Advertisement
Photo Details/zeeodisha/odisha2388446
photoDetails0hindi

September Rashifal Dhanu: ସେପ୍ଟେମ୍ୱର ମାସରେ ଏହି ରାଶିକୁ ମିଳିବ ଧନ, ମାନ ସହ ସବୁ ସୁଖ

ଯଦି ଆପଣଙ୍କର ରାଶି ଧନୁ ତେବେ ଏହି ଭାବନା ଆପଣଙ୍କ ମନକୁ ଆସିପାରେ ଯେ, ସେପ୍ଟେମ୍ବର ମାସଟି ଆପଣଙ୍କ ପାଇଁ କିପରି କଟିବ । ଏହା ଶୁଭଫଳ ଦେବ ନା କଷ୍ଟକର ହେବ । ସେପ୍ଟେମ୍ବରରେ କ୍ୟାରିୟର ପରିସ୍ଥିତି କ’ଣ ହେବ, ଗ୍ରହ ଚଳନ ଜୀବନରେ କେଉଁ ମୋଡ଼ ଆଣିବ, ପାରିବାରିକ ଜୀବନ କିପରି ହେବ, ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ଆସନ୍ତୁ

1/5

ପାରିବାରିକ ଜୀବନ ଯଦି ଆପଣଙ୍କ ଘରର କୌଣସି ସଦସ୍ୟ ରୋଗରେ ପୀଡିତ ତେବେ ସମସ୍ୟା ବଢିପାରେ । ତେଣୁ ଏ ବିଷୟ ପ୍ରତି ଅତ୍ୟନ୍ତ ସତର୍କ ରୁହନ୍ତୁ । ଉଚିତ ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ଆପଣଙ୍କଠାରୁ ସମସ୍ତଙ୍କ ଆଶା ବଢିବ । ଏହି ସମୟରେ ଚାପ ନିଅନ୍ତୁ ନାହିଁ, ବରଂ ଧୌର୍ଯ୍ୟ ସହିତ କାମ କରନ୍ତୁ । ନିଜ ଆଚରଣକୁ ପରିବର୍ତ୍ତନ କରନ୍ତୁ । ପିତାମାତାଙ୍କ ପରାମର୍ଶକୁ ଭଲଭାବେ ଶୁଣନ୍ତୁ ।

2/5

ବ୍ୟବସାୟ ଏବଂ ଚାକିରି ସେପ୍ଟେମ୍ବର ମାସରେ ଆପଣଙ୍କୁ ଅଧିକ କାମ କରିବାକୁ ପଡିବ। ବ୍ୟବସାୟ ଦୃଷ୍ଟିକୋଣରୁ ସେପ୍ଟେମ୍ବର ମାସ ଲାଭଦାୟକ ସାବ୍ୟସ୍ତ ହେବ । କିନ୍ତୁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ମାସର ଶେଷ ସପ୍ତାହରେ ଆପଣ ବଡ଼ ଲାଭ ପାଇପାରିବେ । ପିତାମାତା ତଥା ବରିଷ୍ଠ ଲୋକଙ୍କ ପରାମର୍ଶ ନେଇ ଟଙ୍କା ସମ୍ବନ୍ଧୀୟ ନିଷ୍ପତ୍ତି ନେଲେ ଫଳାଫଳ ବହୁତ ଭଲ ହେବ । ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଆପଣଙ୍କର କାହା ସହିତ ତୀବ୍ର ଯୁକ୍ତିତର୍କ ହୋଇପାରେ । ଘରୋଇ କ୍ଷେତ୍ରର କର୍ମଚାରୀମାନେ ଜଣେ ବରିଷ୍ଠଙ୍କ ସାହାଯ୍ୟ ନେଇ ସଠିକ୍ ମାର୍ଗଦର୍ଶନ କରିପାରିବେ ।

3/5

ଶିକ୍ଷା ଉଚ୍ଚଶିକ୍ଷା ଅନୁସରଣ କରୁଥିବା ଛାତ୍ରମାନେ ନିଜ ପାଇଁ ବାଛିଥିବା ବିଷୟ ଭବିଷ୍ୟତରେ ସେମାନଙ୍କ ପାଇଁ ସହାୟକ ହୋଇପାରେ । ଯଦି ଆପଣ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ସେପ୍ଟେମ୍ବର ମାସ ଆପଣଙ୍କୁ ଶୁଭ ଫଳାଫଳ ଦେବ । ଯାହା ଆପଣଙ୍କ ମନକୁ ଖୁସି କରିବ । ପରିଚାଳନା ଅଧ୍ୟୟନ କରୁଥିବା ଛାତ୍ରମାନେ ଦୁଇ-ତିନୋଟି ସ୍ଥାନରୁ ଆକର୍ଷଣୀୟ ଅଫର ପାଇପାରନ୍ତି । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

4/5

ପ୍ରେମ ଜୀବନ ଯଦି ଆପଣ ନିଜ ସାଥୀଙ୍କଠାରୁ ଦୂରରେ ଅଛନ୍ତି, ତେବେ ଆପଣ ବର୍ଷର ନବମ ମାସରେ ତାଙ୍କୁ ଭେଟି ପାରନ୍ତି, ଯାହା ଆପଣଙ୍କ ମନରେ ଉତ୍ସାହ ଭରିଦେବ । ବିବାହିତ ପୁରୁଷମାନେ ନିଜ ପତ୍ନୀଙ୍କୁ ଖୁସି କରିବାକୁ ଚେଷ୍ଟା କରିବେ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ଖୁସି ଖବର ମିଳିପାରେ । ତେଣୁ ଭଲ ଭାବରେ ଚିନ୍ତା କରିବା ପରେ ହିଁ କୌଣସି ନିଷ୍ପତ୍ତି ନିଅନ୍ତୁ ।

5/5

ସ୍ୱାସ୍ଥ୍ୟ ସେପ୍ଟେମ୍ବର ମାସରେ ସ୍ୱାସ୍ଥ୍ୟକୁ ଜଗି ରଖି ଚଳନ୍ତୁ । ଏହି ମାସରେ ଆପଣଙ୍କୁ ବିଶେଷ ଯତ୍ନ ନେବାକୁ ପଡ଼ିବ । ମାନସିକ ଅଶାନ୍ତିରେ ରହିପାରନ୍ତି । ମୁଣ୍ଡବିନ୍ଧାର ଶିକାର ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବରର ଦ୍ୱିତୀୟ ସପ୍ତାହରେ, ମାନସିକ ଅବସାଦର ଶିକାର ହୋଇପାରନ୍ତି । ଶନିବାର ଦିନ ଶନି ମନ୍ଦିରକୁ ଯାଇ ଭଗବାନ ଶନିଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ ରିଷ୍ଟ ଖଣ୍ଡନ ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)