Rashifal 14 May 2024: ମଇ ୧୪ରେ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ, ପଢନ୍ତୁ ରାଶିଫଳ
Advertisement
Article Detail0/zeeodisha/odisha2246990

Rashifal 14 May 2024: ମଇ ୧୪ରେ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ, ପଢନ୍ତୁ ରାଶିଫଳ

Rashifal 14 May 2024: ମଇ ୧୪ (ମଙ୍ଗଳବାର) ଦିନ କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ୧୨ଟି ରାଶିର ଭାଗ୍ୟଫଳ ।

Rashifal 14 May 2024: ମଇ ୧୪ରେ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ, ପଢନ୍ତୁ ରାଶିଫଳ

Rashifal 14 May 2024: ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଙ୍ଗଳବାର (୧୪ ମଇ) କେମିତି କଟିବ? କେଉଁ ରାଶି ପାଇଁ ଭଲ ଆଉ କାହାକୁ ସତର୍କ ରହିବାର ଆବଶ୍ୟକତା ଅଛି । ଜାଣିବା ପାଇଁ ପଢନ୍ତୁ ରାଶିଫଳ

ମେଷ ରାଶି
ବିବାହିତ ଲୋକଙ୍କ ଜୀବନ ଖୁସିରେ କଟିବ । ଛୋଟ କାର୍ଯ୍ୟରେ ଆପଣ ବଡ଼ ସଫଳତା ପାଇବେ । ଆପଣଙ୍କ ମନ ଉତ୍ସାହିତ ରହିବ । ସକାଳ ସମୟରେ ହନୁମାନ ଚଲିସା ପାଠ କରନ୍ତୁ । ମଙ୍ଗଳଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।

ବୃଷ ରାଶି
ସମସ୍ତ ସମସ୍ୟାର ସମାଧାନ ହେବ । ଅସୁବିଧାକୁ ଦୂର କରିବାକୁ ଚେଷ୍ଟା କରି ସଫଳତା ପାଇବେ । କୌଣସି ପରିସ୍ଥିତିକୁ ଭୟ କରନ୍ତୁ ନାହିଁ । ସକାଳ ସମୟରେ ଏକ ଗରିବ ଛୋଟ ଝିଅକୁ ପୋଷାକ ଦାନ କରନ୍ତୁ । ଗାଇକୁ ରୁଟି ଖାଇବାକୁ ଦିଅନ୍ତୁ ।

ମିଥୁନ ରାଶି
ଆର୍ଥିକ ଦିଗ ସୁଦୃଢ ହେବ । ଆତ୍ମବିଶ୍ୱାସ ବଜାୟ ରଖନ୍ତୁ । ନିଜର ଭାବନାକୁ ପ୍ରକାଶ କରିବାକୁ ଭୟ କରନ୍ତୁ ନାହିଁ । ସକାଳେ ଗାଇକୁ ସବୁଜ ଖାଦ୍ୟ ଖାଇବାକୁ ଦିଅନ୍ତୁ । ବୁଦ୍ଧଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

କର୍କଟ ରାଶି
ସାମାଜିକ କାର୍ଯ୍ୟକଳାପରେ ଆଗ୍ରହ ବୃଦ୍ଧି ପାଇବ । ସମ୍ମାନର ସହ ସଫଳତାର ପଥରେ ଆଗକୁ ବଢିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଭଲ ସମନ୍ୱୟ ରହିବ । ଧ୍ୟାନ ଏବଂ ଯୋଗ ମାଧ୍ୟମରେ ଆପଣ ମାନସିକ ଶାନ୍ତି ପାଇବେ । ମଙ୍ଗଳଙ୍କ ବିଜ ମନ୍ତ୍ର ଜପ କରିନ୍ତୁ ।

ସିଂହ ରାଶି
ଭାଇ ଓ ଭଉଣୀମାନଙ୍କ ନିକଟରୁ ସମର୍ଥନ ପାଇବେ । ପରିବାରର ଖୁସିର ପରିବେଶ ରହିବ । ଘରକୁ ସମ୍ପର୍କୀୟ ଆସିପାରନ୍ତି । ସକାଳ ସମୟରେ ଗାଇକୁ ରୁଟି ଦିଅନ୍ତୁ । ସୂର୍ଯ୍ୟଙ୍କ ବିଜ ମନ୍ତ୍ର ପାଠ କରନ୍ତୁ ।

କନ୍ୟା ରାଶି
ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ବ୍ୟକ୍ତିଗତ ସଂପର୍କରେ ସହନଶୀଳତା ବଜାୟ ରଖନ୍ତୁ । ଜୀବନସାଥୀ ସହିତ ସମ୍ପର୍କ ଭଲ ହେବ । ଗାଇକୁ ସବୁଜ ଖାଦ୍ୟ ଖାଇବାକୁ ଦିଅନ୍ତୁ । ସକାଳ ସମୟରେ ହନୁମାନ ଚାଲିସା କିମ୍ବା ସୁନ୍ଦରକାଣ୍ଡ ପାଠ କରନ୍ତୁ । 

ତୁଳା ରାଶି
ବ୍ୟବସାୟରେ କରିଥିବା ପ୍ରୟାସ ଫଳପ୍ରଦ ହେବ । ପରିବାରରେ ସାମାନ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ଦୂରଯାତ୍ରା ସମୟରେ ଗାଡି ଧୀରେ ଚଲାନ୍ତୁ । ସକାଳେ ଏକ ଛୋଟ ଝିଅ କିମ୍ବା ଗରିବ ବ୍ୟକ୍ତିଙ୍କୁ ପୋଷାକ ଦାନ କରନ୍ତୁ । ଶୁକ୍ରଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।

ବିଛା ରାଶି
ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣଙ୍କୁ ସଫଳତା ମିଳିବ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ସକାଳେ ମଙ୍ଗଳଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ମାଙ୍କଡ଼କୁ ଖାଦ୍ୟ ଦିଅନ୍ତୁ ।

ଧନୁ ରାଶି
ପରିବାରରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ । ଘରକୁ ସମ୍ପର୍କୀୟ ଏବଂ ବନ୍ଧୁଙ୍କ ଆଗମନ ହେବ । ମନ ଖୁସି ରହିବ । ପିଲାଙ୍କଠାରୁ କିଛି ଭଲ ଖବର ଗ୍ରହଣ କରିବେ । ସକାଳେ ବୃହସ୍ପତିଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ହନୁମାନ ଚଲିସା ପାଠ କରନ୍ତୁ ।

ମକର ରାଶି
ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିପାରନ୍ତି । ଜଗିରଖି କାମ କରିବାରେ ଆପଣ ସଫଳ ହେବେ । ସାମାନ୍ୟ ବାଧା ସତ୍ୱେ ମାନସିକ ଶାନ୍ତି ବଜାୟ ରହିବ । ସକାଳ ସମୟରେ କୁକୁରମାନଙ୍କୁ ଖାଇବାକୁ ଦିଅନ୍ତୁ । କୌଣସି ଆହତ କୁକୁରର ଚିକିତ୍ସା କରନ୍ତୁ ।

କୁମ୍ଭ ରାଶି
ଆତ୍ମନିର୍ଭରଶୀଳ ହେବା ପାଇଁ ମନରେ ଭାବନା ଜାଗ୍ରତ ହେବ । ଅଧିକାଂଶ କାର୍ଯ୍ୟରେ ସଫଳତା ପାଇବାର ଯୋଗ ରହିଛି । ଗାଡି ଧୀରେ ଚଳାନ୍ତୁ । ଅତ୍ୟଧିକ ସପିଂରୁ ଦୂରେଇ ରୁହନ୍ତୁ ନଚେତ୍ ଅଧିକ ଖର୍ଚ୍ଚ ବଢିପାରେ । କୁକୁରଙ୍କୁ ଖାଇବାକୁ ଦିଅନ୍ତୁ । ଶନିଦେବଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।

ମୀନ ରାଶି
ନୂଆ ପ୍ରୟାସ ଫଳପ୍ରଦ ହେବ । ଅଧିକାଂଶ କାର୍ଯ୍ୟରେ ସଫଳତା ପାଇବେ । ସକାଳ ସମୟରେ ଗାଇକୁ ଖାଇବାକୁ ଦିଅନ୍ତୁ । ଆହତ ଗୋମାତାଙ୍କର ଚିକିତ୍ସା କରନ୍ତୁ । ଭଗବାନ ବୃହସ୍ପତିଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Shani Nakshatra Parivartan 2024: ଆଜିଠୁ ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା !