ରାଜ୍ୟର ୭୦ ରେଲୱେ କ୍ରସିଂରେ ନାହିଁ ଫାଟକ
Advertisement
Article Detail0/zeeodisha/odisha624601

ରାଜ୍ୟର ୭୦ ରେଲୱେ କ୍ରସିଂରେ ନାହିଁ ଫାଟକ

ଜଗୁଆଳି ବିହୀନ କ୍ରସିଂ ଯୋଗୁ ଘଟିଥାଏ ଦୁର୍ଘଟଣା

ରାଜ୍ୟର ୭୦ ରେଲୱେ କ୍ରସିଂରେ ନାହିଁ ଫାଟକ

ଯଯାତି ମହାନ୍ତି, ଭୁବନେଶ୍ୱର:  ଦେଶ ସାରା ସଡ଼କ ଦୁର୍ଘଟଣାରେ ଅନେକଙ୍କ ପ୍ରାଣ ଯାଉଛି । ବେପରୁଆ ଡ଼୍ରଇଭିଂ ସାଙ୍ଗକୁ ସଡ଼କର ଅବସ୍ଥା ମଧ୍ୟ ଏଥିଫପାଇଁ ଦାୟୀ । ତା ସାଙ୍ଗକୁ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ଫାଟକ ବିହୀନ ରେଳ ଲାଇନ୍ ସମସ୍ୟକୁ ଆହୁରି ବଢାଇଦେଇଛି । ରାଜ୍ୟରେ ଏପରି ଫାଟକ ବିହୀନ ୭୦ଟି ରେଲୱେ କ୍ରସିଂ ରହିଛି, ଯେଉଁଠି ଯୁଦ୍ଧକାଳୀନ ଭିତିରେ ଫାଟକ ହେବା ନିହାତି ଦରକାର । ଏ ବାବଦରେ ଦକ୍ଷିଣ-ପୂର୍ବ ରେଳପଥର ମହା ପ୍ରବନ୍ଧକ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଫାଟକ ନିର୍ମାଣ କରିବାକୁ କହିଛନ୍ତି । ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ମାମଲାରୁ ଗୁରୁତ୍ୱକୁ ନଜରରେ ରଖି ତୁରନ୍ତ ଫାଟକ ନିର୍ମାଣ କରିବାକୁ ସହମତି ହୋଇଛି । ରାଜ୍ୟ ସରକାର ଫାଟକ ନିର୍ମାଣ କଲେ ରେଳବାଇ ପ୍ୟାସେଞ୍ଜରଙ୍କ ପାଇଁ ସବ୍ ୱେ ନିର୍ମାଣ କରିବ ବୋଲି କହିଛି ।

ରେଳବାଇ ଓ ପୋଲିସ କର୍ମଚାରୀ ଟ୍ରେନ୍ ଆସିବା ବେଳେ ମାନୁଆଲ ଭାବେ ପ୍ୟାସେଞ୍ଜରଙ୍କୁ ଅଟକାଇଥାନ୍ତି । ଯାହା ଅନେକ ସମୟରେ ସମସ୍ୟା ସୃଷ୍ଟି କରିଥାଏ । ଅନେକ ସମୟରେ ଜଗୁଆଳୀ ବିହୀନ ରେଲୱ କ୍ରସିଂ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି ଏବଂ ଅନେକ ଲୋକଙ୍କ ଜୀବନ ଯାଉଛି । ଏହି ୭୦ ଜାଗାରେ ଫାଟକ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ଦକ୍ଷିଣ-ପୂର୍ବ ରେଳବାଇ ଚିଠି ଲେଖିବା ପରେ ତୁରନ୍ତ ଫାଟକ ନିର୍ମାଣ କରିବାକୁ ରାଜ୍ୟ ସରକାର ସମ୍ମତି ଜଣାଇଛନ୍ତି । ବାଲେଶ୍ୱରରେ ୨୯ଟି, ମୟୁରଭଂଜରେ ୨୪ଟି, ସୁନ୍ଦରଗଡ଼ରେ ୧୭ଟି ଫାଟକ ବିହୀନ ରେଲୱ କ୍ରସିଂ ରହିଛି । ରାଜ୍ୟ ସରକାର ଫାଟକ ନିର୍ମାଣ କରିବା ପରେ ରେଳବାଇ ନିଜ ଖର୍ଚ୍ଚରେ ଯାତ୍ରୀଙ୍କ ଯାତାୟତ ପାଇଁ ସବ ୱେ ନିର୍ମାଣ କରିବାକୁ ପ୍ରତିଶୁତି  ଦେଇଛି । ଏହି ସବୁ ୭୦ଟି ଜାଗାରେ ତୁରନ୍ତ ଫାଟକ ନିର୍ମାଣ କରାଯିବ ବୋଲି ପୂର୍ତ ମନ୍ତ୍ରୀ କହିଛନ୍ତି ।

 ଖଡ଼ଗପୁର ଓ ଚକ୍ରଧରପୁର ଡ଼ିଭିଜନ୍ ଅଧିନରେ ଏହି ୭୦ଟି ଫାଟକ ବିହୀନ ରେଲୱେ କ୍ରସିଂ ରହିଥିବାର ଜଣାପଡ଼ଛି । ରେଳପଥ ଓ ସଡ଼କ ପଥରେ ଦିନକୁ ଦିନ ଟ୍ରାଫିକ୍ ପଢୁଥିବାରୁ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ମଧ୍ୟରେ ଖୋଲା ରେଲୱେ କ୍ରସିଂ ଅନେକ ସମସ୍ୟା ସୃଷ୍ଟି କରୁଛି । ତେଣୁ ଏହି ସବୁ ରେଲୱେ କ୍ରସିଂ ଜାଗାରେ ଲେବେଲ କ୍ରସିଂ ହଟାଇବାକୁ ମିାନ ମୋଡ଼ରେ କାମ କରୁଛି ରେଳବାଇ । ହେଲେ ଯେଉଁ ପର୍ଯ୍ୟନ୍ତ ରେଲୱେ ଓଭରବ୍ରିଜ୍ ହୋିନାହିଁ ବା ରାସ୍ତା ଉପରୁ ରେଲୱେ କ୍ରସିଂ ହଟିନାହିଁ, ସେସବୁ ଜାଗାରେ ଫାଟକ ଲଗାଇବା ସହିତ ଟ୍ରାଫିକ୍ ନିରାପତା ଜରୁରୀ । ତେଣୁ ରେଲୱେ ଲେବେଲ କ୍ରସିଂ ହଟାିବା ପୂର୍ବରୁ ଯାତ୍ରୀଙ୍କ ସୁବିଧା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ସହ ଏଥିପାଇଁ ରାଜ୍ୟ ସରକାରଙ୍କ ସହମତି ଲୋଡ଼ିଥିଲେ । ରେଳବାଇର ଏହି ପ୍ରସ୍ତାବ ଉପରେ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି ।