Saptahik Rashifal 9 To 15 December 2024: ୯ ଡିସେମ୍ବରରୁ ନୂତନ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ନୂଆ ସପ୍ତାହରେ ଆପଣଙ୍କର ସ୍ଥିତି କିପରି ରହିବ ସେ ନେଇ ଚିନ୍ତିତ ଅଛନ୍ତି କି ? ତେବେ ପଢିନିଅନ୍ତୁ ତୁଳାଠାରୁ ମୀନ ପର୍ଯ୍ୟନ୍ତ ରାଶିଫଳ ।
ତୁଳା ରାଶି
ଟଙ୍କା ଭଲ ରୋଜଗାର ହେଲେ ମଧ୍ୟ ଖର୍ଚ୍ଚ ଅଧିକ ହେବ । ଯାହାକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି । ଆପଣଙ୍କୁ ବ୍ୟବସାୟରେ ସମର୍ଥନ ମିଳିବ । ମିଠା କଥା କହି ଆପଣ ସଭିଙ୍କ ମନ ଜିଣିବାରେ ସକ୍ଷମ ହେବେ । ବ୍ୟବସାୟରେ ଅଗ୍ରଗତି କରିବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ । ଚାକିରି କ୍ଷେତ୍ରରେ ସଫଳତା ପାଇବା ପରେ ମନ ଖୁସି ହେବ । ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ସବୁଜ । ଅଧିକ ଶୁଭଫଳ ପାଇଁ ଆପଣ ପ୍ରଭୁ ଶ୍ରୀ ହନୁମାନଙ୍କ ଚାଲିସା ପାଠ କରନ୍ତୁ । ଧାର୍ମିକ ଯାତ୍ରା କରିପାରନ୍ତି ।
ବିଛା ରାଶି
ସୁଖ ଏବଂ ସମୃଦ୍ଧି ଆସିବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ । କୌଣସି ସୁତ୍ରରୁ କିଛି ଶୁଭ ଖବର ମିଳିପାରେ । ବିଭିନ୍ନ ସୁତ୍ରରୁ ଟଙ୍କା ରୋଜଗାର କରିବେ । ଆପଣଙ୍କ ପାଇଁ ଶୁଭରଙ୍ଗ କମଳା । ବ୍ୟବସାୟରେ ଅଗ୍ରଗତି କରିବା ସହ ଲାଭ ଉପାର୍ଜନ କରିବେ । ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ ତେଣୁ ଖାଦ୍ୟ, ପେୟ ପ୍ରତି ଧ୍ୟାନ ଦିଅନ୍ତୁ । ସଙ୍କଟମୋଚନ ପ୍ରଭୁ ହନୁମାନ ଜୀଙ୍କୁ ପୂଜା କରନ୍ତୁ ।
ଧନୁ ରାଶି
ଏହି ସପ୍ତାହରେ ଶନି ଏବଂ ଚନ୍ଦ୍ରଙ୍କ ଚଳନ ଆପଣଙ୍କ ରାଶିରେ ପ୍ରଭାବ ପକାଇବ । ରାଜନୈତିକ କ୍ଷେତ୍ରରେ ସଫଳତା ମିଳିପାରେ । ଏହି ସପ୍ତାହଟି ଖୁସିରେ ପରିପୂର୍ଣ୍ଣ ହେବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ଏବଂ ଧଳା । ଆଇନ ଏବଂ ବି.ଟେକ୍ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଶ୍ରୀ ବିଷ୍ଣୁସହସ୍ରନାମ ପାଠ କରନ୍ତୁ । ଗୁରୁବାର ଦିନ ଗାଈକୁ କଦଳୀ ଖାଇବାକୁ ଦିଅନ୍ତୁ ।
ମକର ରାଶି
ଏହି ସପ୍ତାହରେ ଆପଣ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବେ । ଆପଣଙ୍କୁ ସମୟ ସୁଖ ପ୍ରଦାନ କରିବ । ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବେ । ବ୍ୟବସାୟରେ ସଫଳ ହେବେ । ପିତା ଏବଂ ଗୁରୁଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଭାଇଙ୍କ ସାହାଯ୍ୟ ମିଳିବ । ଯାନବାହନ ଚଳାଚଳ ସମୟରେ ସାବଧାନ ରହିବା ଆବଶ୍ୟକ । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂଜା କରନ୍ତୁ ଶୁଭଫଳ ମିଳିବ ।
କୁମ୍ଭ ରାଶି
ବ୍ୟବସାୟରେ ସଫଳ ହେବେ । ନିଜ ବ୍ୟବସାୟକୁ ଆଗକୁ ନେବା ପାଇଁ କରିଥିବା ଯୋଜନା ଫଳପ୍ରଦ ହେବ । କଠିନ ପରିଶ୍ରମର ଫଳ ମିଳିବା ପରେ ଆପଣ ଖୁସି ପ୍ରକାଶ କରିବେ । ନୀଳ ଏବଂ ଆକାଶି ରଙ୍ଗ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ରାଜନୀତି କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ଛାତ୍ରଛାତ୍ରୀମାନେ ସଫଳ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି ।
ମୀନ ରାଶି
ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଶୁଭଫଳ ମିଳିବ । ସପ୍ତାହଟିରେ କିଛି ଭଲ ଖବର ପାଇବା ପରେ ମନ ଖୁସି ହେବ । ପକେଟ୍ କୁ ଟଙ୍କା ଆସିବ । ଜୀବନ ସାଥୀଙ୍କ ସହିତ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ପାଇଁ ଶୁଭରଙ୍ଗ ହଳଦିଆ ଏବଂ ଧଳା । ଭାଇଙ୍କ ସାହାଯ୍ୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବେ । ଛାତ୍ରମାନେ ନୂତନ ସୁଯୋଗ ପାଇବେ । ପ୍ରତିଦିନ ହନୁମାନ ଚାଲିସା ପାଠ କରନ୍ତୁ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़