Advertisement
Photo Details/zeeodisha/odisha2392369
photoDetails0hindi

Saturn Transit 2024: ଶନିଙ୍କ ଶୁଭ ପ୍ରଭାବ, ୮୫ ଦିନ ପର୍ଯ୍ୟନ୍ତ ଏହି ରାଶିକୁ ଲାଭ

Nakshatra change of Saturn: ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବରୁ କିଛି ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭଫଳ ପାଇବେ । ସେହି ରାଶି ଗୁଡିକ କିଏ ଆସନ୍ତୁ ଜାଣିବା ।

1/5

ଶତବିଶା ନକ୍ଷତ୍ରରେ ଶନିଦେବ ୨୪ ତମ ଶତାଭିଶା ନକ୍ଷତ୍ରର ଶାସକ ଗ୍ରହ ହେଉଛନ୍ତି ରାହୁ । ଶତାଭିଶା ନକ୍ଷତ୍ର କୁମ୍ଭ ରାଶି ଅଧୀନରେ ରହିଛି । ରାହୁଙ୍କ ଏହି ନକ୍ଷତ୍ରରେ ଶନିଙ୍କ ଚଳନ ହେବାକୁ ଯାଉଛି ।

2/5

ମେଷ ରାଶି ଶତଭିଶା ନକ୍ଷତ୍ରରେ ଶନିଙ୍କ ଚଳନ ଆପଣଙ୍କ ପାଇଁ ଶୁଭଫଳ ଆଣିଦେବ । ବ୍ୟବସାୟ କ୍ଷେତ୍ରରେ ଆପଣ କରୁଥିବା କଠିନ ପରିଶ୍ରମ ପାଇଁ ଆପଣଙ୍କୁ ଅତ୍ୟନ୍ତ ଶୁଭଫଳ ତଥା ଲାଭ ମିଳିବ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ପରିବାର ସଦସ୍ୟଙ୍କ ସହ ଆପଣ ସମୟ ବିତାଇବେ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟରେ ଭଲ ଖବର ମିଳିପାରେ ।

3/5

ଧନୁ ରାଶି ଶନିଙ୍କ ନକ୍ଷତ୍ର ପରିବର୍ତ୍ତନରୁ ଆପଣ ଲାଭ ପାଇବାକୁ ଯାଉଛନ୍ତି । ଯଦି ଆପଣ କିଛି ନୂଆ କାର୍ଯ୍ୟ କରିବାକୁ ସ୍ଥିର କରିଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ । ବିନିଯୋଗ ପାଇଁ ମଧ୍ୟ ଏହି ସମୟ ଉପଯୁକ୍ତ । ଆପଣଙ୍କ ଆର୍ଥିକ ପରିସ୍ଥିତି ବଦଳିବା ସହ ଆପଣଙ୍କ ନିକଟକୁ ଅଧିକ ଟଙ୍କା ଆସିବ । ଶନି ଦେବଙ୍କ ନକ୍ଷତ୍ରରେ ପରିବର୍ତ୍ତନ କାରଣରୁ ବ୍ୟବସାୟରେ ମଧ୍ୟ ଅଧିକ ଆର୍ଥିକ ଲାଭ ପାଇପାରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଛାତ୍ରଛାତ୍ରୀମାନେ ସଫଳତାର ସ୍ୱାଦ ଚାଖିବେ ।

4/5

ବୃଷ ରାଶି ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଆର୍ଥିକ ଲାଭର ସମ୍ଭାବନା ରହିଛି । ବ୍ୟବସାୟରେ ସଫଳତା ମିଳିବ । ଧନ ଅର୍ଜନ ସହ ସଞ୍ଚୟ କରିପାରିବେ । ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ଅଧିକ ନିବିଡ ହେବ ।

5/5

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)