କୋରୋନା ନିୟମର ଖୋଲାଖୋଲି ଉଲ୍ଲଂଘନ, ପ୍ରଶ୍ନଘେରରେ ପ୍ରଶାସନ
Advertisement
Article Detail0/zeeodisha/odisha705925

କୋରୋନା ନିୟମର ଖୋଲାଖୋଲି ଉଲ୍ଲଂଘନ, ପ୍ରଶ୍ନଘେରରେ ପ୍ରଶାସନ

ଗଞ୍ଜାମ ଜିଲ୍ଲାରେ ନିୟନ୍ତ୍ରଣ ବାହାରେ କୋରୋନା। ଦୈନିକ ଶହଶହ ସଂଖ୍ୟାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି। କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ମାତ୍ର ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି ଜିଲ୍ଲାର କିଛି ପ୍ରତିପତ୍ତିଶାଳୀ। ଗତକାଲି ଗୋପାଳପୁରରେ ଅନୁଷ୍ଠିତ ଏକ ବିବାହ ସମୟରେ ଘଟିଥିବା ଘଟଣାକୁ

କୋରୋନା ନିୟମର ଖୋଲାଖୋଲି ଉଲ୍ଲଂଘନ, ପ୍ରଶ୍ନଘେରରେ ପ୍ରଶାସନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନିୟନ୍ତ୍ରଣ ବାହାରେ କୋରୋନା। ଦୈନିକ ଶହଶହ ସଂଖ୍ୟାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି। କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ମାତ୍ର ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି ଜିଲ୍ଲାର କିଛି ପ୍ରତିପତ୍ତିଶାଳୀ। ଗତକାଲି ଗୋପାଳପୁରରେ ଅନୁଷ୍ଠିତ ଏକ ବିବାହ ସମୟରେ ଘଟିଥିବା ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ। ଜଣେ ହୋଟେଲ ମାଲିକଙ୍କ ପୁଅର ବାହାଘର ସମୟରେ ଖୋଲାଖୋଲିଭାବେ ନିୟମକୁ ଉଡ଼ାଇ ଦେଇଥିଲେ। 

ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁରର ଏକ ବଡ଼ ହୋଟେଲ ମାଲିକର ପୁଅଙ୍କ ବାହାଘରରେ ସବୁ କୋଭିଡ଼ ନିୟମକୁ ଜଳାଞ୍ଜଳି ଦିଆଯାଇଥିବା ଭିଡ଼ିଓ ଭାଇରଲ ହୋଇଛି । ଗତକାଲି ଏହି ବିବାହ କାର୍ଯ୍ୟ ହୋଇଥିବା ଜଣାପଡିଛି। ବିନା ମାସ୍କରେ ସାମାଜିକ ଦୂରତ୍ୱ ନ ରଖି ଡିଜେ ଗୀତରେ ନାଚିବାର ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ଏହି ବିବାହ ଅନୁଷ୍ଠିତ ହୋଇଥିଲା ଗୋପାଳପୁରସ୍ଥିତ ଏକ ପଞ୍ଚତାରକା ହୋଟେଲରେ। 

ସାଧାରଣତଃ ଲୋକଙ୍କୁ ବିବାହ ପାଇଁ ଅନୁମତି ମିଳୁନଥିବା ବେଳେ ଏଠି ଏହି ହୋଟେଲ ଭିତରେ କରାଯାଉଥିବା ବିବାହରେ ହୋଇଥିଲା ସବୁ ନିୟମ ଭଙ୍ଗ। ଏକ କାରରେ ବର ବସି ଉପର ପଟୁ ଡ୍ୟାନ୍ସ କରୁଥିବା ଦୃଶ୍ୟ ଉକ୍ତ ଭିଡ଼ିଓରେ ଭାଇରାଲ ହେବାରେ ଲାଗିଛି।  ସେପଟେ ଡିଜେ ଶବ୍ଦରେ ଅଞ୍ଚଳ କମ୍ପିଥିଲା। ହେଲେ ଥାନା ଠାରୁ କେଇ ମିଟର ଦୁରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଥାନା ବାବୁଙ୍କ ନିକଟରେ ଖବର ନଥିବା କହିଛନ୍ତି । 

ବର ପାଖରେ ବହୁ ଲୋକ ରହିଥିବା ବେଳେ କାହା ମୁହଁରେ ମାସ୍କ ନଥିବା ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଥିଲା। ଏପରିକି ସାମାଜିକ ଦୂରତ୍ୱ ନିୟମର ଖୋଲାଖୋଲି ଫୁ' କରିଦେଇଥିଲେ । କୋରୋନା ସମୟରେ ଯେ କୌଣସି ବିବାହ କିମ୍ବା ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ବେଳେ ସବୁ କୋଭିଡ଼ ନିୟମକୁ ମାନିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଡା ନିୟମ ଥିବା ବେଳେ ଡିଜେ ଲଗାଇ ଡ୍ୟାନ୍ସ କରିବା, ଏତେ ମାତ୍ରାରେ  ଲୋକଙ୍କୁ ଡାକି ସାମାଜିକ ଦୂରତା ଭାଙ୍ଗିବା, ବିନା ମାସ୍କରେ ଡ୍ୟାନ୍ସ କରିବା ପାଇଁ କିଏ ଅନୁମତି ଦେଲା ଏବେ ପ୍ରଶ୍ନ ଉଠିଛି। 

ସୋସିଆଲ ମିଡ଼ିଆରେ ଏହା ଭାଇରଲ ହେବା ପରେ ଲୋକେ ଜିଲା ପ୍ରଶାସନର କଡାନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି। ଧନୀ ଓ ବଡ଼ ହୋଟେଲ ମାଲିକ ହୋଇଥିବାରୁ ଏହିଭଳି ନିୟମ ଦିଆଯାଇଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ଅନ୍ୟପକ୍ଷରେ ଏହି ଭୋଜି କାର୍ଯ୍ୟକ୍ରମରେ ବ୍ରହ୍ମପୁର ନିକଟସ୍ଥ ବହୁ ଗ୍ରାମାଂଚଳରୁ ଲୋକେ ଆସିଯୋଗ ଦେଇଛନ୍ତି। 

ଯାହା କି ଜିଲାପାଳଙ୍କ ଦ୍ଵାରା କରାଯାଇଥିବା ନିୟମ 1 କିଲୋମିଟରରୁ ଉର୍ଧ୍ୱ ସ୍ଥାନକୁ କିମ୍ବା ଗ୍ରାମାଞ୍ଚଳର ଲୋକେ ସହରକୁ ଅତି ଆବଶ୍ୟକ ନ ଥିଲେ ନ ଆସିବାକୁ ଦିଆଯାଇଥିବା ପରାମର୍ଶର ଉଲଙ୍ଘନ। ଏଣୁ ଏହି ଭିଡ଼ିଓ ଭାଇରଲ ହେବା ପରେ ପୋଲିସ ଓ ଜିଲା ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।