Surya Gochar 2024: ଅଗଷ୍ଟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ, ତିନୋଟି ରାଶିକୁ ବଡ଼ ଲାଭ
Advertisement
Article Detail0/zeeodisha/odisha2360119

Surya Gochar 2024: ଅଗଷ୍ଟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ, ତିନୋଟି ରାଶିକୁ ବଡ଼ ଲାଭ

Surya Gochar 2024: ଗ୍ରହ ଚଳନର ପ୍ରଭାବ କେବଳ ସମସ୍ତ ରାଶି ଉପରେ ପଡେ ତାହା ନୁହେଁ ଏହା ଦେଶ ତଥା ସମଗ୍ର ବିଶ୍ୱ ଉପରେ ପଡିଥାଏ । ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହମାନଙ୍କର ରାଜା ଭାବରେ ବିବେଚନା କରାଯାଏ । ଏହା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ପାଇଁ ଏକ ମାସ ସମୟ ନେଇଥାଏ ।

Surya Gochar 2024: ଅଗଷ୍ଟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ, ତିନୋଟି ରାଶିକୁ ବଡ଼ ଲାଭ

Surya Gochar 2024: ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ଗ୍ରହର ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି । ଗ୍ରହ ଚଳନର ପ୍ରଭାବ କେବଳ ସମସ୍ତ ରାଶି ଉପରେ ପଡେ ତାହା ନୁହେଁ ଏହା ଦେଶ ତଥା ସମଗ୍ର ବିଶ୍ୱ ଉପରେ ପଡିଥାଏ । ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହମାନଙ୍କର ରାଜା ଭାବରେ ବିବେଚନା କରାଯାଏ । ଏହା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ପାଇଁ ଏକ ମାସ ସମୟ ନେଇଥାଏ । ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ଅଗଷ୍ଟ ମଧ୍ୟଭାଗରେ ସୂର୍ଯ୍ୟ ସିଂହରେ ଚଳନ କରିବେ । ଏହାର ଉଭୟ ସକରାତ୍ମକ ଏବଂ ନକରାତ୍ମ ପ୍ରଭାବ ସମସ୍ତ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିବ । ଆଜି ଆପଣଙ୍କୁ ଜଣାଇବୁ କେଉଁ ରାଶିକୁ ଶୁଭଫଳ ମିଳିବ ।

ତୁଳା ରାଶି
ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ଚଳନ ଖୁବ ଭଲ ସାବ୍ୟସ୍ତ ହେବ । ଆପଣଙ୍କୁ ନୂତନ ଆୟର ଉତ୍ସ ମିଳିପାରେ । ଏହା ବ୍ୟତୀତ ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ ମିଳିବ । ବିନିଯୋଗ ପାଇଁ ଏହା ଏକ ଶୁଭ ସମୟ ହେବାକୁ ଯାଉଛି । ବ୍ୟବସାୟରେ ଲାଭ ମିଳିବ । ପିଲାମାନଙ୍କ କାର୍ଯ୍ୟରୁ ଆପଣ ଖୁସି ପ୍ରକଟ କରିବେ ।

କର୍କଟ ରାଶି
ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ଚଳନ ଅନୁକୂଳ ହେବାକୁ ଯାଉଛି । ଏହି ଅବଧି ମଧ୍ୟରେ, ଆର୍ଥିକ ଲାଭର ସୂଚନା ରହିଛି । ବିବାହିତ ଜୀବନରେ ସୁଖ ଏବଂ ସମୃଦ୍ଧି ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି କରିବେ । ଭଲ କାର୍ଯ୍ୟ ପାଇଁ ଆପଣଙ୍କୁ ଉତ୍ସାହ ମିଳିବ । ମାନ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣଙ୍କ ବ୍ୟକ୍ତିତ୍ୱର ଉନ୍ନତି ହେବ । ଯାହା ଅନ୍ୟମାନଙ୍କୁ ପ୍ରଭାବିତ ହେବ ।

ଧନୁ ରାଶି
ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ଚଳନ ସକରାତ୍ମକ ଫଳ ଦେବ । ଏହି ସମୟ ମଧ୍ୟରେ ସୂର୍ଯ୍ୟ ନବମ ଘରେ ଗତି କରିବେ । ଯାହା କାର୍ଯ୍ୟକ୍ଷେତ୍ରରେ ଲାଭ ପ୍ରଦାନ କରିବ । ଏହା ବ୍ୟତୀତ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ । ନିଜ ପସନ୍ଦର କ୍ଷେତ୍ରରେ  କ୍ୟାରିଅର୍ ଗଢିବାର ସୁଯୋଗ ପାଇବେ । ଦୂରଯାତ୍ରା କରିପାରନ୍ତି । ଧାର୍ମିକ ଏବଂ ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିପାରେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ୩୦ ଜୁଲାଇରେ ବୁଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Shukra Gochar 2024: ଶୁକ୍ରଙ୍କ ରାଶି ପରିବର୍ତ୍ତନ, ଦିନକ ପରେ ବଦଳିଯିବ ୪ ରାଶିର ଭାଗ୍ୟ