ମାନ୍ୟତା ପାଇବା ପରେ ପୁରୀ ସ୍ୱର୍ଣ୍ଣିମ ବେଳାଭୂମୀରେ ଉଡିଲା ବ୍ଲୁଫ୍ଲାଗ
Advertisement

ମାନ୍ୟତା ପାଇବା ପରେ ପୁରୀ ସ୍ୱର୍ଣ୍ଣିମ ବେଳାଭୂମୀରେ ଉଡିଲା ବ୍ଲୁଫ୍ଲାଗ

ପୁରୀ ବେଳାଭୂମୀର ଗୋଟିଏ ପାର୍ଶ୍ଵରେ ତ୍ରୀରଙ୍ଗା ଉଡୁଥିବା ବେଳେ ଅନ୍ଯ ପାର୍ଶ୍ଵରେ ଉଡିଛି ବ୍ଲୁଫ୍ଲାଗ। ପୁରୀ ସହ କର୍ଣ୍ଣାଟକର ୨ଟି ଗୁଜୁରାଟ, ଆଣ୍ଡାମାନ, ଆନ୍ଧ୍ରପ୍ରଦେଶ, ଡାମନ ଡିଉର ବେଳାଭୂମି ମଧ୍ୟ ଏହି ତାଲିକାରେ ସାମିଲ ରହିଛି।

ମାନ୍ୟତା ପାଇବା ପରେ  ପୁରୀ ସ୍ୱର୍ଣ୍ଣିମ ବେଳାଭୂମୀରେ ଉଡିଲା ବ୍ଲୁଫ୍ଲାଗ

ସଞ୍ଜୟ ମହାପାତ୍ର,ପୁରୀ: ସୋମବାର ପୁରୀ ସ୍ୱର୍ଣ୍ଣିମ ବେଳାଭୂମୀରେ ଉଡିଛି ବ୍ଲୁଫ୍ଲାଗ। ଆନୁଷ୍ଠାନିକ ଭାବେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଭର୍ଚୁଆଲି ଦେଶର ଏପରି ୮ଟି ବେଳାଭୂମୀକୁ ଉଦଘାଟନ କରିଛନ୍ତି। ଏଥିରେ ରହିଛି ପୁରୀ ଗୋଲ୍ଡେନ ବିଚ୍। ଅନ୍ୟପଟେ ରାଜ୍ୟ ପର୍ଯ୍ଯଟନ ମନ୍ତ୍ରୀ ବ୍ଲୁଫ୍ଲାଗ ବିଚରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ୮ ନୁହେଁ ଦେଶରେ ୮୦ ବେଳାଭୂମୀକୁ ବ୍ଲୁଫ୍ଲାଗ ମାନ୍ଯତା ପାଇବାକୁ ଆହ୍ୱାନ ଦେଇଛନ୍ତି।

ପୁରୀ ବେଳାଭୂମୀର ଗୋଟିଏ ପାର୍ଶ୍ଵରେ ତ୍ରୀରଙ୍ଗା ଉଡୁଥିବା ବେଳେ ଅନ୍ଯ ପାର୍ଶ୍ଵରେ ଉଡିଛି ବ୍ଲୁଫ୍ଲାଗ। ପୁରୀ ସହ କର୍ଣ୍ଣାଟକର ୨ଟି ଗୁଜୁରାଟ, ଆଣ୍ଡାମାନ, ଆନ୍ଧ୍ରପ୍ରଦେଶ, ଡାମନ ଡିଉର ବେଳାଭୂମି ମଧ୍ୟ ଏହି ତାଲିକାରେ ସାମିଲ ରହିଛି। ରାଜ୍ୟ ପର୍ଯ୍ଯଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ପୁରୀ ବିଚରେ ବ୍ଲୁଫ୍ଲାଗ ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀ, ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ ବ୍ଲୁଫ୍ଲାଗ ବିଚ ମାନ୍ଯତା ମିଳିବା ପରେ ଏହା ରାଜସ୍ୱ ସଂଗ୍ରହରେ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଆଶା ବ୍ଯକ୍ତ କରିଛନ୍ତି ପର୍ଯ୍ଯଟନ ମନ୍ତ୍ରୀ। ଏହା ପର୍ଯ୍ଯଟନର ବିକାଶ ଦିଗରେ ଓଡିଶା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ। 

Also Read: ପୁରୀ ସୁବର୍ଣ୍ଣ ବେଳାଭୂମିକୁ ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

 

ପୁରୀ (Puri) ଯେହେତୁ ଏକ ଆନ୍ତର୍ଜାତୀୟ ପର୍ଯ୍ଯଟନ କ୍ଷେତ୍ର ତେଣୁ ବ୍ଲୁଫ୍ଲାଗ (Blue Flag Beach) ମାନ୍ଯତା ଗୋଲଡେନ ବିଚକୁ (Golden Beach) ମିଳିବା ପରେ ପର୍ଯ୍ଯଟକଙ୍କୁ ଏହା ବେଶ୍ ଆକର୍ଷିତ କରିଛି। ପୁରୀର ପର୍ଯ୍ଯଟନ କ୍ଷେତ୍ରକୁ ବ୍ଲୁଫ୍ଲାଗ ନୂତନ ଆୟର ଉତ୍ସ ହୋଇପାରିବ ବୋଲି କହିଛନ୍ତି ହୋଟେଲିୟର୍ସ। ସେପଟେ ବ୍ଲୁଫ୍ଲାଗରେ ଇକୋ ଫ୍ରେଣ୍ଡଲି ବ୍ଯବସ୍ଥା ସହ ବାୟୋ ୱଷ୍ଟେଜ ପରିଚାଳନା ଏବଂ ସୌର ଶକ୍ତିର ବ୍ଯବହାର ବେଶ୍ ଆକର୍ଷଣ କରିଛି। ଗୋଲଡେନ ବିଚକୁ ବ୍ଲୁଫ୍ଲାଗ ମାନ୍ଯତା ମିଳିବା ଯେତିକି ଖୁସିର କଥା ଏହାର ସର୍ତ୍ତାବଳୀକୁ ଅନୁପାଳନ କରିବା ନିଶ୍ଚିତ ଭାବେ ପ୍ରଶାସନ ପାଇଁ ହେବ ଏକ ଆହ୍ୱାନ।