ଆବର୍ଜନା ଓ ସ୍କ୍ରାପ ସାମଗ୍ରୀରୁ ଆଇଟିଆଇ ଛାତ୍ରଛାତ୍ରୀ ପ୍ରସ୍ତୁତ କଲେ ଜିରାଫ
Advertisement
Article Detail0/zeeodisha/odisha607912

ଆବର୍ଜନା ଓ ସ୍କ୍ରାପ ସାମଗ୍ରୀରୁ ଆଇଟିଆଇ ଛାତ୍ରଛାତ୍ରୀ ପ୍ରସ୍ତୁତ କଲେ ଜିରାଫ

ପାଠ ପଢା ସାଙ୍ଗକୁ  ନିଜର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଗତ ୨ ମାସ ଧରି ଫିଟର, ୱେଲଡର, ଟୋର୍ନର ଓ ପେଇଣ୍ଟର ବିଭାଗର ଶିକ୍ଷକଙ୍କ ସହାୟତାରେ ଅକ୍ଲାନ୍ତ ପରିଶ୍ରମ କରି ବିଶାଳକାୟ ଜିରାଫଟି ଛାତ୍ର ଛାତ୍ରୀ ନିର୍ମାଣ କରିବାରେ ସଫଳ ହୋଇଥିବା ବେଳେ ଅଦରକାରି ଲୁହାକୁ ଏଥିରେ ଅତି ସୁନ୍ଦର ଭାବରେ ଖଞ୍ଜାଜାଇଛି ।  

ଆବର୍ଜନା ଓ ସ୍କ୍ରାପ ସାମଗ୍ରୀରୁ ଆଇଟିଆଇ ଛାତ୍ରଛାତ୍ରୀ ପ୍ରସ୍ତୁତ କଲେ ଜିରାଫ

ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଶିଳ୍ପତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀଙ୍କ ଆଉ ଏକ ବଡ ସଫଳତା । ୱାକସପରୁ ବାହାରୁଥିବା ଅଦରକାରି ସ୍କ୍ରାପକୁ ବ୍ୟବହାର କରି ଏକ ସୁନ୍ଦର ମ୍ୟୁଜିଆମ ପ୍ରସ୍ତୁତ କରିଥିବା ବେଳେ ନିକଟରେ ୩୩ ଫୁଟ ଉଚ୍ଚତାର ଏକ ବିରଳ ଜିରାଫ ପ୍ରସ୍ତୁତ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବାର ସଫଳତା ହାସଲ କରିଛନ୍ତି । ପିଲାଙ୍କ ସଫଳତାକୁ ନେଇ ବିଭିନ୍ନ ମହଲରୁ  ଛୁଟିବାରେ ଲାଗିଛି  ଶୁଭେଚ୍ଛା ସୁଅ । ସେପଟେ ୨୦ ଫୁଟ ଉଚ୍ଚତାର ଏକ ବଂଶୀ କଣ୍ଟାର ମଧ୍ୟ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଏଥର ଗିନିଜୱାଲ୍ଡ ରେକର୍ଡ  କରିବାର ଲକ୍ଷ ରଖି ଥିବା କହିଛନ୍ତି ଛାତ୍ର ଛାତ୍ରୀ । ଅନ୍ୟପଟେ ପିଲାଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ସମସ୍ତ ସହାୟତା ଯ଼ୋଗାଇ ଦେଉଛନ୍ତି ଆଇଟିଆଇ କର୍ତ୍ତୃପକ୍ଷ । 
ବ୍ରହ୍ମପୁର ସରକାରୀ  ଶିଳ୍ପ ତାଲିମ କେନ୍ଦ୍ରର ୱାକସପରେ ନିର୍ମାଣ ହୋଇଛି ୩୩ ଫୁଟ ଉଚ୍ଚତାର ବିଶାଳକାୟ ଜିରାଫ । ୨୦୦୦ହଜାର କୁଇଣ୍ଟାଲ୍ ଅଦରକାରୀ ଲୁହା ରେ ନିର୍ମିତ ଏହି ଜିରାଫକୁ ପ୍ରସ୍ତୁତ କରିବା ଲାଗି ୩୫ ଜଣ ଛାତ୍ରଛାତ୍ରୀଙ୍କ ରହିଛି ଅବଦାନ ।  ଦୀର୍ଘ ଦିନ ଧରି ଅକ୍ଳାନ୍ତ ପରିଶ୍ରମର ଫଳ ସ୍ୱରୂପ ଏହି ଜିରାଫଟି ଏବେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ୱାକସପରୁ ବାହାରୁଥିବା ଅଦରକାରି ସ୍କ୍ରାପରେ ଏହି ଜିରାଫ ନିର୍ମାଣ ହୋଇଥିବା  ବିଶ୍ୱର ସର୍ବ ବୃହତ ଜିରାଫ ବୋଲି ଦାବି କରିଛନ୍ତି ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀ । ପାଠ ପଢା ସାଙ୍ଗକୁ  ନିଜର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଗତ ୨ ମାସ ଧରି ଫିଟର, ୱେଲଡର, ଟୋର୍ନର ଓ ପେଇଣ୍ଟର ବିଭାଗର ଶିକ୍ଷକଙ୍କ ସହାୟତାରେ ଅକ୍ଲାନ୍ତ ପରିଶ୍ରମ କରି ବିଶାଳକାୟ ଜିରାଫଟି ଛାତ୍ର ଛାତ୍ରୀ ନିର୍ମାଣ କରିବାରେ ସଫଳ ହୋଇଥିବା ବେଳେ ଅଦରକାରି ଲୁହାକୁ ଏଥିରେ ଅତି ସୁନ୍ଦର ଭାବରେ ଖଞ୍ଜାଜାଇଛି ।  
ଏହି ଜିରାଫଟି  ବ୍ରହ୍ମପୁରବାସୀଙ୍କ ପାଇ ଉତ୍ସଗିକୃତ କରିବା ନିମନ୍ତେ କର୍ତ୍ତୃପକ୍ଷ ଲକ୍ଷ ରଖିଥିବା ବେଳେ ଆଗାମି ଦିନରେ ନୂତନ କଳାକୃତି ପ୍ରସ୍ତୁତ କରି ଗିନିଜ ୱାର୍ଡ ରେକର୍ଡ ହାସଲ କରିବାର ଲକ୍ଷ ରଖିଛନ୍ତି । ଯାହା  ବୈଷୟିକ  ଶିକ୍ଷା କ୍ଷେତ୍ରରେ ପିଲାଙ୍କୁ ବେସ ଆଗ୍ରହ ସୃଷ୍ଟି କରିବ ବୋଲି ସମସ୍ତେ ଆଶା  ବାନ୍ଧିଛନ୍ତି ।

ଖାଲି ସେତିକି ନୁହେଁ ମୋଟର ସାଇକଲ, ଘଡି, ଟ୍ରେନ ଭଳି ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ  ଆଇ.ଟି ଆଇ ମ୍ୟୁଜିଆମରେ ସ୍ଥାନ ଦେଇଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବଂଶୀ କଣ୍ଟା  ନିର୍ମାଣ ହୋଇସାରିଥିବା ବେଳେ ଏବେ ରଙ୍ଗ କାମ ଚାଲିଛି । ତେବେ ଏହି ବଂଶୀ  କଣ୍ଟା ବିଶ୍ୱ ରେକର୍ଡ ରଚିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଅଦରକାରୀ ସାମଗ୍ରୀରେ ଏଭଳି ସାମଗ୍ରୀ ପ୍ରସ୍ତୁତ କରିବା ପ୍ରଶିକ୍ଷଣ ନେଉଥିବା ଛାତ୍ର ଛାତ୍ରୀଙ୍କ ସ୍କିଲ ଡେଭଲପ ହେବ ବୋଲି ଶିକ୍ଷକ କହିଛନ୍ତି  ।