Advertisement
Photo Details/zeeodisha/odisha2416908
photoDetails0hindi

Weekly Lucky Zodiac Sign: ସେପ୍ଟେମ୍ୱର ୯ରୁ ୧୫ ତାରିଖ ଭିତରେ ୫ରାଶିକୁ ମିଳିବ ଶୁଭଫଳ

Weekly Lucky Zodiac Sign: ଗ୍ରହ ଚଳନ ଦୃଷ୍ଟିରୁ ଚଳିତ ମାସଟି ଅତ୍ୟନ୍ତ ସ୍ୱତନ୍ତ୍ର । ଆସନ୍ତୁ ଆମେ ଜାଣିବା ସେପ୍ଟେମ୍ୱର ୯ତାରିଖରୁ ୧୫ ମଧ୍ୟରେ କେଉଁ ରାଶିର ବ୍ୟକ୍ତି ପାଇବେ ଅଧିକ ଶୁଭଫଳ ।

1/5

ବୃଷ ରାଶି

ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ସପ୍ତାହଟିରେ ଶୁଭଫଳ ମିଳିବ । ରାଜନୈତିକ ବ୍ୟକ୍ତିଙ୍କ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଆପଣ ଆଶାଠୁ ଅଧିକ ଶୁଭଫଳ ପାଇବେ । ପାରିବାରିକ କ୍ଷେତ୍ରରେ ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ଦାମ୍ପତ୍ୟ ଜୀବନ ମଧୁରମୟ ହେବ । ଚାକିରି କ୍ଷେତ୍ରରେ ମଧ୍ୟ ପ୍ରଶଂସିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

 

2/5

କର୍କଟ ରାଶି

ନୂଆ ସପ୍ତାହଟି ଆପଣଙ୍କ ପାଇଁ ନୂଆ ସମ୍ଭାବନା ଆଣିଦେବ । ବ୍ୟବସାୟରେ ଅନୂରୁପ ଫଳାଫଳ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତୀ ସହ ଦୂର ସ୍ଥାନକୁ ବଦଳି ହୋଇପାରେ । ସରକାରୀ ସୁତ୍ରରୁ ଆପଣଙ୍କୁ ଲାଭ ମିଳିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ବୈବାହିକ ଜୀବନରେ କୌଣସି ବିବାଦ ଥିଲେ ତାହାର ସମାଧାନ ହେବ ।

3/5

କନ୍ୟା ରାଶି

ସପ୍ତାହଟିରେ ଆପଣଙ୍କ ଦେହ ଓ ମନ ଖୁସି ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। କୌଣସି ବିଶେଷ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ରହିଛି । ସପ୍ତାହର ଶେଷ ପର୍ଯ୍ୟାୟରେ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ଥରୁଟିଏ ଭାବିବାକୁ ପଡିବ । ଜୀବନସାଥୀଙ୍କୁ ଉପହାର ଦେବା ପାଇଁ ଯୋଜନା କରିବେ ।

4/5

ଧନୁ ରାଶି

ଆପଣଙ୍କ ପାଇଁ ସପ୍ତାହଟି ଶୁଭ ଫଳାଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ବରିଷ କର୍ମଚାରୀ ଏବଂ ସହକର୍ମୀଙ୍କ ପ୍ରଶଂସା ମିଳିବ । ବ୍ୟବସାୟରେ ଲାଭ ପାଇବେ । ସପ୍ତାହର ଶେଷ ଭାଗରେ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ସୁସ୍ୱାଦୁ ଭୋଜନ କରିବେ । ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

5/5

ମୀନ ରାଶି

ସପ୍ତାହଟି ଆପଣଙ୍କୁ ଅତ୍ୟନ୍ତ ଶୁଭ ଫଳାଫଳ ପ୍ରଦାନ କରିବ । ବ୍ୟବସାୟରେ ଲାଭ ପ୍ରଚୁର ହେବ । କର୍ମମୟ ଜୀବନରେ ଆପଣଙ୍କ କାର୍ଯ୍ୟ କାରଣରୁ ସୁନାମ ବଢିବ । ଅନ୍ୟ କମ୍ପାନୀରୁ ଅଫର ପାଇବାର ସମ୍ଭାବନା ରହିଛି । ଦୂରଯାତ୍ରାରୁ ମଧ୍ୟ ଲାଭ ପାଇବାର ଯଥେଷ୍ଟ ସମ୍ଭାବନା ଅଛି । ଆପଣଙ୍କୁ ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।