Advertisement
Photo Details/zeeodisha/odisha2399401
photoDetails0hindi

Bird Flu: ଚିକେନ ଖାଉଥିଲେ ସାବଧାନ! ରାଜ୍ୟର ଏହିସବୁ ସ୍ଥାନରେ ବାର୍ଡ ଫ୍ଲୁ ଆତଙ୍କ

Bird Flu: ପୁରୀ ପିପିଲି ରେ ବାର୍ଡ଼ ଫ୍ଲୁ ଚିହ୍ନଟ । ୧୩ ଜଣିଆ ଡାକ୍ତର ଟିମଙ୍କ ସମେତ ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ତଦନ୍ତ କରିଛନ୍ତି । ପିପିଲି ରେ ୪୭ ଟି କୁକୁଡ଼ା ଫାର୍ମ ରୁ ପାଖାପାଖି ୨୦ ହଜାର ରୁ ଅଧିକ କୁକୁଡ଼ା ମରିଥିବା ଅନୁମାନ । ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। 

1/5
ପୁରୀର ପିପିଲି, ମଙ୍ଗଳପୁର, ଦାସିଆ ବାଉରୀ ପୀଠ ଓ ସମଗ୍ର ଜିଲ୍ଲାର ବିଭିନ୍ନ ସ୍ଥାନରେ କୁକୁଡ଼ା ମଡ଼କ ଦେଖାଦେଇଛି। ଫଳରେ ସ୍ଥାନୀୟ ଲୋକଙ୍କ ସହ କୁକୁଡ଼ା ଚାଷୀ ମାନେ ଆତଙ୍କିତ। 

2/5

ପୂର୍ବରୁ ହଜାର ହଜାର ସଂଖ୍ୟା ରେ କୁକୁଡ଼ା ମରିଯିବା ଫଳରେ ଆନିମଲ ଡ଼ିଜିଜ ରିସର୍ଚ୍ଚ ସେଂଟର ପକ୍ଷରୁ କୁକୁଡ଼ାର ରକ୍ତ ମଳ ମୁତ୍ର କଫ ସଂଗ୍ରହ କରିବା ସହିତ ମଲା କୁକୁଡ଼ାକୁ ସାଥିରେ ନେଇ ଏହାକୁ ପରୀକ୍ଷା କରାଯିବା ପାଇଁ ଭେଲୋର ପରୀକ୍ଷା ପାଇଁ ପଠାଯାଇଥିଲା ।

3/5

ତେବେ ଏହି ନମୁନାରୁ ପଜିଟିଭ୍ ଆସିଥିବା ବେଳେ ଏହା ବାର୍ଡ଼ଫ୍ଲୁ ବୋଲି ଜଣାପଡ଼ିଛି । ଯାହାକୁ ନେଇ ଆଜି ପିପିଲି ର ବିଭିନ୍ନ କୁକୁଡ଼ା ଫାର୍ମରେ କୁକୁଡ଼ା ମାରିବା ପୂର୍ବରୁ ପିପିଲି ଦୁର୍ଗାଦାସ ପୁରରେ  ଭେଟେନାରି ଟିମର ପ୍ରସ୍ତୁତି ବୈଠକ ବସିଛି । 

4/5

କୁକୁଡ଼ା ମାରିବା ପାଇଁ ୫୪ ଜଣ ଆସିଥିବା ରାଜ୍ୟ ର ବିଭିନ୍ନ ଜିଲ୍ଲାର ଭେଟେନାରୀ ଷ୍ଟାଫ ଙ୍କ ରକ୍ତ ନମୁନା ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗ ।  କୁକୁଡ଼ା ମାରିବା ପୂର୍ବରୁ କିଭଳି ରହିବେ ସଜାଗ ସେଥିପାଇଁ ପିପିଲି ମଙ୍ଗଳପୁରୁ ଠାରେ ଦିଆଯାଇଛି ପ୍ରଶିକ୍ଷଣ । 

5/5

ହେଲେ କୁକୁଡା ଚାଷ କରିଥିବା ଚାଷୀ କୁକୁଡା ମାରିବାକୁ ଦେବାକୁ ଅମଙ୍ଗ ହୋଇଛନ୍ତି । କାରଣ ଲୋନ କରି ଧାର ଉଧାର କରି ଚାଷ କରିଥିବାରୁ କ୍ଷତିପୂରଣ ନଦେବା ଯାଏଁ କୁକୁଡା ମାରିବାକୁ ମନା କରିଛନ୍ତି କୁକୁଡ଼ା ଚାଷୀ