ମାଲିକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା କୁକୁର
Advertisement
Article Detail0/zeeodisha/odisha613209

ମାଲିକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା କୁକୁର

  ବିଶ୍ୱସନୀୟତାର ପରିଚୟ ଦେଖାଇଲା କୁକୁର । ଏକ ଦୋକାନ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ସାପକୁ କଲା କୁକୁର  ବିରୋଧ । ଯାହା ଫଳରେ ନାଗ ସାପ ସହ କୁକୁର ମଧ୍ୟରେ ଚାଲିଥିଲା ଘମାଘୋଟ ଲଢ଼େଇ ।

ମାଲିକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା କୁକୁର

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର:  ବିଶ୍ୱସନୀୟତାର ପରିଚୟ ଦେଖାଇଲା କୁକୁର । ଏକ ଦୋକାନ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ସାପକୁ କଲା କୁକୁର  ବିରୋଧ । ଯାହା ଫଳରେ ନାଗ ସାପ ସହ କୁକୁର ମଧ୍ୟରେ ଚାଲିଥିଲା ଘମାଘୋଟ ଲଢ଼େଇ ।

ଗଞ୍ଜାମ ଜିଲ୍ଲା ରଣ୍ଢା ଛକ ନିକଟରେ ସାପ ଓ କୁକୁର ମଧ୍ୟରେ ଲଢେଇ ହୋଇଥିବା ଦେଖିବାକୁ ମିଳିଥିଲା । ଏକ ନାଗ ସାପଟି ଜଣେ ବ୍ୟବସାୟୀଙ୍କ ଦୋକାନ ଭିତରକୁ ପସିବାକୁ ଉଦ୍ୟମ କରୁଥିବା ବେଳେ ସେଠିକାର କୁକୁରଟି ପ୍ରତିରୋଧ କରିଥିଲା ଯାହା ଫଳରେ ଉଭୟ ଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଲଢେଇ ହୋଇଥିଲା । ସାପ ଓ କୁକୁର ମଧ୍ୟରେ ଲଢେଇ ସମସ୍ତଙ୍କୁ ଚକ୍କିତ କରିଥିବା ବେଳେ ଉଭୟଙ୍କ ଲଢେଇରେ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ଉଭୟ ସାପ ଓ  କୁକୁରର ଶବକୁ ପରେ ଦାହ କରିଛନ୍ତି ।

ସୁଚନା ମୁତାବକ ଗତକାଲି ଅପରାହ୍ନରେ ଏକ ମୋବାଇଲ ଦୋକାନ ଭିତରକୁ ନାଗ ସାପଟି ପସିବାକୁ ଉଦ୍ୟମ କରୁଥିବା ବେଳେ ହଟାତ ସାପ  ଉପରେ କୁକୁରର ନଜର ପଡିଥିଲା । ଦୋକାନ ମାଲିକ ଠାରୁ  ଆହାର ପାଇଥିବା କୁକୁରଟି ବା କେମିତି ଭୁଲି ଯାଇଥାନ୍ତା ମାଲିକର ସହାୟତାକୁ । ହଟାତ୍ ଉଠିଯାଇ ସାପକୁ  ଦୋକାନ ଭିତରକୁ ପସିବାକୁ ଆରମ୍ଭ କରିଥିଲା ବିରୋଧ । ଯାହା  ଫଳରେ ସାପ  କୁକୁର ମଧ୍ୟରେ ଲଢେଇ ହୋଇଥିବା ବେଳେ ସାପଟି  କୁକୁରକୁ ଚୋଟ ପରେ ଚୋଟ ମାରି ଚାଲିଥିଲା । ରକ୍ତାକ୍ତ ଅବସ୍ଥାରେ ମଧ୍ୟ ସାପଟି  ନିଜ ଲକ୍ଷରୁ ନ ଓହରି ଯାଇ ସାପକୁ  ସାମନା କରିଥିଲା । ଆଉ ଶେଷରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । 

କୁକୁରଟିର ବିଶ୍ୱସନୀୟତାକୁ  ସ୍ଥାନୀୟ ଲୋକେ ପ୍ରଶଂସା  କରିବା ସହ କୁକୁରଟିର ମୃତ ଦେହ ଉଦ୍ଧାର କରି ପୋତି ଦେଇଥିବା ବେଳେ ନାଗ ସାପର  ମଧ୍ୟ ଶବ ଦାହ କରିଛନ୍ତି ।