ଜାନୁୟାରୀରୁ ଖୋଲିବ ପୁରୀରେ ବ୍ଲୁ ଫ୍ଲାଗ ବିଚ୍; ଏବେଠୁ ଜମିଲାଣି ଭିଡ଼
Advertisement
Article Detail0/zeeodisha/odisha613882

ଜାନୁୟାରୀରୁ ଖୋଲିବ ପୁରୀରେ ବ୍ଲୁ ଫ୍ଲାଗ ବିଚ୍; ଏବେଠୁ ଜମିଲାଣି ଭିଡ଼

ପୁରୀ ବେଳାଭୂମିରେ ଚାଲିଚି ବ୍ଲୁ ଫ୍ଲାଗ ବିଚ୍ କାର୍ଯ୍ୟ 

 ଜାନୁୟାରୀରୁ ଖୋଲିବ ପୁରୀରେ ବ୍ଲୁ ଫ୍ଲାଗ ବିଚ୍; ଏବେଠୁ ଜମିଲାଣି ଭିଡ଼

ସଞ୍ଜୟ ମହାପାତ୍ର, ପୁରୀ: ପୁରୀ ବେଳାଭୂମିରେ ଚାଲିଛି ବ୍ଲୁ ଫ୍ଲାଗ ବିଚ୍ କାର୍ଯ୍ୟ । ଦେଶରେ ୧୩ଟି ବିଚ୍ ମଧ୍ୟରୁ ପୁରୀ ବିଚ୍ ଚତୁର୍ଥ ସ୍ଥାନରେ ରହିଛି । ୩୩ଟି ପାରାମିଟର ପୁରଣ କଲେ ପୁରୀ ବିଚ୍ ଡେନମାର୍କର ସଂସ୍ଥା ଫି ପକ୍ଷରୁ ମିଳିବ ବ୍ଲୁ ଫ୍ଲାଗର ମାନ୍ୟତା । ସେ ନେଇ ଆଜି  କରାଯାଇଛି ପରିବେଶ ସଚେତନ ଉପରେ କର୍ମଶାଳା । ଏପ୍ରିଲ ମାସରେ ଡେନମାର୍କ ସଂସ୍ଥା ଫିର କର୍ମକର୍ତ୍ତା ପୁରୀ ଆସି ଅନୁଧ୍ୟାନ କରି ତଦାରଖ କରିବା ପରେ ମାନ୍ୟତା ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି  ।

ସ୍ୱର୍ଣ୍ଣ ବେଳାଭୂମିକୁ ନେଇ ଯେଭଳି ପୁରୀ ପର୍ଯ୍ୟଟକଙ୍କ ଆକର୍ଷଣରେ କେନ୍ଦ୍ରବିନ୍ଦୁ ପାଲଟିଛି ସେହି ଅନୁସାରେ ବ୍ଲୁ ଫ୍ଲାଗ ବିଚ୍ ଚାଲିଥିବା ବେଳାଭୂମି ବେଶ ସୁନ୍ଦର ହୋଇଛି ଓ ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ରହିଥିବାରୁ ଏହା ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବ ବୋଲି କହିଛନ୍ତି ପର୍ଯ୍ୟଟକ । ସେପଟେ ଖାଲି ପୁରୀ ବିଚ୍ ନୁହେଁ ପୁରୀ ଆଖପାଖରେ ଯେଭଳି ଜଙ୍ଗଲ ଓ ସମୁଦ୍ରର ମିଳନ ସ୍ଥଳ ରହିଛି ସେହି ଯାଗାରେ ଲୋକେ ଅଳିଆ ଆବର୍ଜନା ପକାଉଥିବାରୁ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ଫ୍ରାନ୍ସର ପର୍ଯ୍ୟଟକ ।

ପୁରୀ ପାନ୍ଥନିବାସ ବେଳାଭୂମି ପଛପଟେ ଚାଲିଛି ବ୍ଲୁ ଫ୍ଲାଗ ବିଚ୍ର କାର୍ଯ୍ୟ । ସମୁଦ୍ର ବେଳାଭୂମିରେ କରାଯାଇଛି ଇକୋ ଫ୍ରେଣ୍ଡଲି ବ୍ୟବସ୍ଥା । ମହିଳା ଓ ପୁରୁଷଙ୍କ ପାଇଁ ବାଉଁଶରେ ତିଆରି ହୋଇଛି ଶୌଚାଳୟ ଓ ସମୁଦ୍ର ସ୍ନାନ ପରେ ଚେନଜିଙ୍ଗ ରୁମ । କୁନି କୁନି ପିଲାଙ୍କ ଖେଳିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ଫିଟନେସ ପାଇଁ ରହିଛି ଜିମ ଆଇଟମ । ପୁଣି ପାନୀୟ ଜଳ ପାଇଁ କରାଯାଇଛି ବ୍ୟବସ୍ଥା । ପର୍ଯ୍ୟଟକ ବେଳାଭୂମିର ମଜା ନେବାପାଇଁ ରହିଛି ବାଉଁଶର ଚେୟାର । ସମୁଦ୍ରର ନୀଳ ଜଳ ରାଶିର ଦୃଶ୍ୟ ଉପଭୋଗ କରିବା ପାଇଁ କରାଯାଇଛି ବାମ୍ବୁ ଟାୱାର । ସମ୍ପୂର୍ଣ୍ଣ  ଅଞ୍ଚଳକୁ ସୁରକ୍ଷା ଜୋନରେ ରଖିବା ପାଇଁ କରାଯାଇଛି ସିସିଟିଭି ସର୍ଭେଲାନ୍ସ । ସେପଟେ ବ୍ଲୁ ଫ୍ଲାଗ ବିଚ ପାଇଁ ରହିଥିବା ସର୍ତ୍ତ ଅନୁସାରେ ୫ଟି ପରିବେଶ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ପଡିବ । ତାହାକୁ ଦୃଷ୍ଟିରେ ରଖି ଆଜି ସମସ୍ତ ସ୍କୁଲରେ ଥିବା ଇକୋ କ୍ଲବକୁ ଆଣି ପରିବେଶ ସମ୍ପର୍କରେ ଶିକ୍ଷା ଦେବା ସହ ଅନେକ ପରିବେଶବିତ ଯୋଗଦେଇ ପିଲାଙ୍କୁ ଶିକ୍ଷାଦାନ ଦେଇଥିଲେ ।

ବିଶ୍ୱସ୍ତରରେ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ସ୍ଥାନିତ କରାଯିବା ପାଇଁ ଏହା ହେଉଛି ସ୍ୱତନ୍ତ୍ର ପ୍ରୟାସ । ପୁରୀ ବେଳାଭୂମିର ରାଜଭବନ ପଛପଟେ ଚାଲିଛି ବ୍ଲୁ ଫ୍ଲାଗ ବିଚ୍ ପ୍ରୋଜେକ୍ଟର ଚାଲିଛି କାର୍ଯ୍ୟ ।  ଦିଗ ବାରେଣି ଖୁଣ୍ଟି ଛକରୁ ମେ ଫେୟାର ହୋଟେଲ ବେଳାଭୂମି ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ ବିଚର ୮ ଶହ ମିଟର ଇଲାକାରେ ଏହି ସ୍ୱତନ୍ତ୍ର ବ୍ଲୁ ଫ୍ଲାଗ ବିଚ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଯେଉଁଥିରେ କି ପର୍ଯ୍ୟଟକଙ୍କ ପାଇଁ  ଅଵ୍ୟର୍ଥନା କେନ୍ଦ୍ର , ପବ୍ଲିକ ଟଏଲେଟ, ପୋଷାକ ପରିବର୍ତ୍ତନ ଗୃହ, ସୋଲାର ଲାଇଟ ର ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ବିଘଟନ ପ୍ରକଳ୍ପ ସମେତ ଅନ୍ତର୍ଜାତୀୟ ସୁବିଧା ଆଦି ବ୍ୟବସ୍ଥା ରହିଛି । ଭାରତ ସରକାର ୧୦ କୋଟି ଏବଂ ଅନ୍ତର୍ଜାତୀୟ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି  । ସେହି ଅନୁସାରେ ଏପ୍ରିଲ ମାସରେ ଡେନମାର୍କ ସଂସ୍ଥା ଫିର କର୍ମକର୍ତା ପୁରୀ ଆସି ଅନୁଧ୍ୟାନ କରି ତଦାରଖ କରିବା ପରେ ମାନ୍ୟତା ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଡେନମାର୍କର federation of environment education ସାରା ବିଶ୍ୱରେ ଥିବା ସର୍ବଶ୍ରେଷ୍ଠ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦେଇ ଥାଏ । ଏହି ମାନ୍ୟତା ପାଇଲେ ବେଳାଭୂମିର ଗୁରୁତ୍ୱ  ବିଶ୍ୱ ସ୍ତରରେ ବୃଦ୍ଧି ପାଇବ। କେନ୍ଦ୍ର ସରକାରଙ୍କ ଜଙ୍ଗଲ  ଓ ପରିବେଶ ମନ୍ତ୍ରଣାଳୟ ଦେଶରେ ୧୩ ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପାଇଁ ଚୟନ କରିଛନ୍ତି। ।
ବ୍ଲୁ ଫ୍ଲାଗ ବିଚ୍ ସରିବା ପରେ  ୩୩ଟି ସର୍ତ୍ତ  ପୁରଣ କଲେ ଡେନମାର୍କର ଫି ସଂସ୍ଥା ପକ୍ଷରୁ ଅନୁଧ୍ୟାନ କରି ବ୍ଲୁ ଫ୍ଲାଗ ମାନ୍ୟତା ବା ସାର୍ଟିଫିକେଟ ଦିଆଯିବ । ତା ପରେ ବିଶ୍ୱରେ ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ ବିଚ୍ ଭାବେ ପରିଗଣିତ ହେବ । ହେଲେ ଏବେଠୁ ବ୍ଲୁ ଫ୍ଲାଗ ବିଚ୍ର ବ୍ୟବସ୍ଥା ଦେଖି ଖୁସି ଅନୁଭବ କରିଛନ୍ତି ପର୍ଯ୍ୟଟକ  ।ତେବେ ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବ୍ଲୁ ଫ୍ଲାଗ ବିଚ୍ର ସୁବିଧା ମିଳିବା ପରେ ଏଠାରେ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟ ଭିଡ ଜମିବ । ସେପଟେ ବ୍ଲୁ ଫ୍ଲାଗ ବିଚ୍ରେ ଯେଭଳି ସୁନ୍ଦର ବାଉଁଶର କାମ କରାଯାଇଛି । ତେଣୁ ସେଗୁଡିକ ପରିବେଶ ଅନୁକୁଳ ହୋଇଛି  । ତେଣୁ ପୁରୀରେ ଖାଲି ଏଭଳି କଲେ ହେବ ନାହିଁ ପୁରୀ ଆଖପାଖରେ ଯେଭଳି ଜଙ୍ଗଲ ଓ ସମୁଦ୍ରର ମିଳନ ସ୍ଥଳ ରହିଛି ସେହି ଯାଗାରେ ଲୋକେ ଅଳିଆ ଆବର୍ଜନା ପକାଉଥିବାରୁ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ଫ୍ରାନ୍ସର ପର୍ଯ୍ୟଟକ  ।