Shukra Gochar 2024: ୧୨ ଦିନ ପରେ ମହାଚଳନ, ଶୁକ୍ରଙ୍କ ପ୍ରଭାବରୁ ୩ ରାଶିଙ୍କୁ ଶୁଭଫଳ
Advertisement
Article Detail0/zeeodisha/odisha2308007

Shukra Gochar 2024: ୧୨ ଦିନ ପରେ ମହାଚଳନ, ଶୁକ୍ରଙ୍କ ପ୍ରଭାବରୁ ୩ ରାଶିଙ୍କୁ ଶୁଭଫଳ

Shukra Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୁଖ କାରକ ଗ୍ରହ ଶୁକ୍ର ୭ ଜୁଲାଇ ୨୦୨୪ ରେ ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ଚଳନ କରିବେ । ଶୁକ୍ର କର୍କଟ ରାଶିରେ ପ୍ରାୟ ୨୫ ଦିନ ପର୍ଯ୍ୟନ୍ତ ରହିବେ । ଏହାର ଅର୍ଥ ଅଗଷ୍ଟ ୧ରେ ଶୁକ୍ର ପୁଣିଥରେ ରାଶି ପରିବର୍ତ୍ତନ କରିବେ ।

Shukra Gochar 2024: ୧୨ ଦିନ ପରେ ମହାଚଳନ, ଶୁକ୍ରଙ୍କ ପ୍ରଭାବରୁ ୩ ରାଶିଙ୍କୁ ଶୁଭଫଳ

Shukra Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଏବଂ ରାଶି ନକ୍ଷତ୍ର ମଧ୍ୟରେ ସିଧାସଳଖ ସମ୍ପର୍କ ରହିଛି । ବିଶ୍ୱାସ ରହିଛି ଯେ, ଗ୍ରହମାନଙ୍କର ରାଶି ପରିବର୍ତ୍ତନ କିଛି ରାଶି ଉପରେ ଉଭୟ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ଏଭଳି ସ୍ଥିତିରେ ଶୁକ୍ରଙ୍କ ରାଶି ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟରେ ଶୁଭଫଳ ମିଳିବାକୁ ଯାଉଛି । ବିଶେଷ କରି ୩ ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ସମୟ ଆସିବାକୁ ଯାଉଛି । ଶୁକ୍ର ବର୍ତ୍ତମାନ ମିଥୁନ ରାଶିରେ ଅବସ୍ଥିତ ଅଛନ୍ତି । କିଛି ଦିନ ମଧ୍ୟରେ ଶୁକ୍ର ଚନ୍ଦ୍ରଙ୍କ ରାଶି କର୍କଟରେ ବିଦ୍ୟମାନ କରିବେ । ପ୍ରଭାବରେ ତିନୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୁଖ କାରକ ଗ୍ରହ ଶୁକ୍ର ୭ ଜୁଲାଇ ୨୦୨୪ ରେ ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ଚଳନ କରିବେ । ଶୁକ୍ର କର୍କଟ ରାଶିରେ ପ୍ରାୟ ୨୫ ଦିନ ପର୍ଯ୍ୟନ୍ତ ରହିବେ । ଏହାର ଅର୍ଥ ଅଗଷ୍ଟ ୧ରେ ଶୁକ୍ର ପୁଣିଥରେ ରାଶି ପରିବର୍ତ୍ତନ କରିବେ ।

ମେଷ ରାଶି
ଶୁକ୍ରଙ୍କ ରାଶି ପରିବର୍ତ୍ତନ ଆପଣଙ୍କୁ ଭାଗ୍ୟବାନ କରିବ । ପାରିବାରିକ ଜୀବନ ଖୁସିରେ କଟିବ । ଆୟ ବୃଦ୍ଧି ପାଇଁ ଆପଣ ନୂଆ ସୁଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଲାଭରେ ରହିବେ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତାଇବେ ।

କର୍କଟ ରାଶି
ଆପଣଙ୍କ ରାଶିରେ ଶୁକ୍ରଙ୍କ ଚଳନ ଆପଣଙ୍କୁ ଅତ୍ୟନ୍ତ ଲାଭଦାୟକ ଫଳାଫଳ ଦେବ । ସମାଜରେ ମାନ ସମ୍ମାନ ମିଳିବ । ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କୁ ଭଲ ସୁଯୋଗ ମିଳିବ । ଚାକିରି କ୍ଷେତ୍ରରେ କର୍ମଚାରୀଙ୍କ ପଦୋନ୍ନତି ହେବ । ବ୍ୟବସାୟୀଙ୍କ ବ୍ୟବସାୟ ବୃଦ୍ଧି ପାଇବ । ଦୀର୍ଘ ଦିନ ଧରି ଥିବା ବିଚାରାଧୀନ କାର୍ଯ୍ୟ ଶେଷ କରିବେ । ନିଜ କଥାରେ ଅନ୍ୟକୁ ପ୍ରଭାବିତ କରିବାରେ ସମର୍ଥ ହେବେ । ପିଲାମାନଙ୍କଠାରୁ କିଛି ଭଲ ଖବର ଶୁଣିବାକୁ ପାଇବେ ।

ତୁଳା ରାଶି
ବିଭିନ୍ନ ଉପାୟରେ ଆପଣଙ୍କୁ ଶୁଭଫଳ ମିଳିବ । କାର୍ଯ୍ୟରେ ଅଗ୍ରଗତି ହୋଇପାରେ । ଚାକିରି କ୍ଷେତ୍ରରେ ଦରମା ବଢିପାରେ । ବିବାହଯୋଗ୍ୟ ବ୍ୟକ୍ତିଙ୍କ ବିବାହ ସ୍ଥିର ହୋଇଯିବ । ସାମାଜିକ ପ୍ରତିଷ୍ଠା ସହ ମାନ ସମ୍ମାନ ମିଳିବ । ସମସ୍ତ ସୁବିଧା ଆପଣଙ୍କୁ ମିଳିବ । ଅଟକି ରହିଥିବା ଟଙ୍କା ଫେରି ଆସିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Rathayatra 2024: ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

Also Read- ସହରାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ଯୋଗାଣ ପାଇଁ ଟିମ୍‍ ୱାର୍କ ଉପରେ ବିଭାଗୀୟ ମନ୍ତ୍ରୀଙ୍କ ଗୁରୁତ୍ୱ