Advertisement
Photo Details/zeeodisha/odisha2382520
photoDetails0hindi

Singh Sankranti 2024: ସିଂହ ସଂକ୍ରାନ୍ତିରେ କରନ୍ତୁ ଏହି କାମ, ଜୀବନରେ ଭରିଯିବ ସୁଖ ସମୃଦ୍ଧି

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଅଗଷ୍ଟ ମାସରେ ସୂର୍ଯ୍ୟ ସିଂହ ରାଶିରେ ଚଳନ କରିବେ । ସେହି ଦିନକୁ ସିଂହ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ । ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ସୂର୍ଯ୍ୟ ଅଗଷ୍ଟ ୧୬ ରେ ସିଂହରେ ଚଳନ କରିବେ । ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଏହି ରାଶି ଅବସ୍ଥାନ କରିବେ ସୂର୍ଯ୍ୟ । ଏହି ଅବଧି ମଧ୍ୟରେ ଆପଣ ସୂର୍ଯ୍ୟଦେବଙ୍କ ବିଶେଷ ପୂଜାର୍ଚ୍ଚନା କରି ଶୁଭଫଳ ପାଇପାରିବେ ।

1/5

ସିଂହ ସଂକ୍ରାନ୍ତି ପ୍ରତିକାର ସୂର୍ଯ୍ୟ ସଂକ୍ରାନ୍ତି ଦିନ ଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ବିଶେଷ ଦିନରେ ଗରିବ ଲୋକଙ୍କୁ ଆପଣ ଗହମ, ଖାଦ୍ୟ, ପୋଷାକ କିମ୍ୱା ଟଙ୍କା ସକ୍ଷମ ଅନୁଯାୟୀ ଦାନ କଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ଏଥିସହ ସୂର୍ଯ୍ୟଦେବ ସମସ୍ତ ରିଷ୍ଟ ଖଣ୍ଡନ କରିଦିଅନ୍ତି ବୋଲି ବିଶ୍ୱାସ ରହିଛି ।

2/5

ସିଂହ ସଂକ୍ରାନ୍ତିରେ ଆପଣ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଉଚିତ୍। ଏହି ସ୍ତୋତ୍ର ସୂର୍ଯ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି । ଆଦିତ୍ୟହୃଦୟ ପଢିବା ଦ୍ୱାରା ସୂର୍ଯ୍ୟଙ୍କ ବିଶେଷ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଫଳରେ ଜୀବନରେ ଆସୁଥିବା ଅନେକ ପ୍ରକାରର ସମସ୍ୟା ଦୂର ହୋଇଯାଏ । ଏହା ମାନସିକ ଅସୁବିଧା, ହୃଦ ରୋଗ, ଚାପ, ଶତ୍ରୁ ସହ ଜଡିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ବୋଲି ବିଶ୍ୱାସ ରହିଛି ।

3/5

ଜ୍ୟୋତିଷଙ୍କ କହିବାନୁଯାୟୀ, ଯେଉଁମାନଙ୍କର ରାଶିରେ ସୂର୍ଯ୍ୟଙ୍କର ସ୍ଥିତି ଦୁର୍ବଳ ବିଶେଷ କରି ସେମାନେ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ୍ । ବିଶେଷ କରି ସଂକ୍ରାନ୍ତି ପର୍ବ ଦିନ ଏହା କରିବା ଆବଶ୍ୟକ । ସୂର୍ଯ୍ୟ ଭଗବାନଙ୍କୁ ଜଳ ଯୋଗାଇବା ସମୟରେ ଏକ ତମ୍ୱା ପାତ୍ର ବ୍ୟବହାର କରିବା ଉଚିତ । ବିଶ୍ୱାସ କରାଯାଏ ଯେ, ଏହା କରିବା ଦ୍ୱାରା ଧନ ପ୍ରାପ୍ତ ହୁଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ ।

4/5

ସିଂହ ସଂକ୍ରାନ୍ତି ଦେଶର ଅନେକ ଅଞ୍ଚଳରେ ଏକ ବିଶେଷ ପର୍ବ ଭାବେ ପାଳନ କରାଯାଏ । ଏହି ବିଶେଷ ଦିନରେ ଅନେକ ବ୍ରତଧାରୀ ଉପବାସ ମଧ୍ୟ ରଖିଥାନ୍ତି । ଜ୍ୟୋତିଷ କହିଛନ୍ତି ଯେ, ସଂକ୍ରାନ୍ତି ତିଥିରେ ଉପବାସ ପାଳନ କରିବା ଦ୍ୱାରା ସ୍ୱର୍ଯ୍ୟଦେବ ପ୍ରସନ୍ନ ହୋଇ ଆଶୀର୍ବାଦ ବର୍ଷା କରିଥାନ୍ତି । ଫଳରେ ଜୀବନରେ ମାନ ସମ୍ମାନ ବଢିଥାଏ । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଆଶାଠାରୁ ଅଧିକ ସଫଳତା ମିଳିଥାଏ ।

5/5

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)