Advertisement
Article Detail0/zeeodisha/odisha2102847
Zee OdishaZee OdishaJayant choudhry:ଜେଜେଙ୍କୁ ଭାରତରତ୍ନ,ନାତି ବିଜେପି ସହିତ କରିବେ ମେଣ୍ଟ

Jayant choudhry:ଜେଜେଙ୍କୁ ଭାରତରତ୍ନ,ନାତି ବିଜେପି ସହିତ କରିବେ ମେଣ୍ଟ

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ମରୋଣପରାନ୍ତ ଭାବେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତ ରତ୍ନ'  ପ୍ରଦାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ କୃଷକ ବିଶେଷକରି ଜାଟ୍ ଭୋଟରଙ୍କୁ ନିଜ ପଟକୁ ଆଣିବାକୁ ଏହା ମୋଦି ସରକାରଙ୍କ ରଣନୀତି ବୋଲି କୁହାଯାଉଛି । କାରଣ ଚୌଧୁରୀ ଚରଣ ସିଂଙ୍କ

SOCIAL MEDIA
SOCIAL MEDIA

Jayant choudhry:

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ମରୋଣପରାନ୍ତ ଭାବେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତ ରତ୍ନ'  ପ୍ରଦାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ କୃଷକ ବିଶେଷକରି ଜାଟ୍ ଭୋଟରଙ୍କୁ ନିଜ ପଟକୁ ଆଣିବାକୁ ଏହା ମୋଦି ସରକାରଙ୍କ ରଣନୀତି ବୋଲି କୁହାଯାଉଛି । କାରଣ ଚୌଧୁରୀ ଚରଣ ସିଂଙ୍କ ପରିବାରର ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରଭାବ ରହିଛି । ଚରଣ ସିଂଙ୍କୁ ଏହି ସମ୍ମାନ ପ୍ରଦାନ ପାଇଁ ଘୋଷଣା ପରେ ତାଙ୍କ ନାତି ତଥା ଆରଏଲଡି ସଭାପତି ଜୟନ୍ତ ଚୌଧୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମାଣ କରିଛନ୍ତି ଯେ ସେ ଦେଶର ଆତ୍ମାକୁ  ଚିହ୍ନିଛନ୍ତି ।  ବିଜେପି ସହ ମେଣ୍ଟ ଉପରେ ପ୍ରଶ୍ନର ଉତ୍ତରରେ ସେ କହିଛନନ୍ତି ଯେ, ମୁଁ ଏବେ କେଉଁ ମୁହଁରେ ମନା କରିବି? ଆଉ କିଛି ବାକି ନାହିଁ ।

ଇଣ୍ଡିଆ ମେଣ୍ଟ ସହ ଚାଲିଥିଲା ମୁଲଚାଲ

Add Zee News as a Preferred Source

ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ସହିତ ମିଶି ଜୟନ୍ତଙ୍କ ଦଳ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚା ହେଉଥିଲା । ସିଟ୍ ଭାଗବଣ୍ଟା ନେଇ ଆଲୋଚନା ମଧ୍ୟ ଚାଲୁଥିଲା ।କିନ୍ତୁ ଏବେ ଜୟନ୍ତ ବିଜେପିକୁ ଯିବା ପକା ହୋଇଯାଇଛି । ଯାହା ତାଙ୍କ ବୟାନରୁ ଜଣା ପଡୁଛି । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଆଜିର ସମୟରେ ଆସନ ଏବଂ ନିର୍ବାଚନ ବିଷୟରେ କହି ଆଜିର ଦିନକୁ ଛୋଟ କରିବା ସହ ସମାନ ହେବ। ଦେଶର ହୃଦୟ ଜିତିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରିଛନ୍ତି।

ଯେତେବେଳେ ତାଙ୍କୁ ଏନଡିଏ ସହିତ ଯିବା ବିଷୟରେ ପ୍ରଶ୍ନ ପଚରାଗଲା, ସେତେବେଳେ ସେ କହିଥିଲେ ଯେ ଆଜି ଏନଡିଏ ସହ ଯିବା ବିଷୟରେ କୌଣସି ଘୋଷଣା କରାଯାଇ ନାହିଁ। କିନ୍ତୁ କେଉଁ ମୁହଁରେ ଅସ୍ୱୀକାର କରାଯିବ ତାହା କୁହନ୍ତୁ, ଯଦି କିଛି ବାକି ଅଛି ତେବେ ମୋତେ କୁହନ୍ତୁ । ମୁଁ ବର୍ତ୍ତମାନ କାହା ସହିତ ଆସନ ଭାଗବଣ୍ଟା ନେଇ  ଆଲୋଚନା କରିବି ନାହିଁ । ନା ମୁଁ ପ୍ରଧାନମନ୍ତ୍ରୀଙ୍କ ସହ କିମ୍ବା ବିଜେପିର କୌଣସି ନେତାଙ୍କ ସହିତ କଥା ହେବିନାହିଁ ।

ବର୍ତ୍ତମାନ ସେ ଏମଏସପି ଦାବି ଏବଂ କୃଷକଙ୍କ ଆନ୍ଦୋଳନ ଭଳି ପ୍ରସଙ୍ଗରୁ ଦୂରେଇ ଯିବେ କି ପ୍ରଶ୍ନର ଉତ୍ତରରେ ଜୟନ୍ତ କହିଥିଲେ ଯେ, ଏହା ଏକ ସଚେତନ ପ୍ରୟାସ। ଭାରତ ସରକାର ଚାଷୀଙ୍କ ପ୍ରତି ତାଙ୍କ ଭାବନା ଦେଖାଇଛନ୍ତି ଏବଂ ତାହା ଭଲ।ସୂଚନାଯୋଗ୍ୟ ଯେ, ୧୨ ତାରିଖରେ ଆରଏଲଡି ଏନଡିଏରେ ଯୋଗ ଦେବାକୁ ଯାଉଛି ।

About the Author