କୋରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଲକ ଡାଉନ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି ସଉଦା କିଣିବା ଲାଗି ବଜାରରେ ଏକାଠି ହୋଇଛନ୍ତି ଲୋକ।
Trending Photos
ବ୍ରହ୍ମପୁର: କୋରୋନା ମହମାରୀ ଠାରୁ ବଳି ଗଲା ସମ୍ଭାବ୍ୟ ବାତ୍ୟାର ଭୟ। ଯଦିଓ "ୟାସ" ବାତ୍ୟାର ସେତେଟା ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଅନୁଭୂତ ହେବ ନାହିଁ ତଥାପି ଜିଲ୍ଲାବାସୀଙ୍କ ମନରେ ଖେଳିଯାଇଥିଲା ଆତଙ୍କ। ଆଗୁଆ ସଉଦା ଘରେ ମହଜୁଦ ରଖିବା ଲାଗି ଦକ୍ଷିଣ ଓଡି଼ଶାର ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର ସହରସ୍ଥିତ ବଡ ବଜାର ଠାରେ ସୋମବାର ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା।
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ଲକ ଡାଉନ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି ବଜାରରେ ସଉଦା କିଣିବା ଲାଗି ଲୋକେ ଏକାଠି ହୋଇଥିବାର ପରିଲକ୍ଷିତ ହୋଇଥିବା ବେଳେ ଅଭାବୀ ବିକ୍ରିର ମଧ୍ୟ ସମ୍ଭାବନା ରହୁଛି। ଆତଙ୍କିତ ନହେବା ଲାଗି ଲୋକେ ବଜାର କମିଟି ପକ୍ଷରୁ ନିବେଦନ କରାଯାଇଛି।
Also Read: ବାତ୍ୟାକୁ ନେଇ ଆତଙ୍କିତ ଉପକୂଳବାସୀ; ମୁକାବିଲା ଲାଗି ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାବାସୀଙ୍କ ପୂର୍ବ ପ୍ରସ୍ତୁତି। ଦକ୍ଷିଣ ଓଡିଶାର ବ୍ୟବସାୟୀକ ପେଣ୍ଠସ୍ଥଳୀରେ ଗ୍ରାହକଙ୍କ ଅଘୋଷିତ ଭିଡ। ଖାଦ୍ୟ ସାମଗ୍ରୀ ଘରେ ମହଜୁଦ ରଖିବା ଲାଗି ପରସ୍ପର ମଧ୍ୟରେ ଚାଲିଛି ପ୍ରତିଯୋଗିତା। ବ୍ରହ୍ମପୁର ବଡ ବଜାରରେ ସୋମବାର ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଭିଡ଼। କୋରୋନ କଟକଣାକୁ ଖୋଲା ଉଲଂଘନ ଲୋକେ ବଜାରରେ ଜମାଇଥିଲେ ନାହଁନଥିବା ଭିଡ।
ଯାହାର ଫାଇଦା ଉଠାଇ ଖୁଚୁରା ବଜାରରେ କିଛି ମୁନାଫାଖୋର ବ୍ୟବସାୟୀ ଚଢା ଦରରେ ମଧ୍ୟ ବିକ୍ରି କରିବା ଆରମ୍ଭ କରିଦେଲେଣି। ଅବୁଝା ଲୋକଙ୍କ କାରଣରୁ ବଜାରରେ ଅଭାବି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହୁଥିବା ବେଳେ କୋରୋନା ସଂକ୍ରମଣ ଚେନକୁ ଏହା ଆହୁରି ବଢାଇବାରେ ଏପରି ଭିଡ ବେଶ ସହାୟକ ହେବ ବୋଲି ଅନୁମାନ କରାଯାଉଛି।
Also Read: Cyclone Yass: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରଖିଛି Puri Admin
"ୟାସ" ବାତ୍ୟା ଗଞ୍ଜାମ ଜିଲ୍ଲା ଉପରେ ସେତେ ମାତ୍ରାରେ ପ୍ରଭାବ ପକାଇବନି ବୋଲି ଆଗୁଆ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର। ହେଲେ ଅବୁଝା ଲୋକ କିନ୍ତୁ ଶୁଣିବାକୁ ନାରାଜ। ବଜାରରେ ଆଳୁ ପିଆଜ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସଉଦା ଢେର ପରିମାଣରେ ମହଜୁଦ ରହିଥିବା ବେଳେ ଲୋକେ ଏଭଳି ଭୟଭୀତ ନହେବାଲାଗି ବଣିକ ସଂଘ ନିବେଦନ କରିଛି। ଗ୍ରାହକଙ୍କ ଏଭଳି ନୀତି କାରଣରୁ ବଜାରରେ କିଛି ମୁନାଫାଖୋର କଳା ବଜାରୀ କରିବାକୁ ଅଣ୍ଟା ଭିଡୁଥିବା ବେଳେ କୋରୋନା କାଳରେ ଲୋକ ଭିଡ ଦ୍ୱାରା ସମସ୍ୟା ଆହୁରି ବଢିପାରେ।
Also Read: Yaas Alert: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି
ଏପରିକି ଗୋଟିଏ ସ୍ଥାନରେ ସଉଦାର ହୋଲସେଲ ବଜାର ଏବଂ ପରିବାର ଖୁଚୁରା ବଜାର ରହିବା କାରଣରୁ ଏଭଳି ଭିଡ ଜମୁଥିବା ବେଳେ କିଛିଦିନ ଲାଗି ପରିବା ବଜାର ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ନିକଟରେ ଦାବି ହୋଇଛି। କୋରୋନା ଭଳି ମହାମାରି ସମୟରେ ଲୋକଙ୍କ ଏଭଳି ନୀତି ଆଗକୁ ବିପଦକୁ ଆହୁରି ବଢାଇବାର ସମ୍ଭାବନା ରହୁଥିବା ବେଳେ ପ୍ରଶାସନ ଏହା ଉପରେ ଦୃଷ୍ଟିଦେବା ଜରୁରି ହୋଇପଡିଛି।