ହେଲ୍ପଲାଇନ ନମ୍ବର ମାଧ୍ୟମରେ ଯୋଗାଯୋଗ କରି ଏବେ ଠାରୁ ଟିକା ଗ୍ରହଣ କରି ପାରିବେ ବାର୍ଦ୍ଧକ୍ୟ ଏବଂ ଦିବ୍ଯାଙ୍ଗ ବ୍ଯକ୍ତି।
Trending Photos
ବ୍ରହ୍ମପୁର: ମହାନଗର ନିଗମର ନିଆରା ପ୍ରୟାସ। ଟିକା କେନ୍ଦ୍ରକୁ ଆସିବା ଲାଗି ଅସମର୍ଥ ହେଉଥିବା ବ୍ଯକ୍ତିଙ୍କୁ ଏଣିକି ଘରେ ପ୍ରଦାନ କରାଯିବ ଟିକା। ଏଣିକି ଭ୍ରାମ୍ଯମାଣ ଗାଡି ସହାୟତାରେ ଲୋକଙ୍କ ନିକଟରେ ପହଞ୍ଚିବ କୋରୋନା ଟିକା। ସୋମବାର ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି ଏକ କୋରୋନା ସଚେତନ ରଥ ସହ ଭ୍ରାମ୍ଯମାଣ ଟିକା ଗାଡିର ଶୁଭ ଉଦଘାଟନ କରିଥିଲେ।
ହେଲ୍ପଲାଇନ ନମ୍ବର (Help Line) ମାଧ୍ୟମରେ ଯୋଗାଯୋଗ କରି ଏବେ ଠାରୁ ଟିକା ଗ୍ରହଣ କରି ପାରିବେ ବାର୍ଦ୍ଧକ୍ୟ ଏବଂ ଦିବ୍ଯାଙ୍ଗ ବ୍ଯକ୍ତି। ବ୍ରହ୍ମପୁର ମହାନଗର ନିଗମ-ବିଏମସି (Berhampur Municipal Corporation-BMC) ଅଧିନସ୍ଥ ୪୦ଟି ୱାର୍ଡରେ ଏହି ଭ୍ରାମ୍ଯମାଣ ଟିକା ଗାଡି ସହରବାସୀଙ୍କୁ କୋରୋନା ଟିକାକରଣ ସେବା ଯୋଗାଇବ।
Also Read: Corona Pandemic: ଆର ପାର ଲଢେଇ ଜାରି ରଖିଛି Ganjam Police-Admin
ବାର୍ଦ୍ଧକ୍ୟ ଓ ଦିବ୍ଯାଙ୍ଗ ବ୍ଯକ୍ତିଙ୍କ ଲାଗି ଖୁସି ଖବର। ଏଣିକି ହାତ ପାହାନ୍ତାରେ ମିଳିବ ସୁରକ୍ଷା ସଞ୍ଜିବନୀ। ଗୋଟିଏ ଫୋନ କଲ କରିବା ପରେ ଘରେ ପହଞ୍ଚି ଟିକା ପ୍ରଦାନ କରିବ ସ୍ବତନ୍ତ୍ର ଟିମ। ଟିକା କେନ୍ଦ୍ରରେ ପହଞ୍ଚିବା ଲାଗି ଅସମର୍ଥ ଥିବା ସହରର ବିଭିନ୍ନ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଏମସି କାର୍ଯ୍ଯାଳୟ ପରିସରରେ ମେ ୧୭ ତାରିଖ ସୋମବାର ଠାରୁ ଏକ ଟିକା ଭ୍ରାମ୍ଯମାଣ ଗାଡିର ବ୍ୟବସ୍ଥା କରାଯାଇଛି। ଟିକା ଗ୍ରହଣ କରିବାକୁ ଥିବା ଭିନ୍ନକ୍ଷମ ଅଥବା ବାର୍ଦ୍ଧକ୍ୟ ବ୍ଯକ୍ତିଙ୍କ ପଞ୍ଜିକରଣ ପକ୍ରିୟାକୁ ଅତ୍ୟନ୍ତ ସରଳୀକରଣ କରାଯାଇଛି। ଅନ ଲାଇନ ଅଥବା ଫୋନ କଲ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରାଯିବା ସହ ହାତ ପାହାନ୍ତାରେ ଅସହାୟ ଲୋକଙ୍କୁ ସେବା ଯୋଗାଇବା ଲକ୍ଷରେ ଏଭଳି ପଦକ୍ଷେପ ହାତକୁ ନେଇଛି ବିଏମସି।
Also Read: ଦୂର ହେବ ରୋଗୀଙ୍କ ସମସ୍ୟା; MKCG Medical ଠାରେ ନିର୍ମିତ ହେଉଛି Oxygen Tank
ବ୍ରହ୍ମପୁର ସହରରେ ଟିକା କେନ୍ଦ୍ରକୁ ପହଞ୍ଚିବା ଲାଗି ଅନେକ ଅସମର୍ଥ ବ୍ଯକ୍ତିତ୍ବ ଥିବା ଜଣାପଡିଛି। ଏଥିଲାଗି ଦୈନିକ ୧୦୦ ଜଣଙ୍କୁ ଘରେ ପହଞ୍ଚି ଟିକା ପ୍ରଦାନ କରିବାକୁ ଲକ୍ଷ ରଖିଛି ବ୍ରହ୍ମପୁର ମହାନଗର ନିଗମ। ପଞ୍ଜିକରଣ ନିମନ୍ତେ ପୋର୍ଟାଲ୍ ରେ ସ୍ବତନ୍ତ୍ର ସ୍ଲଟ୍ ରହିଥିବା ବେଳେ ଜଣେ ବ୍ୟକ୍ତି ନିଜ ନାମ ଠିକଣା ଜରିଆରେ ପଞ୍ଜୀକରଣ କରିପାରିବେ। ନଚେତ ସ୍ବତନ୍ତ୍ର ହେଲ୍ପଲାଇନ ନମ୍ବର ୭୩୨୮୦୯୯୩୨୪ (Helpline no 73280 99324) ଜରିଆରେ କଲ କରି ପଞ୍ଜୀକରଣ କରିପାରିବେ।
Also Read: Corona ମୁକାବିଲା; ସ୍ଥିତି ଅନୁଧ୍ୟାନ କରିବାକୁ ଗଞ୍ଜାମରେ ପହଞ୍ଚିଲେ Odisha DGP
ଆବଶ୍ୟକ ସ୍ଥଳେ ଅଧିକ ଗାଡି ନିୟୋଜିତ କରିବାକୁ ଲକ୍ଷ ରଖାଯାଇଛି। କୋରୋନା ସଂକ୍ରମଣ ଚେନ୍କୁ ଭାଙ୍ଗିବା ସହ ସୁରକ୍ଷା କବଚ ପ୍ରଦାନ ଏବଂ ଏହି ବିଶ୍ୱ ମହାମାରୀ ବାବଦରେ ଜନସଚେତନ କରାଇବାକୁ ସରକାରଙ୍କ ମୂଳ ଲକ୍ଷ ରହିଥିବା ବେଳେ ଏକ ଆକର୍ଷଣୀୟ କୋରୋନା ସଚେତନ ରଥ ସହରର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ମହାମାରୀ ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।