ଉତ୍ସ ସୃଷ୍ଟି ହୋଇପାରେ ।

3/4

ବିଛା ରାଶି

ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ପ୍ରମାଣିତ ହୋଇପାରେ । ଛାତ୍ରମାନଙ୍କର କଠିନ ପରିଶ୍ରମ ଫଳପ୍ରଦ ହେବ । କ୍ୟାରିୟର କ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତୀ ହେବ । ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ । ପୁରୁଣା ନିବେଶରୁ ମଧ୍ୟ ଲାଭ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଆପଣଙ୍କ ସାଥୀଙ୍କ ସହିତ ସୁଖଦ ସମୟ ବିତାଇବେ । ପୁରୁଣା ରୋଗରୁ ମୁକ୍ତି ମିଳିବ । ଉତ୍ତମ ସ୍ୱାସ୍ଥ୍ୟ ଆପଣଙ୍କ ମାନସିକ ସ୍ଥିତିକୁ ସୁଦୃଢ ରଖିବ । ପତ୍ନୀଙ୍କ ପାଇଁ ସୁନାଗହଣା କିଣିପାରନ୍ତି ।

4/4

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)