ନୂଆ ଅବତାରରେ ପାଣ୍ଡିଆନ
Advertisement

ନୂଆ ଅବତାରରେ ପାଣ୍ଡିଆନ

ମୋ ସରକାର ଲାଗୁ ପରେ ଆକ୍ଟିଭ ମୁଡରେ ଅଫିସର। ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କଲେ 5-T ସଚିବ। ଲୋକଙ୍କ ସହ ଧାଡ଼ିରେ ଛିଡ଼ା ହେଲେ, ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡ଼ାଲମା ଖାଇଲେ ଭି.କେ. ପାଣ୍ଡିଆନ୍ । ସେପଟେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, NHRM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବି ବୁଲିଦେଖିଲେ ହସ୍ପିଟାଲ ଏବଂ ଆରଟିଓ କାର୍ଯ୍ୟାଳୟ । 

ନୂଆ ଅବତାରରେ ପାଣ୍ଡିଆନ

ଭୁବନେଶ୍ୱର: ମୋ ସରକାର ଲାଗୁ ପରେ 5T ସଚିବଙ୍କ ମାରଥନ ଗସ୍ତ । ପୂର୍ବରୁ କନ୍ଧମାଳ, କୋରାପୁଟ ଗସ୍ତ କରିଥିବା ବେଳେ ଏବେ ବୌଦ୍ଧ ଯାଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲେ 5T ସଚିବ ଭିକେ ପାଣ୍ଡିୟାନ । ଏଥି ସହ ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇଛନ୍ତି ଭି.କେ ପାଣ୍ଡିଆନ । ସେପଟେ ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିନ ଅସିତ ତ୍ରିପାଠୀ ଏବଂ ଏନଏଚଆରଏମ ନିର୍ଦ୍ଦେଶୀକା ଶାଳିନି ପଣ୍ଡିତ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ଓ ଆରଟିଓ ବୁଲି ଦେଖିଛନ୍ତି ।

ମୋ ସରକାର ଲାଗୁ ପରେ ଏବେ ଆକ୍ଟିଭ ମୋଡରେ ଅଫିସର । ଏହି କ୍ରମରେ ୫ଟି ସଚିବ ଭିକେ ପାଣ୍ଡିୟାନଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ ବୌଦ୍ଧ ଗସ୍ତ କରିଛନ୍ତି । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରକ୍ଷିବା ସହ, ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇଛନ୍ତି ଭି.କେ ପାଣ୍ଡିଆନ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସରେ ସଚିବ ମାନଙ୍କ ପାଇଁ ଲଞ୍ଚର ବ୍ୟବସ୍ଥା ହୋଇଥିଲେ ସୁଦ୍ଧା, ୫ ଟଙ୍କିଆ ଟକନ୍ କିଣି ଲୋକଙ୍କ ସହ ଧାଡ଼ିରେ ଛିଡ଼ାହୋଇ ୫ ଟଙ୍କିଆ ଭାତ ଡାଲମା ଖାଇଛନ୍ତି । ଏଥି ସହ ଜିଲ୍ଲାରେ ସମସ୍ତ କାର୍ଯ୍ୟାଳୟ କିପରି ଦଲାଲ ମୁକ୍ତ ହେବ, ଲାଞ୍ଚ କାରବାର ବନ୍ଦ ହେବ , ସେ ଦିଗରେ ସଚିବଙ୍କୁ ଅବଗତ କରାଇଛନ୍ତି ବୌଦ୍ଧ ଜିଲ୍ଲାପାଳ । ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିନ ଅସିତ ତ୍ରିପାଠୀ ଏବଂ ଏନଏଚଆରଏମ ନିର୍ଦ୍ଦେଶୀକା ଶାଳିନି ପଣ୍ଡିତ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ବୁଲି ଦେଖିଛନ୍ତି । ରୋଗୀ ମାନଙ୍କୁ କିଭଳି ଚିକିତ୍ସା ମିଳୁଛି, ମାଗଣାରେ ଔଷଧ ମିଳୁଛି ନା ନାହିଁ ପଚାରି ବୁଝିଥିଲେ । ଏଥି ସହ ଜିଲ୍ଲା ପରିବହନ ବିଭାଗ କାର୍ଯ୍ୟାଳୟକୁ ଯାଇ, ସେଠାରେ କିଭଳି କାମ ଚାଲିଛି ପଚାରି ବୁଝିଥିଲେ । ଅକ୍ଟୋବର ୨, ଗାନ୍ଧୀଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ମୋ ସରକାର ଯେଜାନାର ଶୁଭାରମ୍ଭ କରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ୫-ଟି କନସେପ୍ଟ ଅଧିନରେ ଏହା କାମ କରୁଥିବାରୁ ଜିଲ୍ଲାର ସ୍ଥିତି ପରଖିବାକୁ ସଚିବ ଓ ତାଙ୍କ ଟିମ୍ ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି । ପୂର୍ବରୁ କୋରାପୁଟ ଗସ୍ତ କରିଥିବା ବେଳେ, ଏବେ ବୌଦ୍ଧ ଗସ୍ତ କରିଛନ୍ତି ।