ରସିକିଆ ସ୍ୱାମୀଙ୍କ ଇନଷ୍ଟାଗ୍ରାମରେ ପ୍ରେମିକା ସହ ରିଲ୍ ହେଲା କାଳ
Advertisement
Article Detail0/zeeodisha/odisha1338816

ରସିକିଆ ସ୍ୱାମୀଙ୍କ ଇନଷ୍ଟାଗ୍ରାମରେ ପ୍ରେମିକା ସହ ରିଲ୍ ହେଲା କାଳ

ପ୍ରଥମ ସ୍ତ୍ରୀର ଏତଲା ପରେ ରସକିଆ ସ୍ବାମୀଙ୍କୁ ଗିରଫ କଲା ପିରହାଟ ପୋଲିସ। ସାତ ଜନ୍ମକୁ ସାକ୍ଷୀ ରଖି ବୈଦିକ ରୀତିନୀତିରେ ନୁଆସାହି ଗ୍ରାମର ସସ୍ମିତାର ହାତ ଧରିଥିଲା ଇଶ୍ୱରପୁର ଗ୍ରାମର ଅନିଲ ଦାସଙ୍କର। 

ରସିକିଆ ସ୍ୱାମୀଙ୍କ ଇନଷ୍ଟାଗ୍ରାମରେ ପ୍ରେମିକା ସହ ରିଲ୍ ହେଲା କାଳ

ଭଦ୍ରକ (ବିବେକାନନ୍ଦ ସାମଲ): ସାମାଜିକ ଗଣ ମାଧ୍ୟମରେ ଭିଜୁଆଲ ପୋଷ୍ଟ କରି ଫସିଲେ ରସିକିଆ ସ୍ବାମୀ। ପ୍ରଥମ ସ୍ତ୍ରୀ ଗର୍ଭବତୀ ପରେ ଦ୍ବିତୀୟ ମହିଳାଙ୍କୁ ପ୍ରେମ ବିଵାହ କରି ଇନଷ୍ଟାଗ୍ରାମରେ ପ୍ରେମ ଆଲିଙ୍ଗନର ରିଲସ ପୋଷ୍ଟ କରି ଫସିଲେ। ରିଲସ ଜଣା ପଡିଲା ସ୍ବାମୀର ଅସଲ ଚରିତ୍ର। ଗୋଟିଏ ପଟେ ପ୍ରଥମ ସ୍ତ୍ରୀ ଗର୍ଭବତୀ ହୋଇ ବାପ ଘରେ ଥିବା ବେଳେ ଦ୍ବିତୀୟ ଥର ପାଇଁ ମନ୍ଦିରରେ ପ୍ରେମ ବିବାହ କରିଥିଲେ। 

ପ୍ରଥମ ସ୍ତ୍ରୀର ଏତଲା ପରେ ରସକିଆ ସ୍ବାମୀଙ୍କୁ ଗିରଫ କଲା ପିରହାଟ ପୋଲିସ। ସାତ ଜନ୍ମକୁ ସାକ୍ଷୀ ରଖି ବୈଦିକ ରୀତିନୀତିରେ ନୁଆସାହି ଗ୍ରାମର ସସ୍ମିତାର ହାତ ଧରିଥିଲା ଇଶ୍ୱରପୁର ଗ୍ରାମର ଅନିଲ ଦାସଙ୍କର। ହେଲେ ଏହି ସମ୍ପର୍କ ସାତଜନ୍ମ ତ ଦୂରର କଥା କିଛି ମାସ ମଧ୍ୟରେ ସମ୍ପର୍କରେ ଫାଟ ପଡିଗଲା। ସସ୍ମିତା ୯ ମାସର ଗର୍ଭବତୀ ହେବା ପରେ ଅନିଲ କୌଶଳ କ୍ରମେ ତାକୁ ବାପ ଘରେ ଛାଡି ଅନ୍ୟ ଏକ ପ୍ରେମିକା ସହ ଫେରାର ହେଇଯାଇଥିଲା। ମାନସି ନାମକ ନୂଆ ପ୍ରେମିକାକୁ ନେଇ ମନ୍ଦିରରେ ବାହା ହେବା ପରେ ମାନସି ଏବେ ୧ ମାସର ଗର୍ଭବତୀ ଥିବା ଦାବି କରୁଛି। 

ଏହି ସମସ୍ତ ଘଟଣା ପ୍ରଥମ ସ୍ତ୍ରୀ ସସ୍ମିତା ଜାଣିବା ପରେ ପୀରହାଟ ଥାନାର ଦ୍ଵାରସ୍ଥ ହେଇଥିଲା, ପୀରହାଟ ପୁଲିସ ଭଦ୍ରକ ରେଳ ଷ୍ଟେସନରୁ ଦ୍ବିତୀୟ ପ୍ରେମିକା ସହ ଅନିଲକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି l ଅନିଲ ଓ ଦ୍ବିତୀୟ ସ୍ତ୍ରୀ ଚେନ୍ନାଇରୁ ଫେରିବା କଥା ଜାଣି ପୂର୍ବରୁ ଛକି ଵସିଥିବା ପୀରହାଟ ପୋଲିସ ମାଡି ବସିଲା ଉଭୟଙ୍କୁ। ପୀରହାଟ ଥାନାରେ ପ୍ରଥମ ସ୍ତ୍ରୀ ଆକ୍ରମଣ କରିଥିଲେ ଉଭୟଙ୍କୁ।

ସୂଚନାଯୋଗ୍ୟ ନିକଟରେ ପରକୀୟା ପ୍ରିତି ଓ ଲିଭ ଇନ ରିଲେସନସିପକୁ ନେଇ କେରଳ ହାଇକୋର୍ଟ ଏକ ଗୁରୁତ୍ତ୍ୱପୂର୍ଣ୍ଣ  ଟିପ୍ପଣୀ ପ୍ରଦାନ କରିଥିଲେ। ଆଜିକାଲିର ଯୁବପିଢ଼ି ଭାବୁଛନ୍ତି କି ବିବାହ କଲେ ସେମାନଙ୍କ ସ୍ୱାଧୀନତା ଆଉ ରହିବ ନାହିଁ । ତେଣୁ ସେମାନେ ବିବାହ ବନ୍ଧନରୁ ଦୂରେଇ ରହୁଛନ୍ତି । ବିବାହ ବନ୍ଧନରେ ବାନ୍ଧି ହେବା ବଦଳରେ ଲିଭ-ଇନ ରେ ରହିବାକୁ ପସନ୍ଦ କରୁଛନ୍ତି । ଫଳରେ ସମାଜରେ ୟୁଜ ଆଣ୍ଡ ଥ୍ରୋ ସଂସ୍କୃତି ବଢିବାରେ ଲାଗିଛି । ଏକ ପତି- ପତ୍ନୀଙ୍କ ବିବାହ ଓ ଛାଡପତ୍ର ମାମଲାରେ ବିଚାର କରି କେରଳ ହାଇକୋର୍ଟ ଏଭଳି ଟିପ୍ପଣୀ ଦେଇଥିଲେ। 

ହାଇକୋର୍ଟ ବିଚାରପତି ମହମ୍ମଦ ମୁସ୍ତାକ ଓ ସୋଫି ଥୋମାସଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ କି ୟୁଜ ଆଣ୍ଡ ଥ୍ରୋ ସଂସ୍କୃତି ଆମର ବୈବାହିକ ସମ୍ପର୍କକୁ ପ୍ରଭାବିତ କରୁଛି । ୨୦୧୮ରୁ ପତ୍ନୀଙ୍କ ଠାରୁ ଅଲଗା ହୋଇଥିବା ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଦାୟାର ଛାଡପତ୍ର ମାମଲାର ଶୁଣାଣି କରିବା ଅବସରରେ ହାଇକୋର୍ଟ କହିଛନ୍ତି ଏକଦା କେରଳ ଦେବଭୂମୀ କୁହାଯାଉଥିଲା । 

ନିଜର ସଂସ୍କୃତି ପାଇଁ ଏହି ରାଜ୍ୟ ଦେଶ ବିଦେଶରେ ପରିଚିତ ଥିଲା । ପରିବାରେ ସ୍ନେହ ,ପ୍ରେମ ଓ ଉତ୍ତମ ସମ୍ପର୍କ ରହୁଥିଲା । ବର୍ତ୍ତମାନର ପ୍ରବୃତ୍ତି ତୁଚ୍ଛ, ସ୍ୱାର୍ଥ ଓ ବିବାହୋତ୍ତର ଅନୈତିକ ସମ୍ପର୍କ ଓ ଛାଡପତ୍ର ଭଳି ସମସ୍ୟା ବଢ଼ିବାରେ ଲାଗିଛି । ହାଇକୋର୍ଟ କହିଛନ୍ତି ବର୍ତ୍ତମାନ ଯୁବପିଢି ଭାବୁଛନ୍ତି ବିବାହ ଏକ ଖରାପ ପରମ୍ପରା । ଭାବୁଛନ୍ତି ବିବାହ କଲେ ତାଙ୍କ ଉପରେ ଦାୟୀତ୍ୱ ଚାଲିଆସିବ । ତେଣୁ ପତ୍ନୀ ଶବ୍ଦକୁ ଯୁବକମାନେ ଚିନ୍ତାର ବିଷୟ ଭାବେ ଭାବୁଛନ୍ତି ।

ସେହିପରି ଭାବରେ ଅନ୍ୟ ଏକ ଘଟଣା ଆଧାରରେ, ୨୦୦୬ ରେ ଦିଲ୍ଲୀରେ କାମ କରିବା ଭିତରେ ଯୁବକ-ଯୁବତୀଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା । ଏବଂ ୨୦୦୯ ରେ ସେମାନେ ବିବାହ କରିଥିଲେ । ୨୦୧୭ ପର୍ଯ୍ୟନ୍ତ ତାଙ୍କ ସମ୍ପର୍କ ସବୁ ଠିକ ଥିଲା । ସେମାନଙ୍କର ୪ ଝିଅ ହୋଇଥିଲା ।