ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଶିଲା କୋରୋନା, ୪୪ ଆକ୍ରାନ୍ତ ଚିହ୍ନଟ
Advertisement
Article Detail0/zeeodisha/odisha721958

ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଶିଲା କୋରୋନା, ୪୪ ଆକ୍ରାନ୍ତ ଚିହ୍ନଟ

ବାଳ ସୁଧାର ଗୃହକୁ ଛୁଇଁଲା କୋରୋନା । ଜଣେ କି ଦୁଇ ଜଣ ନୁହେଁ, ବ୍ରହ୍ମପୁର ବାଳ ସୁଧାର ଗୃହର ୪୪ ଜଣ ଅନ୍ତେବାସୀ କୋରୋନା ପଜିଟିଭ ବୋଲି ଜଣାପଡ଼ିଛି । 

ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଶିଲା କୋରୋନା, ୪୪ ଆକ୍ରାନ୍ତ ଚିହ୍ନଟ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବାଳ ସୁଧାର ଗୃହକୁ ଛୁଇଁଲା କୋରୋନା । ଜଣେ କି ଦୁଇ ଜଣ ନୁହେଁ, ବ୍ରହ୍ମପୁର ବାଳ ସୁଧାର ଗୃହର ୪୪ ଜଣ ଅନ୍ତେବାସୀ କୋରୋନା ପଜିଟିଭ ବୋଲି ଜଣାପଡ଼ିଛି । ଏବେ ସମସ୍ତ ଆକ୍ରାନ୍ତଙ୍କୁ ସୁଧାର ଗୃହରେ ହିଁ ଆଇସୋଲେସନରେ ରଖାଯାଇଛି । 

ଯାହା ଜଣାପଡ଼ିଛି, ବ୍ରହ୍ମପୁର ବାଳ ସୁଧାର ଗୃହର କିଛି ଅନ୍ତେବାସୀଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯାଇଥିଲା । ଯେଉଁଥିପାଇଁ ୪୫ ଜଣ ଅନ୍ତେବାସୀଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୪୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଳ ସୁଧାର ଗୃହରେ ଏପ୍ରକାର ସଂକ୍ରମଣ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । 

ତେବେ ଆକ୍ରାନ୍ତଙ୍କ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇନାହିଁ । ଏବେ ସେମାନେ ସୁଧାର ଗୃହରେ ହିଁ ଆଇସୋଲେସନରେ ଅଛନ୍ତି ।