ମାରାତ୍ମକ ତ୍ରିକୋଣୀୟ ପ୍ରେମ; ପ୍ରେମିକା ଓ ସାଙ୍ଗ ନାଁରେ ସୁଇସାଇଡ୍ ନୋଟ୍ ଲେଖିଲେ ଦିଗବିଜୟ
Advertisement
Article Detail0/zeeodisha/odisha1155309

ମାରାତ୍ମକ ତ୍ରିକୋଣୀୟ ପ୍ରେମ; ପ୍ରେମିକା ଓ ସାଙ୍ଗ ନାଁରେ ସୁଇସାଇଡ୍ ନୋଟ୍ ଲେଖିଲେ ଦିଗବିଜୟ

ଭଦ୍ରକ ଗ୍ରାମାଞ୍ଚଳ ଥାନା ତେନ୍ତୁଳିଗଢିଆ ଗାଁର ୨୨ ବର୍ଷୀୟ ଯୁବକ ଦିଗବିଜୟ ସ୍ୱାଇଁ ଆତ୍ମହତ୍ୟା କରିଛନ୍ତି। ଡିପ୍ଲୋମା ପାଠ ସାରିବା ପରେ ସେ ଘରେ ରହୁଥିଲେ। କିଛି ଦିନ ହେବ ନିଜ ପ୍ରେମ ସମ୍ପର୍କ ପାଇଁ ବିଷାଦରେ ରହୁଥିଲେ। 

ମାରାତ୍ମକ ତ୍ରିକୋଣୀୟ ପ୍ରେମ; ପ୍ରେମିକା ଓ ସାଙ୍ଗ ନାଁରେ ସୁଇସାଇଡ୍ ନୋଟ୍ ଲେଖିଲେ ଦିଗବିଜୟ

ଭଦ୍ରକ: ସାଙ୍ଗକୁ ବଡ ଭାଇ ଭାବିଥିଲେ, ସବୁଥିରେ ଅଗ୍ରାଧିକାର ବି ଦେଇଥିଲେ। ନିଜର ସୁଖ ଆଉ ଦୁଃଖର ସାଥି ଭାବିଥିଲେ, କିନ୍ତୁ ସେହି ସାଙ୍ଗ ହିଁ ଦୁଃଖ ଦେଲା। ଶେଷରେ ନିଜ ପ୍ରେମିକା ସେହି ସାଙ୍ଗର ହୋଇଗଲା। ପରେ ସବୁ ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ଶନିବାର ଭଦ୍ରକ ଗ୍ରାମାଞ୍ଚଳ ଥାନା ତେନ୍ତୁଳିଗଢିଆ ଗାଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ସୁଇସାଇଡ଼ ନୋଟରେ ସବୁକଥା ଲେଖି ପ୍ରେମିକା ଓ ସାଙ୍ଗ ଦୁଇ ଜଣଙ୍କୁ ଛାଡିବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଭଦ୍ରକ ଗ୍ରାମାଞ୍ଚଳ ଥାନା ତେନ୍ତୁଳିଗଢିଆ ଗାଁର ୨୨ ବର୍ଷୀୟ ଯୁବକ ଦିଗବିଜୟ ସ୍ୱାଇଁ ଆତ୍ମହତ୍ୟା କରିଛନ୍ତି। ଡିପ୍ଲୋମା ପାଠ ସାରିବା ପରେ ସେ ଘରେ ରହୁଥିଲେ। କିଛି ଦିନ ହେବ ନିଜ ପ୍ରେମ ସମ୍ପର୍କ ପାଇଁ ବିଷାଦରେ ରହୁଥିଲେ। ଶନିବାର ବିଳମ୍ବିତ ରାତିରେ ଦିଗବିଜୟଙ୍କ ସାଙ୍ଗ ଜଗନ ତାଙ୍କ ବଡବାପାଙ୍କୁ ଫୋନ ଯୋଗେ ଏକ ସୁସାଇଡ଼ ନୋଟ କଥା କହିଥିଲେ। ପରେ ପରିବାର ଲୋକେ ଜଗନଙ୍କ ମୋବାଇଲରେ ଏମିତି ଏକ ନୋଟ ଦେଖିଥିଲେ ଯାହାକି ଅନ୍ୟ ଗୋଟିଏ ନମ୍ବରରୁ ଆସିଥିଲା। ପରେ ଦିଗବିଜୟଙ୍କ ରୁମକୁ ଯାଇ ଦେଖିବା ବେଳକୁ ତାଙ୍କର ମୃତଦେହ ଝୁଲୁଥିଲା। 

Also Read: ଭୁବନେଶ୍ବରରେ ବୁଲୁଛନ୍ତି ବାଂଲାଦେଶୀ ଲୁଟେରା; ଏଟିଏମ ଲୁଟ ଘଟଣାରେ ରହିଛି ହାତ

ଏକ ଶାଢୀରେ ବେକରେ ଫାସ ଲଗାଇ ଦିଗବିଜୟ ସ୍ୱାଇଁ ଆତ୍ମହତ୍ୟା କରିଛନ୍ତି। ତେବେ ପୁଅର ମୋବାଇଲ ଭାଙ୍ଗିବା ସହ ଜଗନ ସେହି ସୁଇସାଇଡ ନୋଟ ଗାଏବ କରିଥିବା ଦିଗବିଜୟଙ୍କ ପରିବାର ଲୋକ କହିଛନ୍ତି। ଏନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ଜଗନଙ୍କ ନିକଟରେ ଥିବା ଚିଠିରେ ଏହି ଆତ୍ମହତ୍ୟା ପ୍ରେମ ଓ ପ୍ରତାରଣା ପାଇଁ ହୋଇଥିବା ଜଣା ପଡୁଛି।

ସୁଇସାଇଡ୍ ନୋଟରେ କଣ ଲେଖା ହୋଇଛି?

fallback

ବାପା ମା ମୋତେ କ୍ଷମା କରିଦେବେ। ମୁଁ ଯାହାକୁ ନିଜର ଭାବିଥିଲି ସେ ହିଁ ମୋ ଜୀବନକୁ ନଷ୍ଟ କରିଦେଲା। ସେ ହିଁ ମୋତେ ସମାଜରେ ବଞ୍ଚିବାକୁ ଦେଲାନି। କେତେ ନିନ୍ଦା ଅପବାଦ ସହିବି, ମୁଁ ଥକିପଡିଛି। ସବୁ ଶୁଣି ଶୁଣି କେହି ମୋର ନିଜର ହେଲେ ନାହିଁ। ପଇସା ପାଇଁ ମୋତେ ସବୁ ପର କରିଦେଲେ। କାହାକୁ କହିବି ଏ ଦୁଃଖ କଥା। ଆପଣା ଭାବି ଜଗନକୁ ମୁଁ ବଡଭାଇ ଭଳି ମାନେ। ସିଏ ଲାଷ୍ଟକୁ ଗୋଟେ ଝିଅ ପାଇଁ ମୋତେ ଭୁଲିଗଲା। ଆଉ ମୁଁ ହାରିଗଲି ଅନିତା ଦାସ। ଯାହାକୁ ମୁଁ ଜୀବନଠୁ ଅଧିକ ଭଲ ପାଏ, ସିଏ ମୋତେ ଭୁଲି ଜଗନର ହୋଇଗଲା। ଏଇୟା କଣ ମୋ କ୍ୟାରେକ୍ଟର ଥିଲା। ଆକଚୁଆଲି ମୋର ହିଁ ବୁଝିବା ଭୁଲ ଥିଲା। ମୁଁ ଆଉ କିଛି କରି ପାରିଲିନି। ମୁଁ ଏକା ତୁମମାନଙ୍କୁ ଛାଡି ବହୁ ଦୂରକୁ ଚାଲିଯାଉଛି। ଆଉ ଯାହା ଡିଟେଲସ ମୋ ମୋବାଇଲରୁ ପାଇଯିବ। ମୋତେ ଜଗନ ଆଉ ଅନିତା ମିଶି ମରିବାକୁ ବାଧ୍ୟ କରିଛନ୍ତି। ଏତିକି କହି ରହୁଛି ବାପା। Love you bapa । ବାପା ଏହି ଦୁଇ ଜଣକୁ ଛାଡିବନି, ଏମିତି କଷ୍ଟ ଦେବ ଯେମିତି next time ଏମିତି କରିବାକୁ ସାହସ କରିବେ ନାହିଁ।