Advertisement
Photo Details/zeeodisha/odisha2423800
photoDetails0hindi

ଶନି ଏବଂ ସୂର୍ଯ୍ୟଙ୍କ କୃପାରୁ ୩ ରାଶିର ଲୋକଙ୍କୁ ମିଳିବ ସଫଳତା

Astrology: ୧୨ଟି ରାଶିଚକ୍ର ଉପରେ ୯ଟି ଗ୍ରହର ପ୍ରଭାବ ପଡିଥାଏ । ଗ୍ରହମାନେ ଯେତେବେଳେ ଗୋଟିଏ ରାଶିରୁ ଅନ୍ୟ ରାଶିକୁଚଳନ କରନ୍ତି ଏହାର ପ୍ରଭାବ କିଛି ରାଶିକୁ ସକରାତ୍ମକ ଭାବେ ଏବଂ କିଛି ରାଶିକୁ ନକରାତ୍ମକ ଭାବେ ମିଳେ । ସେପ୍ଟେମ୍ବର ୧୬ ରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ସିଂହରୁ ବାହାରି କନ୍ୟା ରାଶିରେ ଚଳନ କରିବେ । ସେଠାରେ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଶନି ଆସିବା କାରଣରୁ କିଛି ରାଶିକୁ ଶୁଭଫଳ ମିଳିବ ।

1/4

ମିଥୁନ ରାଶି

ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ଚଳନ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ବିଚାରାଧୀନ କାର୍ଯ୍ୟ ଆପେ ଆପେ ଶେଷ ହୋଇଯିବ । ଆପଣଙ୍କର ଆୟରେ ବୃଦ୍ଧି ଘଟିବ । ଆର୍ଥିକ ଅବସ୍ଥା ଉନ୍ନତି ହେବ । ଆୟର ନୂତନ ଉତ୍ସ ସୃଷ୍ଟି ହେବ । ଜୀବନରେ ଖୁସି ଆସିବ । ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ । ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ । ବଡ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରିବେ । ଏହି ସମୟ ମଧ୍ୟରେ ନୂଆ ଗାଡି କିମ୍ବା ସମ୍ପତ୍ତି କିଣିବାର ସମ୍ଭାବନା ଅଛି ।

2/4

କର୍କଟ ରାଶି

ଶନି ଏବଂ ସୂର୍ଯ୍ୟଙ୍କ ପ୍ରଭାବରେ ଆପଣ ଅନୁକୂଳ ପ୍ରଭାବ ପାଇବେ । ଏହି ସମୟ ମଧ୍ୟରେ ଆପଣ ଚାକିରି, କାର୍ଯ୍ୟ ଏବଂ ବ୍ୟବସାୟରେ ସଫଳତା ପାଇବେ । କାର୍ଯ୍ୟଭାର ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ । ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି ।  ନିଜ ଭିତରେ ଆତ୍ମବିଶ୍ୱାସ ବଢିବ । ଆପଣ ଅନେକ କିଛି ହାସଲ କରିବାରେ ସମର୍ଥ ହେବେ । ଆପଣଙ୍କ କଠିନ ପରିଶ୍ରମକୁ ପ୍ରଶଂସା ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବ ।

3/4

ମୀନ ରାଶି

ଆପଣଙ୍କ ପାଇଁ ଏହି ସମୟ ଲାଭଦାୟକ ପ୍ରମାଣିତ ହୋଇପାରେ । କୌଣସି ସୁତ୍ରରୁ ଆପଣ ହଠାତ୍ ଆର୍ଥିକ ଲାଭ ପାଇପାରନ୍ତି । କୋର୍ଟ କଚେରୀ ମାମଲାରେ ସଫଳତା ପାଇପାରିବେ । ଆପଣଙ୍କ ମଧ୍ୟରେ ସାହସ ବୃଦ୍ଧି ପାଇବ । ଖୁସି ଏବଂ ସନ୍ତୁଷ୍ଟ ଅନୁଭବ କରିବେ । କ୍ୟାରିଅରରେ ବହୁତ ବଡ଼ ସଫଳତା ପାଇବେ । ବିଦେଶ ଯିବାର ସୁଯୋଗ ମିଳିବ । ବିନିଯୋଗରେ ଆପଣ ଲାଭ ପାଇବେ ।

4/4

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।