Top 10 News Headlines: ସଅଳ ଆସିବ ମୌସୂମୀ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2247303

Top 10 News Headlines: ସଅଳ ଆସିବ ମୌସୂମୀ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ସଅଳ ଆସିବ ମୌସୂମୀ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
H1. ସଅଳ ଆସିବ ମୌସୂମୀ
ସ୍ୱଭାବିକ ସମୟରେ ବା ତା’ଠୁ ଆଗୁଆ ଆସିପାରେ ମୌସୁମୀ ବର୍ଷା। ଆସନ୍ତା ୧୯ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ତରଙ୍ଗ ଆଣ୍ଡାମାନ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅର୍ଥାତ୍‍ ଗତବର୍ଷ ଯେଉଁପରି ବିଳମ୍ବ ହୋଇଥିବା ଏଥର ସେ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରେ। ଗତବର୍ଷ ଜୁନ୍‍ ୮ ତାରିଖରେ ଭାରତର କେରଳ ଉପକୂଳକୁ ଛୁଇଁଥିଲା ମୌସୁମୀ ବାୟୁ। ଓଡ଼ିଶା ଛୁଇଁବା ବେଳକୁ ଆହୁରି ୧୫ ଦିନ ସମୟ ଲାଗିଥିଲା। 
 
H2. ମୁମ୍ବାଇରେ ହୋର୍ଡିଂ ଦୁର୍ଘଟଣାରେ ୧୪ ମୃତ
ମୁମ୍ବାଇ ଘଟକୋପାରଠାରେ ହୋଇଥିବା ହୋର୍ଡିଂ ଦୁର୍ଘଟଣାରେ ୧୪ଜଣଙ୍କ ପ୍ରାଣ ଯାଇଛି। ୭୪ଜଣ ଆହତ ହୋଇଛନ୍ତି।  କିଛି ମୃତ ଦେହକୁ ଚିହ୍ନଟ କରାଯାଇଥିଲେ ମଧ୍ୟ ସେଗୁଡ଼ିକୁ ଉଦ୍ଧାର କରାଯାଇପାରୁ ନାହିଁ। ପାଖରେ ପେଟ୍ରୋଲ ପମ୍ପ ଥିବାରୁ ପରିସ୍ଥିତି ଅଧିକ ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରିଛି ଏନ୍‍ଡିଆର୍‍ଏଫ୍‍। ଏଯାଏ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ଦେଇ ଦୁଃଖ ଓ ସମବେଦନା ପ୍ରକାଶ କରିଛନ୍ତି। ଏହି ହୋର୍ଡିଂ ବେଆଇନ ଭାବେ ଲଗାଯାଇଥିବା ଜଣାପଡ଼ିଛି।  
 
H3. ବାରଣାସୀରୁ ନାମାଙ୍କନ ଭରିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଲାଗି ନାମାଙ୍କନା ଦାଖଲ କରିବେ। ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ବାରଣାସୀରେ ଭୋଟ ଗ୍ରହଣ କରାଯିବ। ଏହା ପୂର୍ବରୁ ସେ ଗଙ୍ଗା ସ୍ନାନ କରି ପଟୁଆରରେ ବାହାରିବା କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ସନ୍ଧ୍ୟାରେ ସେ ଏକ ବିଶାଳ ରୋଡ ଶୋ’ରେ ଯୋଗ ଦେଇଥିଲେ। ରାସ୍ତାର ଦୁଇକଡ଼ରେ ଗେରୁଆ ବସ୍ତ୍ରଧାରୀଙ୍କ ସମାଗମରେ ପୂରା ସହର ଗେରୁଆ ପରିଦୃଶ୍ୟ ହୋଇଥିଲା। 
 
H4. ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଭାରତକୁ ଅର୍ଥନୀତିକ କଟକଣାର ସଙ୍କେତ
ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଭାରତକୁ ଅର୍ଥନୀତିକ କଟକଣାର ସଙ୍କେତ ଦିଆଯାଇଛି। ଇରାନର ଚାବାହାର ବନ୍ଦରକୁ ଆସନ୍ତା ୧୦ ବର୍ଷ ଯାଏ ପରିଚାଳନା କରିବା ଲାଗି ଚୁକ୍ତି ସ୍ୱାକ୍ଷର ହେବା ପରେ ଆମେରିକାର ବୈଦେଶିକ ମୁଖପାତ୍ର ଏପରି  ସଙ୍କେତ ଦେଇଛନ୍ତି। ଯେଉଁମାନେ ଇରାନ୍‍ ସହ ବାଣିଜ୍ୟିକ ସମ୍ପର୍କ ରକ୍ଷା କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତଥା ଅର୍ଥନୀତିକ କଟକଣା ଲଗାଯିବାର ଆଶଙ୍କା ରହିଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ତଥାପି ଭାରତର ଏହି ଚୁକ୍ତି ନେଇ ଥିବା ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ଯୁକ୍ତ ରାଷ୍ଟ୍ର ଆମେରିକା ପକ୍ଷରୁ ତର୍ଜମା କରାଯିବ ବୋଲି କୁହାଯାଇଛି। 
 
H5. ସରିଲା ପ୍ରଥମ ଦଫା ନିର୍ବାଚନ
ରଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ପ୍ରାୟ ୭୩.୯୭ ପ୍ରତିଶତ ଭୋଟ୍‍ଦାନ ରେକର୍ଡ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନବରଙ୍ଗପୁରରେ ସର୍ବାଧିକ ୮୦.୨୨ ପ୍ରତିଶତ ଭୋଟଦାନ ହୋଇଥିବା ବେଳେ ସବୁଠାରୁ କମ୍‍ ଭୋଟଦାନ ହୋଇଛି ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ। ଏଠାରେ ସମୁଦାୟ ଭୋଟଦାନ ୬୩.୩୪ ପ୍ରତିଶତ ଥିବା କୁହାଯାଇଛି। 
 
H6. ଭୋଟ ଦେଲେ ସ୍ୱାଭିମାନୀ ଅଞ୍ଚଳବାସୀ
ପ୍ରଥମଥର ଲାଗି କୋଟିଆ ଓ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ନିଜ ଗାଁରେ ବୁଥ କରାଯାଇ ଭୋଟ୍‍ଗ୍ରହଣ କରାଯାଇଛି। କୋଟିଆରେ ୭୬ ପ୍ରତିଶତ ଏବଂ ସ୍ୱାଭିମାନ ଅଞ୍ଚଳରେ ୬୫.୪୬ ପ୍ରତିଶତ ଭୋଟ ହୋଇଥିବା ସୂଚନା ମିଳିଛି। ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। 
 
H7. ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସି ଫେରିଗଲେ ଅଙ୍କିତ
ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ଜେନା ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସି ଫେରି ଯାଇଛନ୍ତି। ବିରାଟ ପଟୁଆରରେ ବାପା ତଥା ମାହାଙ୍ଗାର ବର୍ତ୍ତମାନର ବିଧାୟକ ପ୍ରତାପ ଜେନା ଏବଂ ଅଙ୍କିତ ରିଟର୍ଣ୍ଣିଂ ଅଧିକାରୀଙ୍କ ପ୍ରକୋଷ୍ଠକୁ ଯାଇଥିଲେ। ସେଠାରେ ଦୀର୍ଘ ସମୟ ବସିଥିଲେ ବି ପ୍ରାର୍ଥୀପତ୍ର ଦାଖଲ କରି ନଥିଲେ। ଆଜି ପ୍ରାର୍ଥୀପତ୍ର ଦେଖଲର ଶେଷଦିନ ହୋଇଥିବାରୁ ମାହାଙ୍ଗାରେ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। 
 
H8. ଭୋଟ ଦେଲେ ତିବ୍ବତୀୟ ଶରଣାର୍ଥୀ
୬୧ ବର୍ଷ ପରେ ତିବ୍ଦତୀୟ ଶରଣାର୍ଥୀମାନେ ଓଡ଼ିଶାରେ ଭୋଟ ଦେଇଛନ୍ତି। ଅର୍ଥାତ୍‍ ସେମାନଙ୍କୁ ଭାରତର ନାଗରିକତା ମିଳିଛି। ମହେନ୍ଦ୍ରଗଡ଼ କ୍ୟାମ୍ପର ୮ ଜଣ ଭୋଟ ଦେଇଛନ୍ତି। ଚନ୍ଦ୍ରଗିରିଠାରେ ମଧ୍ୟ ଅନେକ ତିବ୍ଦତୀୟଙ୍କ ନାଁ ଭୋଟର ତାଲିକାରେ ଥିଲେ ମଧ୍ୟ ସେମାନେ ଭୋଟ ଦେଇ ନଥିଲେ। 
 
H9. ଜମ୍ମୁ କଶ୍ମୀରର ଶ୍ରୀନଗର ଲୋକସଭା ଆସନ ଲାଗି ୩୮ ପ୍ରତିଶତ ମତଦାନ
ଜମ୍ମୁ କଶ୍ମୀରର ଶ୍ରୀନଗର ଲୋକସଭା ଆସନ ଲାଗି ୩୮ ପ୍ରତିଶତ ମତଦାନ ହୋଇଛି। ବିଗତ ୩୫ ବର୍ଷର ଇତିହାସରେ ଏହା ସବୁଠାରୁ ଅଧିକ ମତଦାନ। ବିବାଦୀ୍ର ୩୬୦ ଧାରା ଉଚ୍ଛେଦ ଏବଂ ରାଜ୍ୟ ପାହ୍ୟା ପ୍ରତ୍ୟାହାର ପରେ ଏହା ହେଉଥିବା ପ୍ରଥମ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ୨୦୧୯ରେ ହୋଇଥିବା ନିର୍ବାଚନରେ ମାତ୍ର ୧୪ ପ୍ରତିଶତ ଭୋଟ ହୋଇଥିଲା। ବିନା ଭୟ, ହିଂସାରେ ଜମ୍ମୁ କଶ୍ମୀର ବାସୀ ଭୋଟ ଦେଇଥିଲେ।
 
H10. ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଦେହାନ୍ତ
ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଦେହାନ୍ତ। ୭୨ ବର୍ଷ ବୟସରେ ଆଖି ବୁଜିଛନ୍ତି ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି। ସେ ୬ ମାସ ଧରି କ୍ୟାନସରରେ ପୀଡ଼ିତ ଥିଲେ ଏବଂ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ ଏପ୍ରିଲରେ ସେ କର୍କଟ ଆକ୍ରାନ୍ତ ଥିବା ସ୍ପଷ୍ଟ କରିବା ସହିତ ଏଥିପାଇଁ ୨୪ ନିର୍ବାଚନ ଲଢ଼ିବେନି ବୋଲି ସୂଚନା ଦେଇଥିଲେ।