Astrology 2025: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୦୨୫ ମସିହାରେ ସମସ୍ତ ୯ ଟି ଗ୍ରହର ପ୍ରଭାବ ୧୨ଟି ରାଶିରେ ରହିବ । ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସେମାନଙ୍କର ଗତିବିଧି ପରିବର୍ତ୍ତନ କରିବେ ।
ମନ, ଚିନ୍ତାଧାରା ଏବଂ ଭାବପ୍ରବଣତାକୁ ନିୟନ୍ତ୍ରଣ କରିଥାନ୍ତି ଚନ୍ଦ୍ର । ୨୦୨୫ ମସିହାରେ ଚନ୍ଦ୍ର ମୋଟ ୧୬୧ ଥର ରାଶି ଏବଂ ୩୬୧ ଥର ନକ୍ଷତ୍ର ପରିବର୍ତ୍ତନ କରିବେ । ସେହିପରି ବୁଧ ବକ୍ତବ୍ୟ ଏବଂ ବ୍ୟବସାୟ ସହ ଜଡିତ । ବୁଧ ୧୫ ଥର ରାଶି ଏବଂ ୩୪ ଥର ନକ୍ଷତ୍ର ପରିବର୍ତ୍ତନ କରିବେ । କେବଳ ସେତିକି ନୁହେଁ, ଶୁକ୍ର ମଧ୍ୟ ୧୦ ଥର ରାଶି ଏବଂ ୨୬ ଥର ନକ୍ଷତ୍ର ପରିବର୍ତ୍ତନ କରିବ ।
Horoscope 2025: ନୂଆବର୍ଷରେ ସୂର୍ଯ୍ୟ ୧୨ ଥର ରାଶି ଏବଂ ୨୭ ଥର ନକ୍ଷତ୍ର ପରିବର୍ତ୍ତନ କରିବେ । ମଙ୍ଗଳ ୭ଥର ରାଶି ଏବଂ ୧୪ଥର ନକ୍ଷତ୍ର ପରିବର୍ତ୍ତନ କରିବେ । ଦେବଗୁରୁ ବୃହସ୍ପତି ନୂଆବର୍ଷରେ ୩ଥର ରାଶି ଓ ନକ୍ଷତ୍ର ପରିବର୍ତ୍ତନ କରିବେ । ଏଥି ସହିତ ନ୍ୟାୟର ଦେବତା ପ୍ରଭୁ ଶନିଦେବ ୨୦୨୫ ମସିହାରେ ଥରେ ରାଶି ଏବଂ ୨ଥର ନକ୍ଷତ୍ର ପରିବର୍ତ୍ତନ କରିବେ । ଛାୟା ଗ୍ରହ ରାହୁ ଥରେ ନକ୍ଷତ୍ର ପରିବର୍ତ୍ତନ କରିବେ ଏବଂ କେତୁ ଦୁଇଥର ନକ୍ଷତ୍ର ପରିବର୍ତ୍ତନ କରିବେ ।
ଜ୍ୟୋତିଷଙ୍କ ଅନୁଯାୟୀ 2025 ବର୍ଷ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ନୂଆ ବର୍ଷ ମଧ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଏବଂ କେତୁଙ୍କ ପ୍ରଭାବ ବିଭିନ୍ନ ରାଶିର ଲୋକଙ୍କ ଉପରେ ପଡିବ । ତେବେ ୨୦୨୫ ବର୍ଷ ୫ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ । ପ୍ରଭୁ କୁବେରଙ୍କ ଆଶୀର୍ବାଦ ଉକ୍ତ ରାଶି ଉପରେ ରହିବ ।
ବୃଷ ରାଶି
ଶୁକ୍ରଙ୍କ ପ୍ରଭାବରୁ ଆପଣ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ପ୍ରଗତିର ଦୃଢ ସମ୍ଭାବନା ରହିଛି । ଯଦି ଆପଣ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ସମୟ ଶୁଭ । ୨୦୨୫ ମସିହାରେ, ମାର୍ଚ୍ଚରୁ ଜୁନ୍ ଏବଂ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ହେବ ।
ସିଂହ ରାଶି
ନିଜ କ୍ୟାରିୟରରେ ନୂତନ ସଫଳତା ହାସଲ କରିବେ । ନୂତନ ନେତୃତ୍ୱର ସୁଯୋଗ ପାଇବେ । ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଉତ୍କୃଷ୍ଟ ଫଳାଫଳ ପାଇବା ସମ୍ଭାବନା ରହିଛି । ସରକାରୀ କାର୍ଯ୍ୟ ଏବଂ ରାଜନୀତି ସହ ଜଡିତ ବ୍ୟକ୍ତିଙ୍କ ପାଇଁ ବର୍ଷଟି ଅତ୍ୟନ୍ତ ଶୁଭ । ନିବେଶ ଏବଂ ବ୍ୟବସାୟରେ ବିପୁଳ ଲାଭ ମିଳିବାର ସମ୍ଭାବନା ଅଛି । ଆମପଣଙ୍କର ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ଜାନୁଆରୀରୁ ଏପ୍ରିଲ୍ ଏବଂ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ସମୟ ଅନୁକୂଳ ହେବ ।
ତୁଳା ରାଶି
ନୂଆବର୍ଷଟି ପ୍ରେମ ଜୀବନ ଏବଂ ଆର୍ଥିକ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । ଶୁକ୍ର ଏବଂ ଶନିଙ୍କ ପ୍ରଭାବ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ହେବ । ବ୍ୟବସାୟ ସହ ଜଡିତ ବ୍ୟକ୍ତି ଅପ୍ରତ୍ୟାଶିତ ଲାଭ ପାଇବେ । ବିଦେଶକୁ ଯାତ୍ରା କରିବାର ସୁଯୋଗ ମିଳିବ । ବିବାହ ଏବଂ ପ୍ରେମ ଜୀବନରେ ଶୁଭ ଫଳାଫଳ ମିଳିବ । ଅବିବାହିତ ବ୍ୟକ୍ତିଙ୍କ ବିବାହ ହେବାର ସମ୍ଭାବନା ରହିଛି । ଫେବୃଆରୀରୁ ମେ ଏବଂ ଅକ୍ଟୋବରରୁ ଡିସେମ୍ବର ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ ।
ଧନୁ ରାଶି
ଆପଣଙ୍କ ପାଇଁ ବର୍ଷଟି ଧାର୍ମିକ ଏବଂ ଅର୍ଥନୈତିକ ପ୍ରଗତିର ବର୍ଷ ବୋଲି ପ୍ରମାଣିତ ହୋଇପାରେ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ । ବୃହସ୍ପତିର ଶୁଭ ପ୍ରଭାବରୁ ବିପୁଳ ଆର୍ଥିକ ଲାଭ ପାଇବେ । ବିଚାରାଧୀନ କାର୍ଯ୍ୟ ଗୁଡିକ ଶେଷ ହେବ । ନୂତନ ଆରମ୍ଭ ପାଇଁ ସମ୍ଭାବନା ରହିବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିପାରେ । ସରକାରୀ ଚାକିରି ପାଇଁ ଟିକେ ଅଧିକ ପ୍ରୟାସ କଲେ ସଫଳତା ହାସଲ କରିବେ । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ଆପଣଙ୍କ ପାଇଁ ମେ ରୁ ଅଗଷ୍ଟ ଏବଂ ନଭେମ୍ବର ମଧ୍ୟରେ ସମୟ ଅନୁକୂଳ ହେବ ।
ମକର ରାଶି
ଆପଣଙ୍କ ଇଚ୍ଛା ପୂରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସଫଳତା ହାସଲ କରିବା ପାଇଁ ଆପଣଙ୍କ ପ୍ରୟାସ ଫଳପ୍ରଦ ହେବ । ମକର ରାଶିରେ ଶନିଙ୍କ ଚଳନ ବିଶେଷ ଲାଭଦାୟକ ସାବ୍ୟସ୍ତ ହେବ । ଦୀର୍ଘ ବିଚାରାଧୀନ କାର୍ଯ୍ୟ ଗୁଡ଼ିକ ଶେଷ ହୋଇପାରେ । ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟ ବିସ୍ତାର ହେବାର ଦୃଢ ସମ୍ଭାବନା ରହିଛି । ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଆପଣ ସଫଳତା ପାଇବେ । ନୂତନ ଘର କିମ୍ବା କାର କିଣିବାର ସୁଯୋଗ ପାଇବେ । ଫେବୃଆରୀରୁ ଜୁନ୍ ଏବଂ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ଆପଣଙ୍କ ପାଇଁ ସମୟ ଅନୁକୂଳ
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़