Advertisement
Photo Details/zeeodisha/odisha2409852
photoDetails0hindi

Lucky Rashi For Marriage: ଏହି ରାଶିର ପୁଅ ହୋଇଥାନ୍ତି ବହୁତ ଖାସ୍, ବିବାହ ପରେ ଭାଗ୍ୟଶାଳୀ ହୁଅନ୍ତି ସ୍ତ୍ରୀ

Lucky Rashi For Marriage:କ'ଣ ଆପଣ ଜାଣନ୍ତି କି ୬ଟି ରାଶିର ପୁଅ ମାନେ ନିଜ ପତ୍ନୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କୁ ବିବାହ କରିବା ଦ୍ୱାରା ଝିଅମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ। କିଛି ରାଶିର ପୁଅମାନଙ୍କର ବ୍ୟକ୍ତିତ୍ୱ ଓ ଆଚରଣ ବହୁତ ଭିନ୍ନ ହୋଇଥାଏ ଏବଂ ସେମାନଙ୍କୁ ବିବାହ କରୁଥିବା ଝିଅମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । କାରଣ ବିବାହ ପରେ ସେମାନେ ଶ୍ୱଶୁର ଓ ସ୍ୱାମୀଙ୍କ ଉପରେ ଶାସନ କରନ୍ତି । ଆସନ୍ତୁ ଜାଣିବା ଏହି ୬ଟି ରାଶି ବିଷୟରେ ସବୁକିଛି ।

1/6
କର୍କଟ ରାଶିର ଲୋକମାନେ ଦୟାଳୁ ଏବଂ ଯତ୍ନବାନ ଅଟନ୍ତି । ଏମାନେ ନିଜ ପାର୍ଟନରଙ୍କ ଭାବନା ପ୍ରତି ଅଧିକ ଧ୍ୟାନ ଦିଅନ୍ତି । ଏଥିସହିତ ତାଙ୍କ ସୁରକ୍ଷା ପାଇଁ ସେମାନେ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ଏହି ରାଶିର ସ୍ୱାମୀମାନେ ବହୁତ ବିଶ୍ୱସ୍ତ ହୋଇଥାନ୍ତି । ସେମାନେ ଚାହାଁନ୍ତି ଯେ ନିଜ ସ୍ତ୍ରୀ ପାଇଁ ତାଙ୍କ ଘର ଏକ ସୁରକ୍ଷିତ ଏବଂ ସୁଖମୟ ସ୍ଥାନ ହେଉ ।     Also Read: Budh Nakshatra Gochar: ବୁଧଙ୍କ ୪ଥର ନକ୍ଷତ୍ର ପରିବର୍ତ୍ତନ, ସେପ୍ଟେମ୍ବର ମାସରେ ଏହି ୩ ରାଶି ଧନବାନ!     Also Read: Love Horoscope: ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ହୋଇଥାନ୍ତି ବହୁତ ରୋମାଣ୍ଟିକ, ଜୀବନରେ ଭରିଦିଅନ୍ତି ଖୁସି

2/6

କନ୍ୟା ରାଶିର ପୁରୁଷମାନେ ଅଧିକ ଶାନ୍ତ ଓ ସରଳ ସ୍ୱଭାବର ଥାଆନ୍ତି ଏବଂ ସେମାନେ ବହୁତ ଭରସାଯୋଗ୍ୟ ଅଟନ୍ତି । ଏମାନେ ଜୀବନରେ ଥିବା ସମସ୍ୟାର ସମାଧାନ କରିବାରେ ବହୁତ ଦକ୍ଷ ଅଟନ୍ତି । ଏମାନେ ନିଜ ସାଥୀ ଏବଂ ପରିବାରର ବହୁତ ଭଲ ଯତ୍ନ ନିଅନ୍ତି ଏବଂ ସର୍ବଦା ସେମାନଙ୍କ କଲ୍ୟାଣ ପାଇଁ ଚେଷ୍ଟା କରନ୍ତି।

3/6
ତୁଳା ସର୍ବଦା ଶାନ୍ତି ବଜାୟ ରଖେ। ସେମାନେ ଭଲ କହିବାର କଳା ଜାଣନ୍ତି । ସମସ୍ତଙ୍କୁ ଖୁସି କରିବାର ଶ୍ରେଷ୍ଠ ଗୁଣ ତାଙ୍କ ପାଖରେ ରହିଛି। ସେମାନେ ସର୍ବଦା ନ୍ୟାୟ ପଥରେ ଚାଲିଥାନ୍ତି। ସର୍ବଦା ନିଜ ସାଥୀକୁ ଅଧିକ ଭଲ ପାଇଥାନ୍ତି ଏବଂ ତାଙ୍କୁ ବୁଝିବାକୁ ଚେଷ୍ଟା କରିଥାନ୍ତି ।

4/6

ବିଛା ରାଶିର ଲୋକମାନେ ଉତ୍ସାହୀ ଏବଂ ଅତ୍ୟନ୍ତ ବିଶ୍ୱସ୍ତ ଅଟନ୍ତି । ଏହି ଲୋକମାନେ ସଚ୍ଚୋଟ ଅଟନ୍ତି । ସେମାନେ ଚାହାଁନ୍ତି ଯେ ତାଙ୍କ ସାଥୀ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ । ନିଜ ପ୍ରିୟଜନଙ୍କୁ ଖୁସି ଓ ସୁରକ୍ଷିତ ରଖିବା ପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି।

5/6

ମକର ରାଶିର ପୁରୁଷମାନେ ପରିଶ୍ରମୀ ଏବଂ ଅତ୍ୟନ୍ତ ଦାୟିତ୍ୱବାନ ଅଟନ୍ତି । ସେମାନେ ନିଜ ବିବାହ ବନ୍ଧନକୁ ଅଧିକ ଗମ୍ଭୀରତାର ସହ ନେଇଥାନ୍ତି । ନିଜ ପରିବାରକୁ ଖୁସି ରଖିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ଏହି ରାଶିର ସ୍ୱାମୀମାନେ ବିଶ୍ୱସ୍ତ ଏବଂ ବିଶ୍ୱାସଯୋଗ୍ୟ ଅଟନ୍ତି ।

6/6
ମୀନ ସମ୍ବେଦନଶୀଳ ଓ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଏମାନେ ନିଜ ସାଥୀଙ୍କ କଥା ଭଲ ଭାବେ ଶୁଣନ୍ତି। ସର୍ବଦା ନିଜ ପାର୍ଟନରଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିଥାନ୍ତି ।    (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)