Advertisement
Photo Details/zeeodisha/odisha2392251
photoDetails0hindi

September Makar Rashifal: ପକେଟକୁ ଆସିବ ଟଙ୍କା ନା ହେବ କ୍ଷତି? ଜାଣନ୍ତୁ କିପରି ବିତିବ ମାସ

September Makar Rashifal: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତିଟି ଗ୍ରହ ନକ୍ଷତ୍ରଙ୍କ ଗତିବିଧି ପରିବର୍ତ୍ତନ କାରଣରୁ ବିଭିନ୍ନ ପ୍ରକାରର ପ୍ରଭାବ ରାଶି ଗୁଡିକ ଉପରେ ପଡିଥାଏ । ମକର ରାଶି ଉପରେ ସେପ୍ଟେମ୍ୱର ମାସରେ ଗ୍ରହଚଳନର ପ୍ରଭାବ କିପରି ରହିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/5

ପାରିବାରିକ ଜୀବନ ନିଜ ଆଚରଣରେ ଆପଣଙ୍କୁ ଚତୁର ହେବାର ଆବଶ୍ୟକତା ରହିଛି । ଅନ୍ୟମାନଙ୍କ ପ୍ରତି ଭଦ୍ର ବ୍ୟବହାର କରିବାକୁ ପଡ଼ିବ । ଏହି ସମୟରେ କ୍ରୋଧ ଆପଣଙ୍କୁ ତଳକୁ ଖସାଇପାରେ । ପ୍ରତିଦିନ ପ୍ରାଣାୟାମ କରନ୍ତୁ । ପରିବାରରେ ମତଭେଦ ହୋଇପାରେ, କିନ୍ତୁ ଆପଣଙ୍କ ଜୀବନସାଥୀ ଏହି ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ଉଚ୍ଚଶିକ୍ଷା କିମ୍ୱା ଚାକିରି ପାଇଁ ସାନ ଭାଇ କିମ୍ବା ଭଉଣୀକୁ ଘରୁ ବାହାରକୁ ଯିବାକୁ ପଡିପାରେ ।

2/5

ବ୍ୟବସାୟ ଏବଂ ଚାକିରି ଆପଣ ବ୍ୟବସାୟ କ୍ଷେତ୍ରରେ କୌଣସି ବଡ଼ ବୁଝାମଣା ନକରିବା ଆବଶ୍ୟକ । ଜମି ସମ୍ବନ୍ଧୀୟ ବିନିଯୋଗରେ ଆପଣଙ୍କୁ ଲାଭ ମିଳିପାରେ । ରାଜନୀତିରେ ଜଡିତ ବ୍ୟକ୍ତି ଏହି ମାସରେ ବିରୋଧୀଙ୍କଠାରୁ ଦୂରରେ ରହିବା ଉଚିତ । ଏଥିସହ ଭାଷଣକୁ ମଧ୍ୟ ନିୟନ୍ତ୍ରଣ କରିବା ଆବଶ୍ୟକ । ଯଦି ଚାକିରି କ୍ଷେତ୍ରରେ କାହା ସହିତ ପୁରୁଣା ବିବାଦ ରହିଛି ତେବେ ଏହାର ସମାଧାନ ହୋଇଯିବ । ଆପଣଙ୍କ ମନ ଅସ୍ଥିର ରହିପାରେ ।

3/5

ଶିକ୍ଷା ଏହି ରାଶିର ଛାତ୍ରଛାତ୍ରୀ ସହପାଠୀଙ୍କ ସହିତ ଝଗଡା କରିବାର ସମ୍ଭାବନା ରହିଛି । ଯାହା ଆପଣଙ୍କ ଅଧ୍ୟୟନ ଉପରେ ମଧ୍ୟ ପ୍ରଭାବ ପକାଇବ । ତେଣୁ ଆପଣ ବିତର୍କରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ସ୍ନାତକୋତ୍ତର ଛାତ୍ରମାନେ ଅଧ୍ୟୟନରେ କମ୍ ଆଗ୍ରହୀ ହେବେ । ଯଦି ଆପଣ ଡିଜିଟାଲ୍ ମିଡିଆରେ ଅଧ୍ୟୟନ କରୁଛନ୍ତି, ତେବେ ଆପଣଙ୍କୁ କାମ ପାଇଁ ଅଫର ଆସିପାରେ । ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି 

4/5

ପ୍ରେମ ଜୀବନ କିଛି ସମୟ ପାଇଁ ଆପଣଙ୍କ ସାଥୀଙ୍କ ସହିତ ମତଭେଦ ହୋଇପାରେ । ଆପଣ ନିଜ ସାଥୀଙ୍କଠାରୁ ଉପହାର ଗ୍ରହଣ କରିବେ । ପ୍ରେମ ଜୀବନରେ ସାଥୀଠାରୁ ଦୂରରେ ଥିଲେ ଭେଟ ହେବାର ସମ୍ଭାବନା ରହିଛି । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ ।

5/5

ସ୍ୱାସ୍ଥ୍ୟ ଜୀବନ ଆପଣଙ୍କ ପେଟ ସମ୍ବନ୍ଧୀୟ କିଛି ସମସ୍ୟା ସୃଷ୍ଟି ହୋଇପାରେ। କୋଷ୍ଠକାଠିନ୍ୟ,ଗ୍ୟାସ୍ ଇତ୍ୟାଦି ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହା ବ୍ୟତୀତ କିଛି ପୁରୁଣା ରୋଗ ଆପଣଙ୍କୁ ଅସୁବିଧାରେ ପକାଇପାରେ । କିନ୍ତୁ ଆପଣ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)