Advertisement
Photo Details/zeeodisha/odisha2407433
photoDetails0hindi

Surya Gochar 2024: ସୂର୍ଯ୍ୟଙ୍କ ପରି ଚମକିବ ୩ ରାଶିର ଭାଗ୍ୟ, ଟଙ୍କାରେ ହେବ ପକେଟ ଗରମ

Surya Gochar 2024: ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ବର୍ତ୍ତମାନ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ସିଂହ ରାଶିରେ ଅଛନ୍ତି । ୧୬ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ସମାନ ସ୍ଥାନରେ ସୂର୍ଯ୍ୟଦେବ ରହିବେ । ଅଗଷ୍ଟ ୩୦, ୨୦୨୪ ରେ, ସୂର୍ଯ୍ୟଦେବ ପୂର୍ବା ଫାଲଗୁନି ନକ୍ଷତ୍ରରେ ଚଳନ କରିଛନ୍ତି । ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ପୂର୍ବା ଫାଲଗୁଣୀ ନକ୍ଷତ୍ରରେ ରହିବେ ସୂର୍ଯ୍ୟଦେବ ।

1/4

ସିଂହ ରାଶି

ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ । ବ୍ୟବସାୟୀମାନେ ଅପ୍ରତ୍ୟାଶିତ ଆର୍ଥିକ ଲାଭ କରିବାର ସମସ୍ତ ସମ୍ଭାବନା ଅଛି । ଯୁବକମାନଙ୍କର ବ୍ୟକ୍ତିତ୍ୱର ଉନ୍ନତି ହେବ । ଚାକିରି କ୍ଷେତ୍ରରେ ଆପଣ ଅନେକ ସୁବିଧା ପାଇବେ । କ୍ୟାରିୟର ଦୃଷ୍ଟିକୋଣରୁ ଏହି ସମୟ ଅତ୍ୟନ୍ତ ଭଲ । ଟଙ୍କା ରୋଜଗାର କରିବା ପାଇଁ ଅନେକ ନୂଆ ସୁଯୋଗ ମିଳିବ । ମିଠା କଥାରେ ଆପଣ ଅନ୍ୟକୁ ପ୍ରଭାବିତ କରିବାରେ ସକ୍ଷମ ହେବେ ।

2/4

ବିଛା ରାଶି

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ କିଛି ଭଲ ଖବର ଆଣିପାରେ । ଟଙ୍କା ରୋଜଗାରରେ ଥିବା ସମସ୍ୟା ଦୂର ହେବ । ଯୁବକମାନେ କ୍ୟାରିୟରରେ ବଡ଼ ସଫଳତା ହାସଲ କରିପାରିବେ । ଏହି ସମୟରେ ବିନିଯୋଗ କଲେ ଆଗାମି ଦିନରେ ଭଲ ଲାଭ ପାଇବେ । ସମାଜରେ ଏକ ନୂତନ ପରିଚୟ ପାଇବେ । ଯାନବାହନ କିଣିବାର ସ୍ୱପ୍ନ ଖୁବଶୀଘ୍ର ପୂରଣ ହେବ । ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ଆସିପାରେ ।

3/4

ମୀନ ରାଶି

ସୂର୍ଯ୍ୟଦେବଙ୍କ ଗତିବିଧିରେ ପରିବର୍ତ୍ତନ କାରଣରୁ ଆପଣଙ୍କୁ ଶୁଭ ଫଳାଫଳ ମିଳିବ । ଆୟ ବୃଦ୍ଧି ହେବ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ଅଧିକ ନିବିଡ ହେବ । ବ୍ୟବସାୟୀଙ୍କ ପାଇଁ ନୂତନ ଆୟର ଉତ୍ସ ସୃଷ୍ଟି ହେବାର ସମ୍ଭାବନା ଅଛି । ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ସାକାର ହୋଇପାରେ । ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ ହେବ । ଆପଣ ପରିବାର ସଦସ୍ୟଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ ।

4/4

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)