ଗ୍ରାମବାସୀଙ୍କ ସଚେତନା ଆଗରେ ନିଷ୍କ୍ରିୟ କୋରୋନା; ଚିହ୍ନଟ ହୋଇନାହାଁନ୍ତି ଜଣେ ସଂକ୍ରମିତ
ଜିଲ୍ଲା ପ୍ରଶାସନର ସମସ୍ତ କଟକଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ନିଜ ଆଡୁ ତାହାକୁ ପାଳନ କରୁଛନ୍ତି।
ବ୍ରହ୍ମପୁର: କୋରୋନା ମହମାରୀ ଦେଶ ସମତେ ସାରା ରାଜ୍ୟରେ ତାଣ୍ଡବ ରଚିଚାଲିଥିବା ବେଳେ ଏହାର ପ୍ରକୋପରୁ ବାଦ ପଡିନାହିଁ ଗଞ୍ଜାମ। ଜିଲ୍ଲା ଗାଁ ଠାରୁ ସହର ସବୁଠାରେ ମହାମାରୀର ମାୟାଜାଲରେ ଛନ୍ଦି ହୋଇ ଲୋକେ ତ୍ରାହି ତ୍ରାହି ଡାକୁ ଥିବା ବେଳେ ଜିଲ୍ଲାରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଜିଲ୍ଲାର ଖଲିକୋଟ ବ୍ଲକ ଅଧିନସ୍ଥ କରଞ୍ଜରା ଗ୍ରାମରେ ପ୍ରଥମ ଲହର ଅଥବା ଦ୍ବିତୀୟ ଲହର ବେଳେ ଗାଁରୁ ଜଣେ ହେଲେ କେହି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି।
ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ (Ganjam Dist Admin) ପକ୍ଷରୁ କୋରୋନା ମହାମାରୀ (Corona Pandemic) ପାଇଁ ପ୍ରଦାନ କରାଯାଉଥିବା ପ୍ରତ୍ଯେକ ପରାମର୍ଶକୁ ଗ୍ରହଣ କରିନେଇଥିବା କରଞ୍ଜରା ଗ୍ରାମ ବାସିନ୍ଦାଙ୍କ ସଚେତନତା ଆଗରେ ଯେମିତି ହାର ମାନିଛି କୋରୋନା। ଯାହା ଏବେ ଅନ୍ୟ ଗ୍ରାମ ଲାଗି ପାଲଟିଛି ଉଦାହରଣ।
Also Read: Corona ଆକ୍ରାନ୍ତଙ୍କୁ ଆଶ୍ୱସ୍ତି; ରାଜ୍ୟରେ ଖୋଲିଲା ପ୍ରଥମ Oxygen Parlour
କରଞ୍ଜରା ଗ୍ରାମବାସୀଙ୍କ ସଚେତନତା ଆଗରେ ଯେମିତି ହାର ମାନିଛି କୋରୋନା ସଂକ୍ରମଣ। ଗାଁ ଜଣେ ମଧ୍ୟ ଲୋକଙ୍କୁ କବଳିତ କରିପାରିନାହିଁ ଏହି ବିଶ୍ୱ ମହାମାରୀର (Corona Pandemic) ମାୟାଜାଲ। ଏବେ ରାଜ୍ୟବାସୀଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ (Khallikote Block) ଅଧିନସ୍ଥ ଏହି ଗାଁ ଉଦାହରଣ ପାଲଟିଛି। ପ୍ରାୟ ୧୨ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଅଧିବାସୀ କୋରୋନା ସଂକ୍ରଣକୁ ନେଇ ରହିଛନ୍ତି ବେଶ ସଚେତନ। ଯାହା ଫଳରେ ଗାଁରେ ପାଦ ଥାପିବାରେ ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ ଏହି ମହାମାରୀ।
Also Read: ବାତ୍ୟା ପୂର୍ବରୁ ବଜାରରେ ଅବୁଝା ଲୋକଙ୍କ ଭିଡ; ବଢିପାରେ Corona Infection
ସହରୀ ଛାପ ଠାରୁ ଢେର ଦୂରରେ ଥିବା ଏହି ଗ୍ରାମର ଅଧିକାଂଶ ପରିବାରର ଲୋକ ହେଉଛନ୍ତି ମତ୍ସ୍ୟଜୀବୀ (Fisherman)। ତଥାପି ମଧ୍ୟ ଏହି ଗ୍ରାମବାସୀ କୋରୋନାକୁ ନେଇ ବେଶ ସଚେତନ। ଗାଁରେ ଯାହାକୁ ଦେଖିବ ସେହି ଲୋକ ମୁହଁରେ ଦେଖିବାକୁ ମିଳିବ ମାସ୍କ। ଘର ବାହାରେ ବସିବା ହେଉ ଅଥବା କାମ ବେଳେ ଅଥବା ଯାତାୟତ କରିବା ସମୟରେ ଗାଁ ଲୋକଙ୍କ ମୁହଁରେ ଦେଖିବାକୁ ମିଳିଥାଏ ମାସ୍କ (Mask)।
ଜିଲ୍ଲା ପ୍ରଶାସନର ସମସ୍ତ କଟକଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ନିଜ ଆଡୁ ତାହାକୁ ପାଳନ କରୁଛନ୍ତି। ଯାହା ଫଳରେ ଏ ପର୍ଯ୍ୟନ୍ତ ଗାଁ କୋରୋନା ମୁକ୍ତ ହୋଇଛି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ। ସହର ଲୋକଙ୍କ ଅପେକ୍ଷା ଗ୍ରାମବାସୀ ଅଧିକ ସଚେତନ ରହିଥିବା ହେତୁ ଜିଲ୍ଲାର ସହରାଞ୍ଚଳ ଡେଞ୍ଜର ଜୋନ (Danger Zone) ମଧ୍ୟରେ ରହିଛି। ଏଭଳି ପରିସ୍ଥିତିରେ କରଞ୍ଜରା ଗାଁ ଲୋକଙ୍କ ସଚେତନତା ଅନ୍ୟ ଗ୍ରାମର ବାସିନ୍ଦାଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟେ।
Also Read: ଭ୍ରାମ୍ଯମାଣ ଗାଡିରେ ସହରବାସୀଙ୍କୁ କୋରୋନା ଟିକାକରଣ ସେବା ଯୋଗାଇବ ବିଏମସି
ଗାଁ ଲୋକେ ଭାରି ସ୍ବାଭିମାନୀ ହେବା ସହ ଆପେ ଆପେ ସଚେତନତା ସହିତ ସତର୍କତା ଅବଲମ୍ବନ କରିବା ଆରମ୍ଭ କଲେଣି। ଏହି ଗ୍ରାମରେ ଅଧିକାଂଶ ପରିବାର ମତ୍ସ୍ୟଜୀବ ହୋଇଥିବା ବେଳେ ପ୍ରତ୍ୟେକ ବ୍ୟକ୍ତି ଘର ବାହାରକୁ ବାହାରିଲେ ମାସ୍କ ପିନ୍ଧି ବାହାରିଥାନ୍ତି। ସେହିପରି ମାଛ ଧରିବା ପାଇଁ ସମୁଦ୍ରକୁ ଗଲା ସମୟରେ ମଧ୍ୟ ମାସ୍କକୁ ଭୁଲନ୍ତି ନାହିଁ। ମାସ୍କ ସେମାନଙ୍କର ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲାଣି।
Also Read: Corona Pandemic: ଆର ପାର ଲଢେଇ ଜାରି ରଖିଛି Ganjam Police-Admin
ବିନା ମାସ୍କରେ ଗାଁର ଜଣେ ହେଲେ ମଧ୍ୟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିବ ନାହିଁ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ବ୍ଯବଧାନ ରକ୍ଷା କରିବାକୁ ଅଧିକ ଗୁରୁତ୍ୱ ଦିଅନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଗାଁରେ ଜଣେ ହୋଲେ କୋରୋନା ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ଆଗାମୀ ଦିନରେ ମଧ୍ୟ ଗାଁରେ କୋରୋନା ମହମାରୀକୁ ପ୍ରବେଶ କରାଇ ଦେବୁ ନାହିଁ ବୋଲି ଶପଥ ନେଇଥିବା ବେଳେ ସେମାନଙ୍କ ଏହି ପ୍ରୟାସକୁ ଗଞ୍ଜାମ ଜିଲ୍ଲାପାଳ (Ganjam Collector) ବିଜୟ ଅମୃତ କୁଲାଙ୍ଗେ (Vijay Amrut Kulange) ପ୍ରଶଂସା କରିଛନ୍ତି। କୋରୋନା କାଳରେ ସଂକ୍ରମଣ ବଢି ଚାଲିଥିବା ବେଳେ କରଞ୍ଜରା ଗ୍ରାମ ବାସିନ୍ଦାଙ୍କ ସଚେତନ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।