Advertisement
Photo Details/zeeodisha/odisha2399390
photoDetails0hindi

September Capricorn Horoscope: ଆପଣଙ୍କ ପାଇଁ ମାସଟି ଶୁଭ ହେବ ନା ସତର୍କ ରହିବାକୁ ପଡିବ, ଜାଣନ୍ତୁ

Kumbh Masik Rashifal September: କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଆସନ୍ତା ମାସଟି କିପରି କଟିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦଙ୍କ ନିକଟରୁ

1/5

ପାରିବାରିକ ଜୀବନ

ପରିବାର ଉପରେ ଆପଣଙ୍କର ଧ୍ୟାନ ବଢିବାକୁ ଲାଗିବ । ଯାହା ଭାଇଚାରା ବୃଦ୍ଧି କରିବ । ପରିବାରର ସମସ୍ତ ସଦସ୍ୟଙ୍କ ସହ ଆପଣ ଅଧିକ ସମୟ ବିତାଇବେ । ସମସ୍ତଙ୍କ ମନରେ ଆପଣଙ୍କ ପ୍ରତି ସ୍ନେହ ପ୍ରେମ ବୃଦ୍ଧି ପାଇବ । ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ । ଆପଣ ପରିବାର ସଦସ୍ୟଙ୍କ ଭିନ୍ନ ମତ ରଖିଲେ ମଧ୍ୟ ଗୁରୁଜନଙ୍କ କଥାକୁ ସମସ୍ତେ ମାନି ଚଳିବେ ।

2/5

ବ୍ୟବସାୟ ଏବଂ କାର୍ଯ୍ୟ

ବ୍ୟବସାୟରେ ଯଦି ଆପଣ ନୂତନ ଚୁକ୍ତି କରିବାକୁ ଯାଉଛନ୍ତି ତେବେ ଏହାକୁ ସେପ୍ଟେମ୍ବର ମାସରେ କରନ୍ତୁ ନାହିଁ । କୌଣସି ନୂଆ ଯୋଜନାରେ ଟଙ୍କା ବିନିଯୋଗରୁ ଦୂରେଇ ରୁହନ୍ତୁ । ବ୍ୟବସାୟୀକ ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ଶୁଭ ନୁହେଁ । କୌଣସି ନୂତନ ଚୁକ୍ତି ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ସୁଦୃଢ ହେବ ।

3/5

ଶିକ୍ଷା

ବିଦ୍ୟାର୍ଥୀମାନଙ୍କୁ ସେପ୍ଟେମ୍ୱର ମାସରେ ଅଧିକ ପରିଶ୍ରମ କରିବାକୁ ପଡିବ ନଚେତ୍ ଫଳାଫଳ ଅସନ୍ତୁଷ୍ଟ କରିବ । ଆପଣଙ୍କର ଅଧ୍ୟୟନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । କୌଣସି ପ୍ରକାର ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ । କଲେଜରେ ଶେଷ ବର୍ଷରେ ପଢୁଥିବା ବିଦ୍ୟାର୍ଥୀଙ୍କୁ କୌଣସି ସ୍ଥାନରୁ ଭଲ ଅଫର ମିଳିପାରେ । ଏହି ସମୟରେ ଆପଣଙ୍କ ମନକୁ ନିୟନ୍ତ୍ରଣରେ ରଖିବା ଉଚିତ୍ । ଡାକ୍ତରୀ ଛାତ୍ରମାନେ ନୂତନ ମାସରେ ନୂଆ ସୁଯୋଗ ପାଇବେ । ବାଣିଜ୍ୟ ଛାତ୍ରମାନେ ଅଧିକ ଯତ୍ନବାନ ହୋଇ ପାଠ ପଢିବା ଉଚିତ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ ମଧ୍ୟମଧରଣର ଫଳ ପାଇବେ ।

4/5

ପ୍ରେମ ଜୀବନ

ନିଜ ଜୀବନସାଥୀଙ୍କ ପ୍ରତି ଥିବା ପ୍ରେମ ଆହୁରି ବୃଦ୍ଧି ପାଇବ। ଆପଣଙ୍କ ସାଥୀ ଏପରି କିଛି କରିବେ ଯାହା ଆପଣଙ୍କୁ ଖୁସି ଦେବ । ଯଦି କୌଣସି ମତଭେଦ ରହିଥାଏ ତେବେ ତାହାର ସମାଧାନ ହେବ । ବିବାହକୁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଖୁସି ଖବର ମିଳିବ ।

5/5

ସ୍ୱାସ୍ଥ୍ୟ ଜୀବନ

ମଧୁମେହ ଏବଂ ରକ୍ତଚାପ ରୋଗୀମାନେ ନିଜର ବିଶେଷ ଯତ୍ନ ନେବା ଉଚିତ୍ । ଶାରୀରିକ ସ୍ତରରେ ଆପଣଙ୍କୁ ଅଧିକ ଅସୁବିଧା ହେବ ନାହିଁ କିନ୍ତୁ ମୁଣ୍ଡବିନ୍ଧାର ସମସ୍ୟା ସୃଷ୍ଟି ହୋଇପାରେ । ସେପ୍ଟେମ୍ବର ମଧ୍ୟଭାଗରେ, ଆପଣ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରିପାରନ୍ତି ଯେଉଁଥିପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଆପଣ କିଛି ସମୟ ପାଇଁ ମାନସିକ ଚାପର ଶିକାର ହୋଇପାରନ୍ତି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)