ସୁମିତ-ତପସ୍ବିନୀ ବିବାଦରେ ତୃତୀୟ ବ୍ୟକ୍ତିଙ୍କ ଏଣ୍ଟ୍ରୀ, ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha1051409

ସୁମିତ-ତପସ୍ବିନୀ ବିବାଦରେ ତୃତୀୟ ବ୍ୟକ୍ତିଙ୍କ ଏଣ୍ଟ୍ରୀ, ଭିଡିଓ ଭାଇରାଲ

ସୁମିତ-ତପସ୍ବିନୀ ବିବାଦରେ ମଧ୍ୟରେ ଏକ ନୂଆ ଭିଡିଓ ଜାରି ହୋଇଛି। ତେବେ ଜୀ ମିଡିଆ ଏ ଭିଡିଓକୁ ପୁଷ୍ଟି କରୁନାହିଁ। କିନ୍ତୁ ଯେହେତୁ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ସୁମିତ ଏକ ଭିଡିଓ ଜାରି କରିଛନ୍ତି। ସେଥିପାଇଁ ଆମେ ଏଥିରେ ହୋଇଥିବା କଥାବାର୍ତ୍ତାର ଗୋଟି ଗୋଟି ଶବ୍ଦ ଆପଣଙ୍କ ସାମ୍ନାକୁ ଆଣୁଛୁ।

ଡିଜାଇନ୍ ଫଟୋ

ବ୍ରହ୍ମପୁର: ପଦାକୁ ଆସିଲା ଡାକ୍ତର ସୁମିତ ଓ ତପସ୍ବିନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଏକ ଭାଇରାଲ ଭିଡିଓ। ଯାହା ଜୀ ମିଡିଆ ହାତରେ ଲାଗିଛି EXCLUSIVELY। ତେବେ ଏହି ଭିଡିଓରେ ଦୁଇଜଣଙ୍କ କଥାବାର୍ତ୍ତା ଶୁଣିଲେ ଘଟଣାର ମଙ୍ଗ ପୂରା ଓଲଟି ଯାଉଥିବା ଜଣାପଡୁଛି। କୁହାଯାଇପାରିବ, ଏହି ତମାମ ଘଟଣାରେ ଏ ଭିଡିଓ ଆଣିଛି ଏକ ନୂଆ ଟ୍ୱିଷ୍ଟ। 

ସୁମିତ-ତପସ୍ବିନୀ ବିବାଦରେ ମଧ୍ୟରେ ଏକ ନୂଆ ଭିଡିଓ ଜାରି ହୋଇଛି। ତେବେ ଜୀ ମିଡିଆ ଏ ଭିଡିଓକୁ ପୁଷ୍ଟି କରୁନାହିଁ। କିନ୍ତୁ ଯେହେତୁ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ସୁମିତ ଏକ ଭିଡିଓ ଜାରି କରିଛନ୍ତି। ସେଥିପାଇଁ ଆମେ ଏଥିରେ ହୋଇଥିବା କଥାବାର୍ତ୍ତାର ଗୋଟି ଗୋଟି ଶବ୍ଦ ଆପଣଙ୍କ ସାମ୍ନାକୁ ଆଣୁଛୁ। ଏଥିରେ ଆମେ କାହାରି ପକ୍ଷ ନେଉନାହୁ। ଆମେ ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ଯାହା ଦେଖିଲୁ, ଏବଂ ଯାହା ଶୁଣିଲୁ, କେବଳ ସେହି କଥାକୁ ହିଁ ଆପଣଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛୁ। 

Also Read: ନ୍ୟାୟ ପାଇଁ ନାରୀର ସଙ୍ଘର୍ଷ; ସୁମିତ ଦୁଆରେ ତପସ୍ୱିନୀଙ୍କ ହାଣ୍ଡିଶାଳ, ଆସିଲା ନୂଆ ଚୂଲି-ବାସନ

ସୁମିତ ଓ ତପସ୍ବିନୀଙ୍କ ମଧ୍ୟରେ କଥା କଟାକଟିର ଏହି ଭିଡିଓ ଭାଇରାଲ ହୋଇଛି। ତପସ୍ବିନୀ କାହା ସହ ମୋବାଇଲରେ ଚାଟ୍ କରୁଥିବା ନେଇ ସୁମିତ ସନ୍ଦେହ କରିବା ସମୟରେ ବିବାହ ବିଚ୍ଛେଦ ଲାଗି କିଭଳି ତପସ୍ବିନୀ ନିଜ ସ୍ବାମୀ ସୁମିତଙ୍କୁ ୮ ଲକ୍ଷ ଟଙ୍କା ଦାବି କରୁଛନ୍ତି ତାହା ଭିଡିଓରୁ ସ୍ପଷ୍ଟ  ଜଣାପଡୁଛି। ଏପରିକି ଟଙ୍କା ନଦେଲେ ପୂରା ପରିବାର ଲୋକଙ୍କୁ ବର୍ବାଦ କରିଦେବା ଲାଗି ଧମକ ମଧ୍ୟ ତପସ୍ବିନୀ ଦେଉଛନ୍ତି। ତେବେ ଏହି ଭିଡିଓକୁ ଦେଖିଲେ ତପସ୍ୱିନୀଙ୍କ ବ୍ୟକ୍ତିତ୍ୱର ଆଉ ଏକ ଦିଗ ସ୍ୱତଃପ୍ରବୃତ୍ତ ଭାବରେ ଦୃଷ୍ଟି ଆକର୍ଷଣ କରୁଛି। 

 

ସେପଟେ ତପସ୍ବିନୀ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଭିଡିଓଟି ପ୍ରାୟ ବର୍ଷେ ପୁରୁଣା ବୋଲି ଦାବି କରିଛନ୍ତି। ଏହା ସହ ଯୌତୁକ ବାବଦକୁ ତାଙ୍କ ବାପା ଗାଈ ବିକି ସୁମିତଙ୍କ ପରିବାରକୁ ଦେଇଥିବା ଆଠ ଲକ୍ଷ ଟଙ୍କା ମାଗୁଥିବା ନିଜେ ତପସ୍ବିନୀ କହିଛନ୍ତି। ସେ ଏବେ କହିଛନ୍ତି ଯେ, ୮ କୋଟି କି ୮୦ କୋଟି ଟଙ୍କା ଦେଲେ ମଧ୍ୟ ସୁମିତଙ୍କୁ ଛାଡିବେ ନାହିଁ। ତେବେ କିଏ ସତ କହୁଛି, ଆଉ କିଏ ମିଛ, ତାହା କୋର୍ଟରେ ହିଁ ଜଣାପଡ଼ିବ। ତେବେ କୋର୍ଟରେ ସୋମବାର ସୁମିତ ଓ ତପସ୍ବିନୀଙ୍କ ବିବାଦ ମାମଲା ଶୁଣାଣି ରହିଛି।