Cow smuggling: ମାଫିଆ ରାଜନେତାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା, ଖସି ଯାଉଛନ୍ତି ଶହଶହ ଗୋ ଚାଲାଣକାରୀ
Advertisement
Article Detail0/zeeodisha/odisha1340126

Cow smuggling: ମାଫିଆ ରାଜନେତାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା, ଖସି ଯାଉଛନ୍ତି ଶହଶହ ଗୋ ଚାଲାଣକାରୀ

ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଏ ଲମ୍ବିଛି। ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ଭଦ୍ରକ, ବାରିକପୁର, ସୋର ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ମାଫିଆଙ୍କ ଜରିଆରେ ଗୋ ସମ୍ପଦକୁ ଅତି ନିର୍ଦ୍ଦୟ ଭାବେ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି।

Cow smuggling: ମାଫିଆ ରାଜନେତାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା, ଖସି ଯାଉଛନ୍ତି ଶହଶହ ଗୋ ଚାଲାଣକାରୀ

Cow smuggling: ଜଳେଶ୍ୱର: ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ୬୦ ନମ୍ବର ଜାତୀୟ ରାଜପଥରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଗୋ ଚାଲାଣ ଚାଲିଛି। ଏହି ଗୋ ଚାଲାଣ ପଛରେ ଗୋ ମାଫିଆ, ପ୍ରଶାସନିକ ଅଧିକାରୀ ଓ ନିର୍ଦ୍ଦିଷ୍ଟ କିଛି ରାଜନେତାଙ୍କ ମଧ୍ୟରେ ଅସାଧୁ ମଧୁଚନ୍ଦ୍ରିକା ମୁଖ୍ୟ କାରଣ ବୋଲି କୁହାଯାଇଛି। ବର୍ଷ ବର୍ଷ ଧରି ସମସ୍ତଙ୍କ ଆଖି ସାମ୍ନାରେ ଏହି ଅବାଧ ଗୋ ଚାଲାଣ ଚାଲିଥିଲେ ବି ଏହା ବିରୋଧରେ କୈାଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପୋଲିସ, ପ୍ରଶାସନର ପାରିବାପଣିଆ ଊପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଏ ଲମ୍ବିଛି। ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ଭଦ୍ରକ, ବାରିକପୁର, ସୋର ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ମାଫିଆଙ୍କ ଜରିଆରେ ଗୋ ସମ୍ପଦକୁ ଅତି ନିର୍ଦ୍ଦୟ ଭାବେ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ଚାଲାଣ ସମୟରେ ଟ୍ରକ, କଣ୍ଟେନର ନହେଲେ ପିକଅପ ଗାଡି ବ୍ୟବହାର ହେଉଛି। ଏପରିକି ଗତ କିଛି ମାସ ହେଲା ଗୋଠ ଗୋଠ ଗୋରୁକୁ ଦ୍ବିପହରରେ ଟାଣ ଖରାରେ ପାଦରେ ଚଲାଇ ଚଲାଇ ମଧ୍ୟ ନିଆ ଯାଉଛି। ପଶ୍ଚିମବଙ୍ଗ ସୀମା ଭିତରକୁ ଏସବୁ ପାଦଚଲା ଗୋରୁକୁ ନିଆଯିବା ପରେ ସେଠାରୁ ପୁଣି ଟ୍ରକରେ ଅତି ନିଷ୍ଠୁର ଭାବରେ ଲୋଡ କରାଯାଇ କୋଲକାତା ନିଆ ଯାଉଛି।

ଗୋରୁ ଗୁଡିକୁ ଏପରି ନିଷ୍ଠୁର ଓ ନିର୍ମମ ଭାବରେ ପରିବହନ କରିବା ବେଆଇନ ହୋଇଥିବା ବେଳେ ଏହି ଅନୈତିକ କାରବାର ପଛରେ ବହୁ ପ୍ରଭାବଶାଳୀଙ୍କ ହାତ ରହିଥିବା ବେଳେ ଗୋ ଚାଲାଣ କରୁଥିବା ଗାଡ଼ି ଗୁଡିକୁ ଭଦ୍ରକରୁ ସୀମାନ୍ତ ଲକ୍ଷ୍ମଣନାଥ ଯାଏଁ ମାଫିଆଙ୍କ ପୋଷା ଗୁଣ୍ଡାମାନେ ସୁରକ୍ଷା ଦେଉଛନ୍ତି। କୁହା ଯାଉଛି ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ ନିକଟ ଏକ ରାସ୍ତା କଡ଼ରେ ଅଫିସ ଖୋଲି ମାଫିଆମାନେ ପଶ୍ଚିମବଙ୍ଗକୁ ଯାଉଥିବା ସେମାନଙ୍କର ଗାଡ଼ି ଉପରେ ନଜର ରଖୁଛନ୍ତି। 

ଏହି ଅଫିସ ପାଇଁ ବ୍ୟବହାର ହେଉଥିବା ମୋବାଇଲ ଓ ଫୋନ ଡାଇରୀରେ ବହୁ ପ୍ରଭାବଶାଳୀ ନେତା, ସରକାରୀ ପଦାଧିକାରୀ ଓ ବହୁ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କ ମୋବାଇଲ ନମ୍ବର ଫିଡିଂ ରହିଛି। ପୁଣି କୋଲକାତାରୁ ମଧ୍ୟ ସେହି ମାଫିଆମାନଙ୍କ ସହାୟତାରେ ଗୋମାଂସ ଗାଡ଼ି ୬୦ ନମ୍ବର ଜାତୀୟ ରାଜପଥ ଦେଇ ଚେନ୍ନାଇ ଅଭିମୁଖେ ଯାଉଛି।ଏହି ଗୋ ଚାଲାଣ ଯୋଗୁଁ ଓଡିଶାରୁ ଦିନେ ନା ଦିନେ ଗୋ ସମ୍ପଦ ବିଲୁପ୍ତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।

ପ୍ରତ୍ୟେକ ଦିନ ରାଜରାସ୍ତାରେ ହଜାର ହଜାର ଗୋରୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଚୋରା ଚାଲାଣ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲାରେ ଜାତୀୟ ରାଜପଥ କଡ଼ରେ ପାଞ୍ଚଟି ଥାନା, ଦୁଇଟି ଫାଣ୍ଡି , ଗୋଟିଏ ନାକା ପଏଣ୍ଟ ଏବଂ ସାମାନ୍ତରେ ରହିଛି ଲଖ୍ମଣନାଥ ଟୋଲ ଗେଟ୍। ଏହା ସହିତ ଦୁଇଟି ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀଙ୍କ ଅଫିସ ରହିଛି ଏହାପରେ ବି ଅବାଧରେ କିପରି ଗୋ ଚାଲାଣ ହେଉଛି ତାହାକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ ଛିଡ଼ା ହୋଇଚି। ପୋଲିସ ଓ ପ୍ରଶାସନର ପାରିବା ପଣିଆକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗିରହିଥିବା ବେଳେ ଖୁବ ଶୀଘ୍ର ଠୋସ ପଦକ୍ଷେପ ନିଆଯିବ ବୋଲି ବାଲେଶ୍ଵର ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।