Tips to get relief from joints pain: ଶୀତ ଋତୁରେ ଅଧିକାଂଶ ଲୋକ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଭୋଗିଥାନ୍ତି । ଶାରଦା କେୟାର ହେଲ୍ଥସିଟିର ଅର୍ଥୋପେଡିକ୍ ବିଶେଷଜ୍ଞ ନିଶିତ ପାଲୋଙ୍କଠାରୁ ଜାଣନ୍ତୁ, ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସହଜ ଉପାୟ
ଆର୍ଥ୍ରାଇଟିସ୍ କ'ଣ
ଗଣ୍ଠିରେ ଫୁଲା ଏବଂ ଯନ୍ତ୍ରଣା ହେଲା ତାହାକୁ ଆର୍ଥ୍ରାଇଟିସ୍ କୁହାଯାଇଥାଏ । ଯେକୌଣସି ବୟସର ବ୍ୟକ୍ତିବିଶେଷ ଆର୍ଥ୍ରାଇଟିସର ଶିକାର ହୋଇପାରନ୍ତି । କିନ୍ତୁ ବିଶେଷ କରି ବୃଦ୍ଧ ବ୍ୟକ୍ତିଙ୍କଠାରେ ଅଧିକ ମାତ୍ରାରେ ସମସ୍ୟା ଦେଖିବାକୁ ମିଳିଥାଏ । ଶୀତଦିନେ ଆର୍ଦ୍ରତା ବୃଦ୍ଧି ପାଇଥାଏ ଯାହାଦ୍ୱାରା ଗଣ୍ଠିରେ ଫୁଲା ଦେଖିବାକୁ ମିଳେ । ଶୀତଦିନେ ଲୋକମାନଙ୍କର ଶାରୀରିକ କାର୍ଯ୍ୟକଳାପ ମଧ୍ୟ କମିଯାଏ ଯେଉଁଥିପାଇଁ ଗଣ୍ଠିରେ କଠିନତା ବଢିଥାଏ । ପାଣିପାଗର ପରିବର୍ତ୍ତନ ସହିତ ବାରୋମେଟ୍ରିକ୍ ଚାପ ମଧ୍ୟ ବଦଳିଯାଏ, ଯାହା ଗଣ୍ଠିରେ ଯନ୍ତ୍ରଣାକୁ ଆହୁରି ବଢାଇପାରେ ।
ଆର୍ଥ୍ରାଇଟିସ୍ ପ୍ରତିରୋଧ ଟିପ୍ସ
ଡାକ୍ତର ନିଶିତ ପାଲୋଙ୍କ କହିବା ଅନୁଯାୟୀ, ଶୀତ ଋତୁରେ ଆର୍ଥ୍ରାଇଟିସକୁ ରୋକିବା ପାଇଁ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଶୀତ ଋତୁରେ ଗରମ ପୋଷାକ ପିନ୍ଧିବା ଉଚିତ୍ । ବିଶେଷ କରି ଶୀତଦିନେ ଗଣ୍ଠିକୁ ଘୋଡାଇ ରଖନ୍ତୁ । ଘରୁ ବାହାରିବା ସମୟରେ ନିଶ୍ଚିତ ଭାବେ ଗ୍ଲୋଭସ୍ ପିନ୍ଧନ୍ତୁ । ଯେଉଁମାନେ ଶୀତ ଋତୁରେ ବ୍ୟାୟାମ କରନ୍ତି ନାହିଁ ସେମାନେ ଆର୍ଥ୍ରାଇଟିସକୁ ରୋକିବା ପାଇଁ ବ୍ୟାୟାମ କରିବା ଆବଶ୍ୟକ । ବ୍ୟାୟାମ କରିବା ଦ୍ୱାରା ଗଣ୍ଠିରେ ନମନୀୟତା ବଜାୟ ରହିଥାଏ । ଏଥିସହ ଯନ୍ତ୍ରଣାରୁ ଆଶ୍ୱସ୍ତି ମିଳିଥାଏ ।
ଉଷୁମ ପାଣିରେ ସ୍ନାନ
ଶୀତ ଋତୁରେ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଉଷୁମ ପାଣିରେ ଗାଧୋଇବା ଆବଶ୍ୟକ । ଉଷୁମ ପାଣିରେ ଗାଧୋଇବା ଦ୍ୱାରା ମାଂସପେଶୀର କଠିନତା କମିଯାଏ । ଏଥିସହ ଶରୀରର ଥକ୍କାପଣ ମଧ୍ୟ ଦୂର ହୋଇଥାଏ ।
ଡାଏଟ୍
ଗଣ୍ଠି ଯନ୍ତ୍ରଣାରୁ ଆରାମ ପାଇବା ପାଇଁ କ୍ୟାଲସିୟମ ଏବଂ ଭିଟାମିନ୍ ଡି ଥିବା ଖାଦ୍ୟ ଖାଇବା ଆବଶ୍ୟକ । ଏହା ବ୍ୟତୀତ ଓମେଗା ଫ୍ୟାଟି ଏସିଡ୍ ମଧ୍ୟ ଖାଦ୍ୟରେ ଅନ୍ତର୍ଭୂକ୍ତ କରିବା ଉଚିତ୍ ।
ଅଦା ଚା
ଅଦା ଏବଂ ହଳଦୀ ଚା ’ ଶୀତଦିନେ ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ । ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଅଦା ଏବଂ ହଳଦୀରୁ ମିଳିଥାଏ ଯାହା ଗଣ୍ଠି ଯନ୍ତ୍ରଣାକୁ ହ୍ରାସ କରିଥାଏ । ଯଦି ଆପଣଙ୍କର ଗଭୀର ଗଣ୍ଠି ଯନ୍ତ୍ରଣା ହେଉଛି, ତେବେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଗଣ୍ଠି ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़