ହିମାଳୟରେ ୨୩ ଜଣ ଓଡିଆ ଉଡାଇଲେ ତ୍ରିରଙ୍ଗା
Advertisement

ହିମାଳୟରେ ୨୩ ଜଣ ଓଡିଆ ଉଡାଇଲେ ତ୍ରିରଙ୍ଗା

ହିମାଳୟର (Himalaya) ଦୟାରା ବୁଗ୍ୟାଲ (Dayara Bugal) ଆରୋହଣ କରିଲେ ୨୩ ଜଣ ଓଡ଼ିଆ। ଗତ ୨୪ ତାରିଖ ରବିବାର ଅପରାହ୍ନ ୧୨.୫୧ ମିନିଟ ରେ ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗ୍ୟାଲ ଶୀର୍ଷରେ -୫℃ ରୁ -୧୦℃ ହାଡଭାଙ୍ଗା 

ହିମାଳୟରେ ୨୩ ଜଣ ଓଡିଆ ଉଡାଇଲେ ତ୍ରିରଙ୍ଗା

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ହିମାଳୟର (Himalaya) ଦୟାରା ବୁଗ୍ୟାଲ (Dayara Bugal) ଆରୋହଣ କରିଲେ ୨୩ ଜଣ ଓଡ଼ିଆ। ଗତ ୨୪ ତାରିଖ ରବିବାର ଅପରାହ୍ନ ୧୨.୫୧ ମିନିଟ ରେ ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗ୍ୟାଲ ଶୀର୍ଷରେ -୫℃ ରୁ -୧୦℃ ହାଡଭାଙ୍ଗା ଶୀତରେ ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ (Kalinga Dare Davils) ଦ୍ୱାରା ଚୟନ ହୋଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୩ ଜଣ ପ୍ରତିଭା ପହଞ୍ଚି ଜାତୀୟ ପତାକା ଉଡେଇଛନ୍ତି ।

ଅଧିକ ପଢନ୍ତୁ: ଘୋଷଣା ହେଲା ପଦ୍ମ ପୁରସ୍କାର; ରାଜ୍ୟର ୬ ଜଣଙ୍କୁ ମିଳିବ ଶୀର୍ଷ ସମ୍ମାନ

ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ଚଳଚ୍ଚିତ୍ର ଅଭିନେତା ବାବୁଶାନ ମହାନ୍ତି (Babusan Mohanty) ଭୁବନେଶ୍ୱର ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ବିଜୟ ଯାତ୍ର ପାଇଁ ଶୁଭକାମନା ଜଣେଇଥିଲେ। କଳାହାଣ୍ଡିରୁ (Kalahandi) ଡ଼. ସତ୍ୟପିର ପ୍ରଧାନ (Satyapir Pradhan), ନୃସିଂହ ଚରଣ ପଣ୍ଡା (Nrusingha Panda), ସ୍ୱରାଜ କୁମାର ରାଉତ (Swaraj Rout), ସୁନ୍ଦର ସାହୁ (Sundar Sahoo), କ୍ରିଷ୍ଣା ଭଣ୍ଡାରଘରିଆ (Krishna Bhandargharia), ରେସବ କୁମାର ପାଣିଗ୍ରାହୀ (Rishabh Kumar Panigrahi), ସୌମ୍ୟ ରଞ୍ଜନ ରାଉତ, ଠାକୁର ସେନାପତି, ଜ୍ୟୋତିଷ କୁମାର ବଗ, ଯୋଗେଶ୍ୱର ନାଏକ, ବି.ଜେ ରାଜେଶ ଭୋଇ, ମୁରାରି ସାହୁ,  ନୂଆପଡ଼ାରୁ ସଚିନ୍ ବେହେରା, ହିତେଶ୍ କୁମାର ମେହେର, ମଳୟ କୁମାର ମେହେର , ବଲାଙ୍ଗୀରରୁ ଅମନ୍ ଛତ୍ରୀଆ, ଘନ ସତନାମୀ, ନିଳକମଲ ସାହୁ, ଛବିଲାଲ ମେହେର କନ୍ଧମାଳ ରୁ ସିଦ୍ଧାର୍ଥ କେଶରୀ ପ୍ରଧାନ, ନବରଙ୍ଗପୁରରୁ ପ୍ରଦୀପ ସିଂହା, ରାଉରକେଲାରୁ ବୈଦ୍ୟନାଥ ସିଂହା, ଜଗତସିଂହପୁରରୁ ସାଗର କୁମାର ମଲ୍ଲିକ ପ୍ରମୁଖ ଟିମ ରେ ସାମିଲ ହୋଇଥିଲେ।

ଅଧିକ ପଢନ୍ତୁ: ଦୁଧ୍ ମାଙ୍ଗୋଗେ ତ କ୍ଷୀର୍ ଦେଙ୍ଗେ, ବଙ୍ଗାଲ୍ ଚାହୋଗେ ତ ଚିର୍ ଦେଙ୍ଗେ: ଟିଏମସି ନେତା

କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା କୋରୋନା (Corona Pandemic) ମହାମାରୀ ବ୍ୟାପିବା ପୂର୍ବରୁ ସଚେତନତା ନିମନ୍ତେ ଏକ ସାଇକେଲ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ଏବଂ ବର୍ତ୍ତମାନ କରୋନା ଯୋଦ୍ଧା ମାନଙ୍କୁ ସମର୍ପିତ କରିବା ଉଦ୍ଦେଶ୍ୟରେ ଉତ୍ତରାଖଣ୍ଡ ସ୍ଥିତ ହିମାଳୟର ୧୨,୫୦୦  ଫୁଟ ଉଚ୍ଚତା ରେ ଜାତୀୟ ପତାକା ଉଡେଇଛନ୍ତି ବୋଲି କଳିଙ୍ଗ ଡେୟାର୍ ଡେଭିଲ୍ସ୍ ର ସଭାପତି ଡ଼. ସତ୍ୟପିର ପଧାନ ସୂଚନା ଦେଇଛନ୍ତି ।