Shukra Gochar Rashifal: ୧୨ ଦିନ ଯାଏଁ ସତର୍କ ରୁହନ୍ତୁ ୩ ରାଶି, ନଚେତ ହେବ ବଡ଼ ଅନର୍ଥ
Advertisement
Article Detail0/zeeodisha/odisha2376799

Shukra Gochar Rashifal: ୧୨ ଦିନ ଯାଏଁ ସତର୍କ ରୁହନ୍ତୁ ୩ ରାଶି, ନଚେତ ହେବ ବଡ଼ ଅନର୍ଥ

Shukra Gochar Rashifal: ଶୁକ୍ରଙ୍କର ଏହି ନକ୍ଷତ୍ର ପରିବର୍ତ୍ତନ ପ୍ରାୟ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବ । କିନ୍ତୁ ଏହାର ନକରାତ୍ମକ ପ୍ରଭାବର ଶିକାର ହୋଇପାରନ୍ତି ୩ଟି ରାଶିର ଲୋକ । ତେବେ ଆସନ୍ତୁ ଜାଣିବା ଏହି ତିନୋଟି ରାଶିର ଚିହ୍ନ କ’ଣ?

Shukra Gochar Rashifal: ୧୨ ଦିନ ଯାଏଁ ସତର୍କ ରୁହନ୍ତୁ ୩ ରାଶି, ନଚେତ ହେବ ବଡ଼ ଅନର୍ଥ

Shukra Gochar Rashifal: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ରଙ୍କୁ ଧନ, ଗୌରବ, ସୌନ୍ଦର୍ଯ୍ୟ, କଳା, ଆରାମ, ଭୋଗ, ପ୍ରେମ ଇତ୍ୟାଦି ପାଇଁ ଦାୟୀ କରାଯାଇଥାଏ । ସୁଖକାରକ ଗ୍ରହ ଶୁକ୍ର ଜୁଲାଇ ୩୧, ୨୦୨୪ ରୁ ମଘା ନକ୍ଷତ୍ରରେ ଚଳନ କରୁଛନ୍ତି। କିନ୍ତୁ ୧୧ ଅଗଷ୍ଟରୁ, ଦୈତ୍ୟଚାର୍ଯ୍ୟ ଶୁକ୍ର ପୁର୍ବା ଫାଲଗୁନି ନକ୍ଷତ୍ରରେ ଚଳନ କରିବେ । ଏହି ନକ୍ଷତ୍ରରେ ୧୧ ଦିନ ରହିବା ପରେ ଦୈତ୍ୟ ଗୁରୁ ୨୨ ଅଗଷ୍ଟରେ ଉତ୍ତରା ଫାଲଗୁନି ନକ୍ଷତ୍ରରେ ଚଳନ କରିବେ । ଶୁକ୍ରଙ୍କର ଏହି ନକ୍ଷତ୍ର ପରିବର୍ତ୍ତନ ପ୍ରାୟ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବ । କିନ୍ତୁ ଏହାର ନକରାତ୍ମକ ପ୍ରଭାବର ଶିକାର ହୋଇପାରନ୍ତି ୩ଟି ରାଶିର ଲୋକ । ତେବେ ଆସନ୍ତୁ ଜାଣିବା ଏହି ତିନୋଟି ରାଶିର ଚିହ୍ନ କ’ଣ?

ମେଷ ରାଶି
ଆପଣଙ୍କୁ ବହୁତ ସତର୍କ ହେବାର ଆବଶ୍ୟକତା ରହିଛି । ପୁର୍ବା ଫାଲ୍ଗୁନି ନକ୍ଷତ୍ରରେ ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ଅନୁକୂଳ ନୁହେଁ । ଛାତ୍ରମାନଙ୍କ କ୍ୟାରିଅରରେ ସମସ୍ୟା ବଢିପାରେ । ଅର୍ଥର ଅଭାବ ଅଧ୍ୟୟନ ଉପରେ ପ୍ରଭାବ ପକାଇପାରେ । କାର୍ଯ୍ୟକ୍ଷେତ୍ରରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।  ବହୁ ଦୂର ସ୍ଥାନକୁ ବଦଳି ହୋଇପାରେ । ଅର୍ଥର ପ୍ରବାହ ପ୍ରଭାବିତ ହେବାର ସମ୍ଭାବନା ଅଛି । କରାଯାଉଥିବା କାର୍ଯ୍ୟ କିଛି ପ୍ରତିଦ୍ୱନ୍ଦ୍ୱୀ ହେତୁ ନଷ୍ଟ ହୋଇପାରେ । ବ୍ୟବସାୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ । ବ୍ୟବସାୟ ଅଭିବୃଦ୍ଧି ହ୍ରାସ ପାଇପାରେ । ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଆପଣଙ୍କ ଖର୍ଚ୍ଚ ବଢିପାରେ ।

ଧନୁ ରାଶି
ପୁର୍ବା ଫାଲଗୁନି ନକ୍ଷତ୍ରରେ ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ନକରାତ୍ମକ ପ୍ରମାଣିତ ହୋଇପାରେ । ଚାକିରି କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବେ । ଅସନ୍ତୁଷ୍ଟ ଅଧିକାରୀଙ୍କ ଯୋଗୁଁ ଆପଣଙ୍କର ସମସ୍ୟା ବଢିପାରେ । ଆର୍ଥିକ ପରିସ୍ଥିତି ଆପଣଙ୍କୁ ଦୁର୍ବଳ କରିପାରେ । ବ୍ୟବସାୟରେ ଆର୍ଥିକ କ୍ଷତିର ସମ୍ଭାବନା ରହିଛି । ଧାତୁ ବ୍ୟବସାୟୀମାନେ କ୍ଷତି ସହିପାରନ୍ତି । କୋର୍ଟ କଚେରୀରେ ଚାଲିଥିବା ମାମଲା ଆପଣଙ୍କ ଚିନ୍ତା ବଢାଇବ । କିଛି ପ୍ରସଙ୍ଗକୁ ନେଇ ପରିବାର ସଦସ୍ୟଙ୍କ ସହ ଝଗଡା ବଢିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇବ । ପାଗ ପରିବର୍ତ୍ତନ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ତେଣୁ ଜଗିରଖି ଚଳନ୍ତୁ ।

ମୀନ ରାଶି
ପୁର୍ବା ଫାଲଗୁନି ନକ୍ଷତ୍ରରେ ଶୁକ୍ରଙ୍କ ଚଳନର ନକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ଛାତ୍ରମାନେ କ୍ୟାରିୟର କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କର ପ୍ରୋଜେକ୍ଟ ରିଜେକ୍ଟ ହୋଇପାରେ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି । ଅର୍ଥନୈତିକ କ୍ଷେତ୍ରରେ ପ୍ରଭାପ ପଡିବା କାରଣରୁ ଆପଣଙ୍କ ଚିନ୍ତା ବଢିପାରେ । ପ୍ରେମ ଜୀବନରେ ସମସ୍ୟା ବୃଦ୍ଧି ପାଇବ । ଆପଣଙ୍କ ସାଥୀଙ୍କ ସହିତ ମତଭେଦ ହୋଇପାରେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ୧୦ ଅଗଷ୍ଟରେ ଅଧି ଯୋଗର ଶୁଭ ସଂଯୋଗ, ୫ଟି ରାଶିର ଭାଗ୍ୟ ଉଜ୍ୱଳ