Odisha Election 2024: ନାମାଙ୍କନ ଦାଖଲ ନକରି ଲେଉଟିଲେ ନଳିନୀ; ରମେଶ ସାଏ ବିଜେଡି ଫେରିବା ଆକଳନ
Advertisement
Article Detail0/zeeodisha/odisha2232342

Odisha Election 2024: ନାମାଙ୍କନ ଦାଖଲ ନକରି ଲେଉଟିଲେ ନଳିନୀ; ରମେଶ ସାଏ ବିଜେଡି ଫେରିବା ଆକଳନ

Odisha Election 2024: ଆଠମଲ୍ଲିକର ବିଧାୟକ ତଥା ବିଜେଡି ଛାଡ଼ିଥିବା ରମେଶ ସାଏ ପୁଣିଥରେ ଦଳକୁ ଫେରିବେ। ଖାଲି ସେତିକି ନୁହେଁ ଦଳ ତାଙ୍କୁ ଆଠମଲ୍ଲିକ ପାଇଁ ଟିକଟ ମିଳିପାରେ। ଏପରି ଚର୍ଚ୍ଚା ଆଜି ଆଠମଲ୍ଲିକରେ ଜୋର ଧରିଛି। ବିଶେଷକରି ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନ ନାମାଙ୍କନ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ ନକରି ଫେରିଯିବା ପରେ ଏହି ଚର୍ଚ୍ଚାକୁ ଖୋରାକି ମିଳିଛି। 

ଗରମାଧ୍ୟମ ରିପୋର୍ଟ ଅନୁସାରେ ଆଠମଲ୍ଲିକ ପାଇଁ ପ୍ରାର୍ଥୀ ହୋଇଥିବା ବିଜେଡି ପ୍ରାର୍ଥୀ ପୂର୍ବତନ ମୁଖ୍ୟଯନ୍ତ୍ରୀ ତଥା ୨୦୧୯ରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଥିବା ନଳିନୀ ପ୍ରଧାନ ଗୁରୁବାର ନାମାଙ୍କନ ଲାଗି ପୂରା ପ୍ରସ୍ତୁତ ହୋଇଥିଲେ। ଶୋଭାଯାତ୍ରାରେ ପ୍ରବଳ ଲୋକଙ୍କୁ ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ବାଟରେ ବିଜେଡିର କର୍ମୀ ଓ ଅନ୍ୟ ନେତା, ତଥା ସାଧାରଣ ଲୋକଙ୍କ ଭିଡ଼ ଜମିଥିଲା। ବାଣ ଫୁଟିବା ସହ ନବୀନଙ୍କ ଜୟକାର ଧ୍ୱନୀ ବି ଶୁଣିବାକୁ ମିଳିଥିଲା। ଶୋଭାଯାତ୍ରା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖକୁ ଯାଇଥିଲେ ମଧ୍ୟ ପ୍ରାର୍ଥୀ ଆଉ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନଥିଲେ। ଧୀରେ ଧୀରେ ସମୟ ଗଡ଼ି ଚାଲିଲା। କାହିଁକି ପ୍ରାର୍ଥୀ ପତ୍ର ଦାଖଲ କରୁ ନାହାନ୍ତି ଚର୍ଚ୍ଚା ହେଲା। କିନ୍ତୁ କିଛି ସୋର ଶବ୍ଦ ଶୁଭିଲା ନାହିଁ। ଆଉ ବାଧ୍ୟ ହୋଇ କର୍ମୀ, ନେତାଏ ତାଙ୍କ ଆଡ଼ୁ ମୁହଁ ଫେରାଇ ନେଇଥିଲେ।
କାରଣ ଏଯାଏ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ  ବିଜେଡି ମହଲର ଚର୍ଚ୍ଚା କୁଆଡ଼େ ଛାମୁ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କଥା ଚିନ୍ତା କରୁଛନ୍ତି। ନଳିନୀଙ୍କ ପାଖରେ ଭୋଟ ନାହିଁ ବୋଲି ଗୁଇନ୍ଦା ମହଲରେ ଚର୍ଚ୍ଚା ହୋଇଛି। ଏପରିକି ତାଙ୍କୁ ପ୍ରାର୍ଥୀ କଲେ ସମ୍ବଲପୁର ଲୋକସଭା ମଣ୍ଡଳୀ ଲାଗି ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। 
ଅପରପକ୍ଷେ ବିଜେଡିରୁ ନିକଟରେ ଇସ୍ତଫା ଦେଇଥିବା ବିଧାୟକ ରମେଶ ସାଏ ପୁଣିଥରେ ଫେରିବା ଚର୍ଚ୍ଚା ହେଉଛି। ସେ ବିଜେପିର ସଂଗଠନ ଦୃଢ଼ କରୁଥିବାରୁ ତାହା ବିପଦ ହୋଇପାରେ ବୋଲି ସୂଚନା ମିଳିଛି। ଏଣୁ ଦଳ ତାଙ୍କୁ ମନାଇ ପୁଣି ଫେରାଇ ଆଣିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ସେ ଲେଉଟିଲେ ନଳିନୀଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀଭାବେ ଘୋଷଣା କରରଯିବ। 
ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ଆସୁଥିବା ଏହି ବିଧାନସଭା ଆସନ ଲାଗି ୨୫ ତାରିଖ ଦିନ ଭୋଟ ଗ୍ରହଣ କରାଯିବ। ମେ’ ୬ ତାରିଖ ଯାଏ ଏଥିଲାଗି ନାମାଙ୍କନ ଦାଖଲ କରାଯାଇପାରିବ। ୭ ତାରିଖରେ ପ୍ରତ୍ୟାହାର ଏବଂ ୯ ତାରିଖରେ ଯାଞ୍ଚ କରାଯାଇ ସର୍ବଶେଷ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି।