Advertisement
Photo Details/zeeodisha/odisha2427503
photoDetails0hindi

Weekly Lucky Zodiac Sign: ସେପ୍ଟେମ୍ୱର ୧୬ରୁ ୨୨ ତାରିଖ ଭିତରେ ୫ରାଶିକୁ ମିଳିବ ଶୁଭଫଳ

Weekly Lucky Zodiac Sign: ଗ୍ରହ ଚଳନ ଦୃଷ୍ଟିରୁ ଚଳିତ ମାସଟି ଅତ୍ୟନ୍ତ ସ୍ୱତନ୍ତ୍ର । ଆସନ୍ତୁ ଆମେ ଜାଣିବା ସେପ୍ଟେମ୍ୱର ୧୬ତାରିଖରୁ ୨୨ ମଧ୍ୟରେ କେଉଁ ରାଶିର ବ୍ୟକ୍ତି ପାଇବେ ଅଧିକ ଶୁଭଫଳ ।

1/5

କର୍କଟ ରାଶି ଆପଣଙ୍କ ପାଇଁ ସପ୍ତାହଟି ସକରାତ୍ମକ ହେବାକୁ ଯାଉଛି । ଛୁଟି ଦିନକୁ ସମ୍ପୂର୍ଣ୍ଣ ଉପଭୋଗ କରିବେ । ବନ୍ଧୁଙ୍କ ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିବେ । ବୟସ୍କ ତଥା ଅଧିକ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଆପଣ ପରାମର୍ଶ ନେବେ। ସୂର୍ଯ୍ୟଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କ କାର୍ଯ୍ୟରେ ପରିବାର ସଦସ୍ୟ ବହୁତ ଖୁସି ହେବେ । ବ୍ୟବସାୟୀମାନେ ଯଥେଷ୍ଟ ଲାଭ ପାଇବେ । ଅନ୍ୟ କିଛି ବ୍ୟବସାୟରେ ବିନିଯୋଗ କରିବାକୁ ଯୋଜନା କରିବେ । ନୂତନ ତଥା ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିପାରନ୍ତି । ପିଲାଙ୍କ ବିବାହ ଜନିତ କିଛି ଭଲ ଖବର ପାଇପାରନ୍ତି ।

 

2/5

କନ୍ୟା ରାଶି ଆପଣଙ୍କ ପାଇଁ ଏକ ବିଶେଷ ସପ୍ତାହ ହେବାକୁ ଯାଉଛି। ଭବିଷ୍ୟତ ଯୋଜନାଗୁଡ଼ିକୁ ସଫଳ କରିବାକୁ ଚେଷ୍ଟା କରିବେ। ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ କରିବ। ସଙ୍କଟମୋଚନ ହନୁମାନଜୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଶତ୍ରୁମାନଙ୍କଠାରୁ ମୁକ୍ତି ପାଇବେ। କିଛି ସମୟ ଧରି ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ। ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇବେ। କଳା ଏବଂ ସାହିତ୍ୟରେ ମାନ ସମ୍ମାନ ବୃଦ୍ଧି ପାଇବ । ଖାସ୍ ଲୋକଙ୍କ ସହିତ ଆପଣଙ୍କ ପରିଚୟ ହେବ । ରୋଜଗାର ଖୋଜୁଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ । ବ୍ୟବସାୟୀମାନେ ଭଲ ଲାଭ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ ସେଥିରୁ ମୁକ୍ତି ପାଇବେ ।

 

3/5

ତୁଳା ରାଶି ଆପଣଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଶୁଭ। ସଫଳତା ଏବଂ ସୁଖ ଆପଣଙ୍କ ଉପରେ ଅଜାଡି ହୋଇ ପଡିବ। ପୁରୁଣା ନିବେଶରୁ ଭଲ ଲାଭ ପାଇବେ। ଆୟର ଉତ୍ସ ବଢିପାରେ। ଆପଣ ସମ୍ପତ୍ତି ସହିତ ଜଡିତ ଏକ ବଡ ଡିଲ୍ କରିପାରନ୍ତି। ଜୀବନସାଥୀଙ୍କ ପାଇଁ ଉପହାର କିଣିବାକୁ ଇଚ୍ଛା ପ୍ରକାଶ କରିବେ। ପରିବାର ସଦସ୍ୟଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ନିଯୁକ୍ତ ବ୍ୟକ୍ତି ଏବଂ ବ୍ୟବସାୟୀମାନେ ନିଜ ନିଜ କ୍ଷେତ୍ରରେ ଭଲ ଲାଭ ପାଇବେ। ମାନ ସମ୍ମାନର ବୃଦ୍ଧି ପାଇବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଆପଣଙ୍କର ଯୋଗାଯୋଗ ବୃଦ୍ଧି ପାଇବ। ଯାହା ଭବିଷ୍ୟତରେ ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଆପଣଙ୍କୁ ଲାଭ ଦେବ।

4/5

ଧନୁ ରାଶି ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ସାହପୂର୍ଣ୍ଣ ରହିବ। ଧନୁ ରାଶିର ବ୍ୟକ୍ତି ବିଶେଷମାନେ ବୁଝିବା ଓ ଚିନ୍ତା କରିବା କ୍ଷେତ୍ରରେ ପରିପକ୍ୱତା ହାସଲ କରିବେ। ରାଜନୈତିକ କ୍ଷେତ୍ରରେ ଥିବା ଲୋକଙ୍କ ସହିତ ସମ୍ପର୍କ ମଜବୁତ ହେବ। ପାର୍ଟ ଟାଇମ କାମ କରୁଥିଲେ ସେଥିରେ ସଫଳତା ହାସଲ କରିବେ। ପରିବାରର କୌଣସି ସଦସ୍ୟ ଶୁଭ ଖବର ଦେଇପାରନ୍ତି। ଭବିଷ୍ୟତକୁ ନେଇ ପଦକ୍ଷେପ ନେଇପାରନ୍ତି। ଆର୍ଥିକ ବୋଝରୁ ମୁକ୍ତି ମିଳିପାରେ। 

5/5

ମକର ରାଶି   ଆଗାମୀ ସପ୍ତାହଟି ଆପଣଙ୍କ ପାଇଁ ଲାଭଦାୟକ ଫଳ ମିଳିବ । ସଫଳତାର ଶିଖରରେ ପହଞ୍ଚିବାର ସୁଯୋଗ ପାଇପାରନ୍ତି । କଠିନ ପରିଶ୍ରମ କରି ଆପଣ ଭଲ ସଫଳତା ପାଇବେ । ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । କ୍ୟାରିୟରରେ ମଧ୍ୟ ଆଗକୁ ବଢିବେ । ବ୍ୟବସାୟୀମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ ।  ଆପଣଙ୍କର ରୋଜଗାର ଦ୍ୱିଗୁଣିତ ହୋଇପାରେ । ଯେଉଁମାନେ ଚାକିରି, ଭ୍ରମଣ କିମ୍ବା ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହାଁନ୍ତି ସେମାନଙ୍କର ସ୍ୱପ୍ନ ପୂରଣ ହୋଇପାରିବ । ଜୀବନସାଥୀଙ୍କ ସହ ସମ୍ପର୍କ ଆହୁରି ସୁମଧୁର ହେବ । ପ୍ରେମ ସମ୍ପର୍କରେ ନୂଆ ଉତ୍ସାହ ରହିବ । ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଭଲ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।