ସୁରତରେ ଓଡିଶା ମହୋତ୍ସବ; ଯୋଗ ଦେଲେ ବିଧାୟକ, ସାଂସଦ ଓ ମନ୍ତ୍ରୀ
Advertisement

ସୁରତରେ ଓଡିଶା ମହୋତ୍ସବ; ଯୋଗ ଦେଲେ ବିଧାୟକ, ସାଂସଦ ଓ ମନ୍ତ୍ରୀ

ସୁରତର ଅମରୋଲ୍ ରଜବାଡି ପାର୍ଟି ପ୍ଳଟ୍ ରେ ଅନୁଷ୍ଠିତ ଏହି ମହୋତ୍ସବକୁ ଓଡିଶାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି । 

 ସୁରତରେ ଓଡିଶା ମହୋତ୍ସବ; ଯୋଗ ଦେଲେ ବିଧାୟକ, ସାଂସଦ ଓ ମନ୍ତ୍ରୀ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗୁଜରାଟ ରାଜ୍ୟ ସୁରତରେ ଅନୁଷ୍ଠିତ ହୋଇଯାଇଛି ଦ୍ବିତୀୟ ଓଡିଶା ମହୋତ୍ସବ । ସୁରତର ଅମରୋଲ୍ ରଜବାଡି ପାର୍ଟି ପ୍ଳଟ୍ ରେ ଅନୁଷ୍ଠିତ ଏହି ମହୋତ୍ସବକୁ ଓଡିଶାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି । 

ପ୍ରବାସୀ ଓଡିଆ ସଂଗଠନ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଆସିକା ଏମ୍‌ପି ପ୍ରମିଳା ବିଶୋୟୀ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ, କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତିି, ସମ୍ମାନିତ ଅତିଥି ଭାବେ କମିଶନର ବାଞ୍ଛାନିଧି ପାଣି, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଯାଜପୁର ବିଧାୟକ, ଛତ୍ରପୁର ବିଧାୟକ, ସୋରଡା ବିଧାୟକ, ଚିକିଟି ବିଧାୟିକା, ପୋଲସରା ବିଧାୟକ, ବ୍ରହ୍ମପୁର ବିଧାୟକ, ଆସିକା, ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାୟିକା, ଓଡିଶା ମହୋତ୍ସବ କମିଟି ସଭାପତି ବିଜୟ କୁମାର କହଁର, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ସୁରଥ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ ପ୍ରମୁଖ ଯୋଗ ଦେଇଥିଲେ । 

ସୁରତରେ ରହୁଥିବା ଓଡିଆଙ୍କ ସୁଖଦୁଃଖରେ ସାମିଲ୍ ହୋଇ ସମାସ୍ଯାର ସମାଧାନ କରିବା ଏବଂ ଓଡିଆ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବା ଲକ୍ଷ୍ୟରେ ଏଭଳି ମହୋତ୍ସବ ଅୟୋଜିତ କରାଯାଉଅଛି  । ଆଜିର ଏହି ମହୋତ୍ସବରେ ୧୫ ରୁ ୨୦ ହଜାର ଲୋକଙ୍କ ସମାଗମ ହେଇଥିଲା । ଗତ ବର୍ଷଠାରୁ ସୁରତରେ ଓଡିଶା ମହୋତ୍ସବ ଆୟୋଜନ ହୋଇଆସୁଛି ।