5T ପ୍ରଭାବ, ସପ୍ତାହେରେ ରେକର୍ଡ ସଂଖ୍ୟକ ପଦୋନ୍ନତି
Advertisement

5T ପ୍ରଭାବ, ସପ୍ତାହେରେ ରେକର୍ଡ ସଂଖ୍ୟକ ପଦୋନ୍ନତି

ପଦୋନ୍ନତି କ୍ଷେତ୍ରରେ ୫ଟିର ପ୍ରଭାବ ।  ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କ ପଦୋନ୍ନତି ହୋଇଛି ।

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ପଦୋନ୍ନତି କ୍ଷେତ୍ରରେ ୫ଟିର ପ୍ରଭାବ ।  ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କ ପଦୋନ୍ନତି ହୋଇଛି । ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାର ଗ୍ରୁପ-ଏରୁ ଆରମ୍ଭ କରି ଗ୍ରୁପ୍-ଡ଼ି ପର୍ଯ୍ୟନ୍ତ ସବୁ ବର୍ଗର ୩୧୬୬ ଜଣଙ୍କୁ ପଦୋନ୍ନତି ମିଳିଛି । 

ଡିସେମ୍ବର ଶେଷ ସପ୍ତହାରେ ବିଭିନ୍ନ ବିଭାଗର ଏତେ ସଂଖ୍ୟକ କର୍ମଚାରୀ ପଦୋନ୍ନତି ପାଇବା ଘଟଣା ଏକ ରେକର୍ଡ଼ । ଡିସେମ୍ବର ୨୪ରୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ଗ୍ରୁପ-ଏରେ ୮୫୨ଜଣଙ୍କୁ ପଦୋନ୍ନତି ମିଳିଥିବା ବେଳେ ଗ୍ରୁପ-ବିରେ ୫୨୭, ଗ୍ରୁପ-ସିରେ ୧୪୯୬ଜଣ ଓ ଗ୍ରୁପ-ଡ଼ିରେ ୨୯୧ ଜଣଙ୍କୁ ପଦୋନ୍ନତି ଦିଆଯାଇଛି । 

୨୦୧୯ ଜାନୁଆରୀରୁ ନଭେମ୍ବର ମଧ୍ୟରେ ବିଭିନ୍ନ ବର୍ଗରେ ୯୭୬୬ ପଦୋନ୍ନତି ପାଇଥିଲେ । ସ୍ୱରାଷ୍ଟ୍ର ବିଭାଗର ସର୍ବାଧିକ ୨୩୩୦ଜଣ, କୃଷି ବିଭାଗର ୧୩୦୭, ସ୍ୱାସ୍ଥ୍ୟ ବିଭାଗର ୧୨୫୧ଜଣ ପଦୋନ୍ନତି ପାଇଛନ୍ତି । ୫ଟିର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଳମ୍ବ ନକରି ଯଥା ସମୟରେ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ; ଇଣ୍ଟେଲକଚ୍ୟୁଆଲ ଫ୍ୟାକ୍ଟ୍ରିରେ ଆତଙ୍କରାଜ