Kali Puja: ମା' କାଳୀଙ୍କ ଆଗମନ ପାଇଁ ସଜେଇ ହେଲାଣି ଭଦ୍ରକ
Advertisement
Article Detail0/zeeodisha/odisha1408528

Kali Puja: ମା' କାଳୀଙ୍କ ଆଗମନ ପାଇଁ ସଜେଇ ହେଲାଣି ଭଦ୍ରକ

ଆସୁଛି ମା କାଳୀଙ୍କ ପୂଜାର୍ଚ୍ଚନା। ଏ ନେଇ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ମା ଙ୍କୁ ପୂଜାର୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ପ୍ରତିକାତ୍ମକ ଫଟୋ

ଭଦ୍ରକ (ଜଗବନ୍ଧୁ ବେହେରା): ଭଦ୍ରକରେ ପ୍ରସିଦ୍ଧ ଏତିହାସିକ କାଳିପୂଜା ପାଇଁ ପ୍ରସ୍ତୁତି ପର୍ବ ଏବେ ଶେଷପର୍ଯ୍ୟIୟରେ. ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ୭ଦିନ ଧରି ସପ୍ତମାତୃକା ବେଶରେ ମା'ଙ୍କୁ ପୂଜାର୍ଚନା ନେଇ ଟ୍ରଷ୍ଟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି. ରୀତିନୀତି ଅନୁଯାୟୀ ମା ଙ୍କ ପୂଜାର୍ଚ୍ଚନା ସହ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ।ଅନ୍ୟପକ୍ଷରେ ଏତିହାସିକ କାଳୀପୂଜା ଉପଲକ୍ଷେ ସହର ରେ ୯ଟି ପୂଜାମଣ୍ଡପରେ ମା ଶ୍ୟାମାକାଳୀଙ୍କ ମୁର୍ମୟୀ ମୂର୍ତ୍ତିଙ୍କର ପୂଜାର୍ଚନା ପାଇଁ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି . ଦୀର୍ଘ ୨ବର୍ଷ ପରେ କୋଭିଡ କଟକଣା ନ ଥିବାବେଳେ, କାଳୀପୂଜାକୁ ମହାଡମ୍ବର ସହକାରେ ପାଳନ କରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ଥିର କରାଯାଇଛି.ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ପୂଜାମଣ୍ଡପ ଗୁଡିକ ପକ୍ଷରୁ ପ୍ରତିଯୋଗିତାମୂଳକ ଆୟୋଜନ କରାଯାଇଛି।

ଆସୁଛି ମା କାଳୀଙ୍କ ପୂଜାର୍ଚ୍ଚନା। ଏ ନେଇ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ମା ଙ୍କୁ ପୂଜାର୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ମା ଭଦ୍ରକାଳୀଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଭଦ୍ରକାଳୀ ଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ମା' ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ମଧ୍ଯରୁ ବେଦମIତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ବତୀ, ମହାଲଷ୍ମୀ ବେଶରେ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରାଯିବ ବୋଲି ମା'ଙ୍କ ପୂଜକ କହିଛନ୍ତି।

ଅନ୍ୟପକ୍ଷରେ ପୂଜାର୍ଚ୍ଚନା ସମୟରେ ସୂର୍ଯ୍ୟ ପରାଗ ପଡୁଥିବାବେଳେ ଦ୍ୱିତୀୟ ଦିନ ମା ଭଦ୍ରକାଳୀଙ୍କର ପୂଜାର୍ଚ୍ଚନା ସମୂର୍ଣ୍ଣ ବନ୍ଦ ରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ଥିର କରାଯାଇଛି। ତେବେ ମା'ଙ୍କ ପୂଜାର୍ଚ୍ଚନା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମକୁ ଲକ୍ଷ୍ୟ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମା ଙ୍କ ବରିଷ୍ଠ ସେବାୟତ କହିଛନ୍ତି।

ତେବେ ଭଦ୍ରକ ସହର ରେ ୯ଟି ପୂଜାମଣ୍ଡପରେ ମା ଶ୍ୟାମାକାଳୀଙ୍କ ମୃଣୟୀ ମୂର୍ତ୍ତି ଙ୍କ ପୂଜାର୍ଚନା ପାଇଁ ପୂଜାମଣ୍ଡପ ଗୁଡିକ ପକ୍ଷରୁ କ ପ୍ରତିଯୋଗିତା ମୂଳକ ଆୟୋଜନ କରାଯାଇଛି. ବିଶେଷକରି ଚରମ୍ପା ରେ ପୂର୍ବତଟ ରେଳବାଇ କର୍ମଚାରୀଙ୍କ ପକ୍ଷରୁ ଅନୁଷ୍ଠିତ ହେଉଥିବା କାଳୀପୂଜା ନବେ ବର୍ଷରୁ ଉର୍ଦ୍ଧରେ ପହଂଚି ଥିବା ବେଳେ ଏଥର କରୋନା କଟକଣା ନଥିବାରୁ ପ୍ରସିଦ୍ଧ କାଳୀପୂଜାକୁ ମହାଡମ୍ବର ସହକାରେ ପାଳନ କରାଯିବାକୁ ନେଇ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ଗ୍ରହଣ କରାଯାଇଛି। 

ତେବେ ଚରମ୍ପାରେ ଟ୍ରାଫିକକାଳୀ, ପି, ଡବ୍ଲୁ, ଆଇ କାଳୀ, ପଥରକାଳୀ ରେଲୱେ କର୍ମଚାରୀ ଙ୍କ ପକ୍ଷରୁ ପାଳନ କରାଯାଉ ଥିବାବେଳେ, ରାଜଘାଟ କାଳୀ, ସ୍କୁଲରୋଡ କାଳୀ, ବିସାଣି ଖରିଦା କାଳୀ, ଏରେଇ କାଳୀ ପୂଜାକମିଟି ପକ୍ଷରୁ ମା କାଳୀଙ୍କ ପୂଜାର୍ଚନା ମହାଡମ୍ବର ସହକାରେ ପୂଜାର୍ଚନା ହେବ ବୋଲି କହିଛନ୍ତି ପୂଜା କମିଟିର କର୍ମକର୍ତ୍ତା। ବିଶେଷ କରି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ନେଇ ପୂଜାମଣ୍ଡପ ଗୁଡିକ ପକ୍ଷରୁ ଆଲୋକ ସାଜସଜ୍ଜା ସହ ମିନାବଜାର,ଯାତ୍ରା, ପାର୍ଶ୍ଵମୂର୍ତ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଐତିହାସିକ କାଳୀପୂଜା ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ,ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବା ସହ ,ସୁରକ୍ଷା ବ୍ୟବସ୍ଥାକୁ କଡାକଡୀ କରାଯାଇଛି।