Web series on Dawood:ଦାଉଦ୍ ଭଲି ମାଫିଆ କେମିତି କାମ କରନ୍ତି,ଜାଣିବାକୁ ଦେଖନ୍ତୁ ଏହି ସବୁ ଧମାକାଦାର ୱେବ୍ ସିରିଜ୍
Advertisement
Article Detail0/zeeodisha/odisha2019011

Web series on Dawood:ଦାଉଦ୍ ଭଲି ମାଫିଆ କେମିତି କାମ କରନ୍ତି,ଜାଣିବାକୁ ଦେଖନ୍ତୁ ଏହି ସବୁ ଧମାକାଦାର ୱେବ୍ ସିରିଜ୍

ରବିବାର ଠାରୁ ଦାଉଦ ଇବ୍ରାହିମକୁ ନେଇ ଇଣ୍ଟରନେଟରେ ଅନେକ ଖବର ଆସୁଛି । କରାଚିରେ ଦାଉଦର ମୃତ୍ୟୁଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କିଛି ରିପୋର୍ଟରେ ଦାଉଦକୁ ବିଷ ଦିଆଯିବା ପରେ ଡ଼ାକ୍ତରଖାନାକୁ ନିଆଯାଇଥିବା କଥା ମଧ୍ୟ ଦାବି ହେଉଥିଲା । କିଛି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସୋ

SOCIAL MEDIA

Web series on Dawood:

ରବିବାର ଠାରୁ ଦାଉଦ ଇବ୍ରାହିମକୁ ନେଇ ଇଣ୍ଟରନେଟରେ ଅନେକ ଖବର ଆସୁଛି । କରାଚିରେ ଦାଉଦର ମୃତ୍ୟୁଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କିଛି ରିପୋର୍ଟରେ ଦାଉଦକୁ ବିଷ ଦିଆଯିବା ପରେ ଡ଼ାକ୍ତରଖାନାକୁ ନିଆଯାଇଥିବା କଥା ମଧ୍ୟ ଦାବି ହେଉଥିଲା । କିଛି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ଆକାଉଣ୍ଟର ସ୍କ୍ରିନ ସଟ୍ ମଧ୍ୟ ପୋଷ୍ଟ କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ ଦାଉଦର ମୃତ୍ୟୁ ହୋଇଛି । କିନ୍ତୁ ଏହି ପୋଷ୍ଟ ନକଲି ଆକାଉଣ୍ଟରୁ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଦାଉଦ ସମ୍ପର୍କରେ କୌଣସି ଖବର ସାମ୍ନାକୁ ଆସି ନାହିଁ । ଯେତେବଳେ ଦାଉଦକୁ ନେଇ ଏତେ ସବୁ ଚର୍ଚ୍ଚା ହେଉଛି ସେହି ସମୟରେ ସିନେମା ଜଗତ ମଧ୍ୟ ଦାଉଦକୁ ନେଇ କାହାଣୀ ପ୍ରସ୍ତୁତ କରୁଛି । ଗ୍ୟାଙ୍ଗଷ୍ଟାର ଜୀବନୀ ଉପରେ ବହୁତ ସିନେମା ହୋଇଛି । ଏହାସହ ଅନେକ ଓ୍ବେବ ଷ୍ଟୋରୀ ମଧ୍ୟ ପ୍ରସ୍ତୁତ ହୋଇଛି । ଆସନ୍ତୁ ସେଥିମଧ୍ୟରୁ ଲୋକପ୍ରିୟ ଚାରୋଟି କାହାଣୀ ବିଷୟରେ ଜାଣିବା ।

ମୁମ୍ବାଇ ମେରୀ ଜାନ୍

ସୁଜାତ ସୌଦାଗରଙ୍କ ନିର୍ଦ୍ଦେଶିତ ଫିଲ୍ମ ମୁମ୍ବାଇ ମେରୀ ଜାନ ସବୁଠାରୁ ପେମସ ଓ୍ବେବ ସିରିଜ ମଧ୍ୟରୁ ଅନ୍ୟତମ । ଯେଉଁଥିରେ ଡ଼ୋଙ୍ଗରୀର ଏକ ଯୁବକର କାହାଣୀ ଉପରେ ଆଧାରିତ । ସେହି ପିଲା ବଡ଼ ହୋଇ ଅଣ୍ଡରଓ୍ବାର୍ଲଡ଼ର ବଡ଼ ଡନ୍ ହୁଏ । ମୁମ୍ବାଇର ଅପରାଧିକ ଦୁନିଆ ଉପରେ ଆଧାରିତ ଏହି ସିରିଜରେ ସଚ୍ଚୋଟ ପୋଲିସ ଅଫିସର ଇସ୍ମାଇଲ କାଦେରୀ ପୁଅ ଦାରା କାଦେରୀ ବିଷୟରେ ମଧ୍ୟ କୁହାଯାଇଛି । ଏହି ସିରିଜରେ ଅଣ୍ଡରଓ୍ବାର୍ଲଡ଼ ଦୁନିଆକୁ ଅତି ନିଖୁଣ ଭାବରେ ଦେଖାଯାଇଛି । କୁହାଯାଉଛି ଯେ ଏହା ଦାଉଦ ଇବ୍ରାହିମ ଉପରେ ଆଧାରିତ ହୋଇଛି ।

ମୁମ୍ବାଇ ମାଫିଆ

ଏହି ଡ଼କ୍ୟୁମେଣ୍ଟାରୀ ଦାଉଦ ଇବ୍ରାହିମ ଜୀବନୀ ଉପରେ ଆଧାରିତ । ଦାଉଦ ଇବ୍ରାହିମ ଏକ ପଳାତକ ଆତଙ୍କବାଦୀ । ଏବଂ ତାକୁ ଅନ୍ତର୍ଜାତୀୟ ସ୍ତରରେ ପୁରା ବିଶ୍ବରେ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି । ଏହି ଡକ୍ୟଚମେଣ୍ଟାରୀ ଦୁଇଟି ଭାଷାରେ କରାଯାଇଛି । ହିନ୍ଦୀ ଏବଂ ଇଂରାଜୀ । ୮୭ ମିନିଟର ଏହି ଡକ୍ୟୁମେଣ୍ଟାରୀ ଦେଖିବା ପାଇଁ ଦୃଦୟ ଏବଂ ମନ ଖୋଲି ରଖିବାକୁ ପଡ଼ିବ । ଯେଉଁଥିରେ ପ୍ରତ୍ୟେକଟି ଘଟଣା କାଳ୍ପନିକ ଦୃଶ୍ୟପଟ ଏବଂ ସତ ଘଟଣା ଉପରେ ଆଧାରିତ ।

ଦ ଓ୍ବାର୍ଲଡ଼ ହିଷ୍ଟ୍ରି ଅଫ୍ ଅଗ୍ରାନାଇଜଡ଼ କ୍ରାଇମ

ଏହି ସିରିଜରେ ଅନେକ ଭିନ୍ନ ଭିନ୍ନ ପ୍ରକାରର ଏପିସୋଡ଼୍ ଦେଖାଯାଇଛି । ଏହାର ପାଞ୍ଚ ନମ୍ବର ଏପିସୋଡରେ ଇଣ୍ଡିଆର ଗାଙ୍ଗଷ୍ଟାରଙ୍କ ବିଷୟରେ ଆଧାରିତ ହୋଇଛି । ଏଥିରେ ଦାଉଦ ଇବ୍ରାହିମର କଳା ସାମ୍ରାଜ୍ୟ ଉପରେ ଲେଖାଯାଇଛି । ୨୦୦୮ରେ ଏହା ଦୁନିଆର ୧୦ ଗ୍ୟାଙ୍ଗଷ୍ଟାର ଲିଷ୍ଟ ମଧ୍ୟରେ ଦୁଇ ନମ୍ବରରେ ଥିଲା । ସିରିଜରେ ୧୯୯୩ର ମୁମ୍ବାଇରେ ହୋଇଥିବା ବିସ୍ଫୋରଣର ଝଲକ ମଧ୍ୟ ଦେକିବାକୁ ମିଳିଛି ।

ଗନ୍ସ ଆଣ୍ଡ ଥାଇଜ୍

ସିରିଜ ଗନ୍ସ ଆଣ୍ଡ ଥାଇଜ ଭାରତରେ ମୁମ୍ବାଇ ମାଫିଆର କାହାଣୀ ଉପରେ ଆଧାରିତ । ଏହି ସିରିଜ ଦାଉଦର କୁଖ୍ୟାତ କାରନାମାକୁ ଦର୍ଶାଇଛି । ଡି କମ୍ପାନୀରେ ଦାଉଦର ସାମିଲ ହେବାଠୁ ଆରମ୍ଭ କରି ପୋଲିସ, ରାଜନେତା ଏବଂ ବଲିଉଡ଼ ସହ ତାର ସମ୍ପର୍କକୁ ନେଇ ସମସ୍ତ ଦୃଶ୍ୟ ସିରିଜରେ ଦର୍ଶାଯାଇଛି ।