ବରଗଡ଼ ଜିଲ୍ଲାରେ ଅବସ୍ଥିତ ଏକମାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ବରଗଡ଼ ସହର ଠାରୁ ୬ କିମି ଦୂରରେ ଥିବା ସହିତ ପ୍ରଥମ ଶ୍ରେଣୀର ସିଟ୍ ସଂଖ୍ୟା ମାତ୍ର ୮୦ ଅଟେ । ଯାହାକି ବରଗଡ଼ ଜିଲ୍ଲା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଇରାସିସ୍ ଆଚାର୍ଯ୍ୟ କହିଛନ୍ତି।
Trending Photos
ନୂଆଦିଲ୍ଲୀ: ବରଗଡ଼ ଜିଲ୍ଲାରେ ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଗୁରୁବାର ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟ ଦାବି ଜଣାଇଛନ୍ତି। ବରଗଡ଼ ଜିଲ୍ଲାରେ ଅବସ୍ଥିତ ଏକମାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ବରଗଡ଼ ସହର ଠାରୁ ୬ କିମି ଦୂରରେ ଥିବା ସହିତ ପ୍ରଥମ ଶ୍ରେଣୀର ସିଟ୍ ସଂଖ୍ୟା ମାତ୍ର ୮୦ ଅଟେ । ଯାହାକି ବରଗଡ଼ ଜିଲ୍ଲା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଇରାସିସ୍ ଆଚାର୍ଯ୍ୟ କହିଛନ୍ତି।
ବରଗଡ଼ (Bargarh) ଜିଲ୍ଲାରେ ଥିବା ଏକମାତ୍ର ଉପଖଣ୍ଡ ପଦ୍ମପୁରର ଦୂରତା ବରଗଡ଼ ସହର ଠାରୁ ପ୍ରାୟ ୮୦ କିମି ଦୂର। ଏଥିପାଇଁ ଏହି ଉପଖଣ୍ଡର ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ (Kendriya Vidyalaya) ରେ ଅଧ୍ୟୟନର ସୁଯୋଗରୁ ବଞ୍ଚିତ ହେଉଛନ୍ତି। ତେଣୁ ପଦ୍ମପୁର ଉପଖଣ୍ଡର ବ୍ରିଟିଶ୍ ଶାସନ ସମୟର ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ କାଳରେ ଇଂରେଜ ବିରୋଧୀ କାର୍ଯ୍ୟ କଲାପର ଐତିହ୍ୟ ବହନ କରୁଥିବା ଏକ ସାଂସ୍କୃତିକ ଗ୍ରାମ ଘେଁସ ଠାରେ ଏହି ବିଦ୍ୟାଳୟ ସ୍ଥାପିତ ହେଲେ ଅଞ୍ଚଳର ଖ୍ୟାତି ସବୁଆଡେ ପ୍ରଚାରିତ ହୋଇପାରିବ। ଏହାସହିତ ପଦ୍ମପୁର ଉପଖଣ୍ଡର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟ କହିଛନ୍ତି।
Also Read: କ୍ୟାବିନେଟରେ ମିଳିଲାନି ସ୍ଥାନ; ପ୍ରତିବାଦ ଜଣାଇଲେ ଅସନ୍ତୁଷ୍ଟ BJP ନେତା-ସମର୍ଥକ
ଅପରପକ୍ଷେ ଏହି ଗ୍ରାମ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଏକ ଘନିଷ୍ଠ ସହଯୋଗୀ ମାଧୋ ସିଂ (Madho Singh) ଙ୍କ ବୀରଭୂମି ଏବଂ ପଦ୍ମଶ୍ରୀ ଉପାଧି ପ୍ରାପ୍ତ ହଳଧର ନାଗ (Haldhar Nag) ଙ୍କ ଜନ୍ମଭୂମି ହୋଇଥିବାରୁ ଏଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରି କେନ୍ଦ୍ର ମାନଚିତ୍ରରେ ସ୍ଥାନିତ କରିବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ଅଟେ। ବରଗଡ଼ର ଏହି ଏକମାତ୍ର ବିଦ୍ୟାଳୟ ପାଇଁ ପ୍ରତି ବର୍ଷ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି, ଯେଉଁଥିପାଇଁ ଛାତ୍ରଛାତ୍ରୀଙ୍କୁ ନିରାଶା ହେବାକୁ ପଡୁଛି। ତେବେ ଏହି ଦ୍ବିତୀୟ ବିଦ୍ୟାଳୟ ସ୍ଥାପିତ ହେଲେ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଛାତ୍ରଛତ୍ରୀ ଉପକୃତ ହୋଇପାରିବ ।