Advertisement
Photo Details/zeeodisha/odisha2581700
photoDetails0hindi

Baitala Temple: ଗୋଟିଏ ମନ୍ଦିରର ତିନୋଟି ମୁଣ୍ଡ ପୁଣି ବୌଦ୍ଧ ମଠ ସହ ରହିଛି ସାମଞ୍ଜସ୍ୟ, ଫଟୋରେ ଦେଖନ୍ତୁ ବୈତାଳ ମନ୍ଦିର

Baitala Temple: ଭୁବନେଶ୍ୱରରରେ ରହିଛି ବୈତାଳ ମନ୍ଦିର । ଯାହାର ରହିଛି ତିନୋଟି ଚୂଡ଼ା। ପ୍ରତିଟି ଚୂଡ଼ା ଜଣେ ଜଣେ ମହାଦାବୀଙ୍କୁ ସମର୍ପିତ କରାଯାଇଛି। ଜାଣନ୍ତୁ ମନ୍ଦିର ବିଷୟରେ କିଛି ଅଜଣା କଥା...ଫଟୋରେ...

1/10

ଭୁବନେଶ୍ୱରର ଏକମାତ୍ର ମନ୍ଦିର ଯାହାର ରହିଛି ତିନୋଟି ଚୂଡ଼ା। ପ୍ରତିଟି ଚୂଡ଼ା ଜଣେ ଜଣେ ମହାଦାବୀଙ୍କୁ ସମର୍ପିତ କରାଯାଇଛି।

2/10

ସେମାନେ ହେଲେ ମହାସରସ୍ୱତୀ, ମହାକାଳୀ ଓ ମହାଲକ୍ଷ୍ମୀ। 

3/10

ତିନି ଚୂଡ଼ା ମନ୍ଦିର ଥିବାରୁ ପୁରୁଣା ଭୁବନେଶ୍ୱରର ଏହି ସ୍ଥାନଟି ତିନିମୁଣ୍ଡିଆ ଛକ ଭାବେ ପରିଚିତ।   କେହି କେହି ଏହାକୁ ବୈତାଳ ମନ୍ଦିର ବୋଲି କହନ୍ତି। 

4/10

ଏଠାରେ ମୁଖ୍ୟ ଆରାଧ୍ୟା ହେଉଛନ୍ତି ଦେବୀ କାପାଳିନୀ ବା ଚାମୁଣ୍ଡା, ଯିଏ ଦେବୀ ଦୁର୍ଗାଙ୍କ ଏକ ସ୍ୱରୂପ। 

5/10

ଚାମୁଣ୍ଡା ଦେବୀ ଏହାର ଇଷ୍ଟ ଦେବୀ ହୋଇଥିଲେ ବି ଏ ମନ୍ଦିରକୁ ବୈତାଳ କୁହାଯିବା ପଛରେ ଅନେକ କାରଣ ରହିଛି। ଗୋଟିଏ ହେଲା ଏ ମନ୍ଦିରଟି ବୈତାଳ ବା କଖାରୁ ଭଳି ଦେଖାଯାଏ। 

6/10

ଦ୍ୱିତୀୟ କାରଣ ହେଉଛି ଏହି ମନ୍ଦିର ଦୂରକୁ ବୋଇତ ଭଳି ବି ଦେଖାଯାଏ। ଏଣୁ ତାହାକୁ ବୈତାଳ ମନ୍ଦିର କୁହାଯାଏ। 

 

7/10

କିନ୍ତୁ ମନ୍ଦିର ପୂଜା ପଦ୍ଧତିରେ ତନ୍ତ୍ରର ବ୍ୟବହାର ଏବଂ ତନ୍ତ୍ରରେ ବୈତାଳଙ୍କୁ ପୂଜା ଏ ମନ୍ଦିରର ନାମକୁ ଏଭଳି ପରିଚିତ କରିଥିବା ବି ବିଶ୍ୱାସ କରାଯାଏ। 

8/10

ଭୁବନେଶ୍ୱରର ମନ୍ଦିର ଉପରେ ଦ୍ରାବିଡ଼ ସ୍ଥାପତ୍ୟର ପ୍ରଭାବ ଏଠାରେ ଦେଖିବାକୁ ମିଳେ। ଯାହାର ଶିଖରଟି ୩ଟି ଅର୍ଦ୍ଧଖମ୍ବାକାର ଆକୃତିରେ ନିର୍ମିତ। ଏହି ନିର୍ମାଣ ଶୈଳୀକୁ ଖାକରା ନିର୍ମାଣ ଶୈଳୀ କୁହାଯାଏ। ଅର୍ଥାତ୍‍ କଳିଙ୍ଗ ଶୈଳୀ ନିର୍ମାଣରେ ଦ୍ରାବିଡ଼ ଶୈଳୀର ପ୍ରଭାବ ଦେଖିବାକୁ ମିଳେ। ତିନି ଶିଖର କାରଣୁ ଏହାକୁ ତିନିମୁଣ୍ଡିଆ ମନ୍ଦିର ବୋଲି ବି କୁହାଯାଏ।  

9/10

ଏ ମନ୍ଦିର ପ୍ରାଙ୍ଗଣରେ ରହିଛି ଶିଶିରେଶ୍ୱର ମନ୍ଦିର। ଯାହାର ଲଳିତଗିରି ବୌଦ୍ଧ ମଠ ସହ ରହିଛି ସାମଞ୍ଜସ୍ୟ। ଏହି ଯେଗୁ କେହି ସେତେବେଳର ବୌଦ୍ଧ ସଂସ୍କୃତିର ପ୍ରଭାବ ବୋଲି କହନ୍ତି।

10/10

ଏ ମନ୍ଦିର ଅଷ୍ଟମ ଶତାବ୍ଦୀର ଏକ ଉତ୍କଳୀୟ କୃତୀ। ମନ୍ଦିରର ଚାରି ପାର୍ଶ୍ୱରେ ଶିବଙ୍କ ଆରାଧନା ରହିଛି। ପାର୍ଶ୍ୱ ଦେବାଦେବୀ ଓ କାନ୍ଥରେ ଉତ୍କଳୀୟ ପରମ୍ପରା ଦେଖିବାକୁ ମିଳେ।