Blue Flag Beach: ଜୀବନ ଜୀବିକାକୁ ନେଇ ମୁହାଁମୁହଁ ମତ୍ସ୍ୟଜୀବୀ-ପ୍ରଶାସନ
ସେମାନଙ୍କ ଲାଗି ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ନକରି ପ୍ରଶାସନର ଏପରି ମନମୁଖି ନିଷ୍ପତ୍ତିକୁ ବିରୋଧ କରାଯାଇଛି।
ରାଧେଶ୍ୟାମ ଆଚାର୍ଯ୍ୟ,ବ୍ରହ୍ମପୁର: ପୁରୀ ପରେ ଏବେ ଗୋପାଳପୁର ବେଳାଭୂମିକୁ ବ୍ଲ ଫ୍ଲାଗ ବିଚ ମାନ୍ୟତା ପ୍ରଦାନ କରିବା ଲାଗି ରାଜ୍ୟ ସରକାଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ଉଦ୍ୟମ। ଏନେଇ କରାଯାଉଥିବା ସର୍ଭେ କାର୍ଯ୍ୟକୁ ନେଇ ତେଜିଛି ବିରୋଧ। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ଥିବା ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ବିଶେଷଜ୍ଞ ଦଳ ଗୋପାଳପୁର ଓ ସୁନାପୁର ଗସ୍ତ କରି ସ୍ଥିତି ଅନୁଧ୍ୟାଗ ନକରି ଫେରିଛନ୍ତି।
ବ୍ଲ ଫ୍ଲାଗ ବିଚ (Blue Flag Beach) ମାନ୍ୟତା ପ୍ରଦାନ କରିବାକୁ ଚିହ୍ନଟ ହୋଇଥିବା ସ୍ଥାନରୁ ମତ୍ସ୍ୟଜୀବୀଙ୍କ ଜାଲ (Fisherman Net), ଡଙ୍ଗା (Boat) ଉଛେଦ ନିଷ୍ପତ୍ତିକୁ କରାଯାଉଛି ବିରୋଧ। ସେମାନଙ୍କ ଲାଗି ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ନକରି ପ୍ରଶାସନର ଏପରି ମନମୁଖି ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଯଦି ଏ ସମସ୍ୟାର ସମାଧାନ ନହୁଏ ତାହେଲେ ଆବଶ୍ୟକ ପଡିଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ମତ୍ସ୍ୟଜୀବୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
Also Read: ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ଦୌଡରେ ଗୋପାଳପୁର-ସୋନାପୁର ବେଳାଭୂମି
ବ୍ଲୁ ଫ୍ଲାଗ ମାନ୍ୟତା ପାଇବା ଦୌଡରେ ସାମିଲ ହୋଇଛି ରାଜ୍ୟର ଗୋପାଳପୁର ବେଳାଭୂମି। ଏହା ପ୍ରଭାବରେ ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ବିପଦରେ ପଡିପାରେ। ଭିତ୍ତିଭୂମିର ବିକାଶ ଆରମ୍ଭ ହେବା ପୁର୍ବରୁ ତେଜିଛି ଜନ ଅସନ୍ତୋଷ। ଡଙ୍ଗା, ଜାଲକୁ ସୁରକ୍ଷା ଦେବା ଲାଗି ରାଜରାସ୍ତାରେ ଧିବର କୂଳ। ଜିଲ୍ଲାର ଗୋପାଳପୁର ଓ ପାତି ସୁନାପୁର ବେଳାଭୁମିକୁ ବ୍ଲୁ ଫ୍ଲାଗ ବିଚର ମାନ୍ୟତା ଦେବା ଲାଗି ସ୍ଥାନ ଚିହ୍ନଟ ସରିଛି।
ହେଲେ ବର୍ଷ ବର୍ଷ ଧରି ସେହି ସ୍ଥାନରେ ସ୍ଥାନୀୟ ଧିବର ନିଜର ଡଙ୍ଗା ସହ ଜାଲକୁ ସୁରକ୍ଷିତ ଭାବେ ରଖି ଆସୁଛନ୍ତି। ଯାହାକୁ ଏବେ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ନିଷ୍ପତ୍ତି ନେଇଛି ପ୍ରଶାସନ। ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲକୁ ସ୍ଥାନାନ୍ତର ଲାଗି ଚିହ୍ନଟ ହୋଇଥିବା ସ୍ଥାନ ସୁରକ୍ଷିତ ନଥିବା ବେଳେ ସାମାନ୍ୟ ବର୍ଷା ପବନ ହେଲେ ଡଙ୍ଗା ଜାଲ ନଷ୍ଟ ହେବାର ସମ୍ଭାବନା ରହିଛି। ଜେଟି ନିକଟରେ ବର୍ଷ ବର୍ଷ ଧରି ମୁହାଣ ଖନନ ପ୍ରସ୍ତାବ ରହିବା ସହ ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ ସରିଛି।
Also Read: ଜାନୁୟାରୀରୁ ଖୋଲିବ ପୁରୀରେ ବ୍ଲୁ ଫ୍ଲାଗ ବିଚ୍; ଏବେଠୁ ଜମିଲାଣି ଭିଡ଼
ହେଲେ ପ୍ରଶାସନିକ ଉଦାସୀନତା ଓ ଜନପ୍ରତିନିଧିଙ୍କ ଅବହେଳା କାରଣରୁ ଏ ପ୍ରସ୍ତାବ ପଡିରହିଥିବା ବେଳେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ ନକରି ଜୀବନ ଜୀବିକା କଦାପି ଉଜାଡିବାକୁ ଦେବୁନି ବୋଲି ଚେତାବନି ଦେଇଛି ମତ୍ସ୍ୟଜୀବୀ।
Also Read: ପୁରୀ ସୁବର୍ଣ୍ଣ ବେଳାଭୂମିକୁ ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା
ବିଶ୍ବ ଦରବାରରେ ଓଡିଶା ପର୍ଯ୍ୟଟନକୁ ବିକଶିତ କରିବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଥିବା ବେଲେ ପୁରୀ ପରେ ରାଜ୍ୟର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ମାତ୍ୟତା ଦେବା ଲାଗି କେନ୍ଦ୍ରକୁ ଅବଗତ କରାଯାଇଛି। ନିକଟରେ ଏକ ବିଶେଷଜ୍ଞ ଦଳ ଗୋପାଳପୁର ଓ ସୋନାପୁର ବେଳାଭୂମିକୁ ପରିଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଛନ୍ତି। କୌଣସି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ଡେନ୍ମାର୍କ (Denmark) ସ୍ଥିତ ଫାଉଣ୍ଡେସନ୍ ଫର୍ ଏନ୍ଭରମେଣ୍ଟାଲ୍ ଏଜୁକେସନ-ଏଫ୍ଇଇ (Foundation for Environmental Education-FEE) ପ୍ରଦାନ କରିଥାଏ।।
Also Read: ମାନ୍ୟତା ପାଇବା ପରେ ପୁରୀ ସ୍ୱର୍ଣ୍ଣିମ ବେଳାଭୂମୀରେ ଉଡିଲା ବ୍ଲୁଫ୍ଲାଗ
ବ୍ଲୁ ଫ୍ଲାଗ୍ ବିଚ୍ ହେଉଛି ବିଶ୍ବର ସବୁଠାରୁ ପରିବେଶ ଅନୁକୂଳ ଓ ସୁରକ୍ଷିତ ବେଳାଭୂମି। ପରିବେଶ, ପାଣିର ମାନ, ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ମାନର ସେବା, ସୁରକ୍ଷା ଆଦି ୩୩ଟି ମାନଦଣ୍ଡକୁ ପୂରଣ କରୁଥିବା ବେଳାଭୂମିକୁ ଏଫ୍ଇଇ ବ୍ଲୁ ଫ୍ଲାଗ୍ ମାନ୍ୟତା ପ୍ରଦାନ କରିଥାଏ। ସମସ୍ତ ମାନଦଣ୍ଡକୁ ପୂରଣ କରିବା ଲାଗି ଗୋପାଳପୁର ବେଳାଭୂମିର ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ମସ୍ୟଜୀବୀଙ୍କ ବିରୋଧ ପ୍ରଶାସନର ଚିନ୍ତା ବଢାଇଛି। ଯଥସମ୍ଭବ ଏ ସମସ୍ୟାର ସମାଧାନ କରାଯିବା ସହ ଗୋପାଳପୁର ବେଳାଭୂମିକୁ ବିଶ୍ୱ ଦରବାରରେ ପରିଚିତ କରାଯିବ ବୋଲି ଏନଏସି ନିର୍ବାହି ଅଧିକାରୀ କହିଛନ୍ତି।